ଆମକୁ ବାହାର କରି ଭାରତୀୟଙ୍କୁ ଚାକିରି ଦେଉଛି, ଆମେରିକାରେ TCS ବିରୋଧରେ ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଆଟି କମ୍ପାନି ଟିସିଏସ ବିରୋଧରେ ଆମେରିକାରେ ଭେଦଭାବର ସଙ୍ଗୀନ ଅଭିଯୋଗ ଆସିଛି । ଟିସିଏସର ୨୦ରୁ ଅଧିକ କର୍ମଚାରୀ ଅଭିଯୋଗ କରିଛନ୍ତି ଯେ କମ୍ପାନି ବର୍ଣ୍ଣ ଏବଂ ବୟସ ଆଧାରରେ ବେଆଇନ ଭାବେ ଭେଦଭାବ କରୁଛି । ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟରେ ଏହି ସୂଚନା ଦେଇଛି । ମୋଟ ଉପରେ ୨୨ ଜଣ ଆମେରିକୀୟ ପ୍ରଫେସନାଲ ଟିସିଏସ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ କମ୍ପାନି ତାଙ୍କୁ ବାହାର କରି ଏଚ-୧ବି ଭିସାରେ ଆସିଥିବା ଭାରତୀୟଙ୍କୁ ଚାକିରିରେ ରଖୁଛି ।ଟିସିଏସ ଦ୍ୱାରା ବାହାର କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାକେଶିୟନ, ଏସିଆଇ-ଆମେରିକା ଏବଂ ହିସ୍ପେନିକ ଆମେରିକୀୟ ବର୍ଣ୍ଣର ଲୋକ ସାମିଲ ଅଛନ୍ତି । ସମସ୍ତଙ୍କ ବୟସ ୪୦ରୁ ୬୦ ବର୍ଷ ମଧ୍ୟରେ । ଏମାନେ ଆମେରିକାର ବିଭିନ୍ନ ରାଜ୍ୟରୁ ଆସୁଛନ୍ତି । ଅଭିଯୋଗ ଆଧାରରେ, ଟିସିଏସ ଦ୍ୱାରା ଚାକିରିରୁ ବାହାର କରାଯାଇଥିବା ଅନେକ ବ୍ୟକ୍ତିଙ୍କ ନିକଟରେ ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ ଏବଂ ଅନ୍ୟ ଆଡଭାନ୍ସ ଡିଗ୍ରୀ ଅଛି ।ଚାକିରିରୁ ବାହାର ହୋଇଥିବା ଲୋକଙ୍କ ଅଭିଯୋଗ କମ୍ପାନି ଭାରତୀୟଙ୍କୁ ଅଧିକ ଗୁରୁତ୍ୱ ଦେଉଛି । ଅଭିଯୋଗ ପରେ ଭାରତୀୟ ଆଇଟି କମ୍ପାନି ଦ୍ୱାରା ଏଚ-୧ବି ଭିସା ବ୍ୟବହାରକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ଭିସା କ୍ୟାଟେଗୋରୀ କୁଶଳୀ ବିଦେଶୀ ଶ୍ରମିକଙ୍କ ପାଇଁ ଜାରି କରାଯାଇଥାଏ । ସେପଟେ କମ୍ପାନି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯ
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଆଟି କମ୍ପାନି ଟିସିଏସ ବିରୋଧରେ ଆମେରିକାରେ ଭେଦଭାବର ସଙ୍ଗୀନ ଅଭିଯୋଗ ଆସିଛି । ଟିସିଏସର ୨୦ରୁ ଅଧିକ କର୍ମଚାରୀ ଅଭିଯୋଗ କରିଛନ୍ତି ଯେ କମ୍ପାନି ବର୍ଣ୍ଣ ଏବଂ ବୟସ ଆଧାରରେ ବେଆଇନ ଭାବେ ଭେଦଭାବ କରୁଛି । ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟରେ ଏହି ସୂଚନା ଦେଇଛି । ମୋଟ ଉପରେ ୨୨ ଜଣ ଆମେରିକୀୟ ପ୍ରଫେସନାଲ ଟିସିଏସ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ କମ୍ପାନି ତାଙ୍କୁ ବାହାର କରି ଏଚ-୧ବି ଭିସାରେ ଆସିଥିବା ଭାରତୀୟଙ୍କୁ ଚାକିରିରେ ରଖୁଛି ।
ଟିସିଏସ ଦ୍ୱାରା ବାହାର କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାକେଶିୟନ, ଏସିଆଇ-ଆମେରିକା ଏବଂ ହିସ୍ପେନିକ ଆମେରିକୀୟ ବର୍ଣ୍ଣର ଲୋକ ସାମିଲ ଅଛନ୍ତି । ସମସ୍ତଙ୍କ ବୟସ ୪୦ରୁ ୬୦ ବର୍ଷ ମଧ୍ୟରେ । ଏମାନେ ଆମେରିକାର ବିଭିନ୍ନ ରାଜ୍ୟରୁ ଆସୁଛନ୍ତି । ଅଭିଯୋଗ ଆଧାରରେ, ଟିସିଏସ ଦ୍ୱାରା ଚାକିରିରୁ ବାହାର କରାଯାଇଥିବା ଅନେକ ବ୍ୟକ୍ତିଙ୍କ ନିକଟରେ ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ ଏବଂ ଅନ୍ୟ ଆଡଭାନ୍ସ ଡିଗ୍ରୀ ଅଛି ।
ଚାକିରିରୁ ବାହାର ହୋଇଥିବା ଲୋକଙ୍କ ଅଭିଯୋଗ କମ୍ପାନି ଭାରତୀୟଙ୍କୁ ଅଧିକ ଗୁରୁତ୍ୱ ଦେଉଛି । ଅଭିଯୋଗ ପରେ ଭାରତୀୟ ଆଇଟି କମ୍ପାନି ଦ୍ୱାରା ଏଚ-୧ବି ଭିସା ବ୍ୟବହାରକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ଭିସା କ୍ୟାଟେଗୋରୀ କୁଶଳୀ ବିଦେଶୀ ଶ୍ରମିକଙ୍କ ପାଇଁ ଜାରି କରାଯାଇଥାଏ । ସେପଟେ କମ୍ପାନି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି ।