ଜାଗୃତ କୋଟେଚା ହେଲେ ପେପସିକୋ ଇଣ୍ଡିଆର ନୂଆ ସିଇଓ
ନୂଆଦିଲ୍ଲୀ: ପେପସିକୋ ଇଣ୍ଡିଆରେ ନୂତନ ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ଜାଗୃତ କୋଟେଚା। ପୂର୍ବରୁ ଏହି ଦାୟିତ୍ବ ତୁଲାଇ ଆସୁଥିଲେ ଅହମ୍ମଦ ଏଲ୍ ଶେଖ୍। ବର୍ତ୍ତମାନ ଆଫ୍ରିକା, ମଧ୍ୟପୂର୍ବ ଏବଂ ଦକ୍ଷିଣ ଏସିଆ (ଏଏମ୍ଇଏସ୍ଏ)ରେ ପେପସିକୋ ପାଇଁ ମୁଖ୍ୟ ବାଣିଜ୍ୟ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା କୋଟେଚା ଚଳିତବର୍ଷ ମାର୍ଚ ମାସରୁ ପେପସିକୋ ଇଣ୍ଡିଆର ମୁଖ୍ୟ ଭାବରେ କାର୍ଯ୍ୟ କରିବାକୁ ଯାଉଛନ୍ତି। କୋଟେଚା କହିଛନ୍ତି ଯେ ଗତ ୩୦ ବର୍ଷ ଧରି ପେପସିକୋ ପରିବାରର ଅଂଶ ହୋଇଥିବାରୁ […]

ନୂଆଦିଲ୍ଲୀ: ପେପସିକୋ ଇଣ୍ଡିଆରେ ନୂତନ ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ଜାଗୃତ କୋଟେଚା। ପୂର୍ବରୁ ଏହି ଦାୟିତ୍ବ ତୁଲାଇ ଆସୁଥିଲେ ଅହମ୍ମଦ ଏଲ୍ ଶେଖ୍। ବର୍ତ୍ତମାନ ଆଫ୍ରିକା, ମଧ୍ୟପୂର୍ବ ଏବଂ ଦକ୍ଷିଣ ଏସିଆ (ଏଏମ୍ଇଏସ୍ଏ)ରେ ପେପସିକୋ ପାଇଁ ମୁଖ୍ୟ ବାଣିଜ୍ୟ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା କୋଟେଚା ଚଳିତବର୍ଷ ମାର୍ଚ ମାସରୁ ପେପସିକୋ ଇଣ୍ଡିଆର ମୁଖ୍ୟ ଭାବରେ କାର୍ଯ୍ୟ କରିବାକୁ ଯାଉଛନ୍ତି। କୋଟେଚା କହିଛନ୍ତି ଯେ ଗତ ୩୦ ବର୍ଷ ଧରି ପେପସିକୋ ପରିବାରର ଅଂଶ ହୋଇଥିବାରୁ ସେ ଗର୍ବିତ ଓ ନୂତନ ଦାୟିତ୍ବକୁ ନେଇ ଉତ୍ସାହିତ।
ଅହମ୍ମଦ ଏଲ୍ ଶେଖ୍ ପେପସିକୋ ଇଣ୍ଡିଆର ସିଇଓ ପଦରୁ ନିବୃତ ହୋଇ କମ୍ପାନୀର ମଧ୍ୟପୂର୍ବ ବ୍ୟବସାୟ ୟୁନିଟ ପାଇଁ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିବେ। କୋଟେଚା ଭାରତରେ ପେପସିକୋର କାର୍ଯ୍ୟକଳାପରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ନୂତନ ସିଇଓ ଭାବରେ କୋଟେଚାଙ୍କୁ ପେପସିକୋର ରଣନୈତିକ ପଦକ୍ଷେପ ଏବଂ ଭାରତର ଗତିଶୀଳ ବଜାର ଦୃଶ୍ୟରେ ବ୍ୟବସାୟ ଅଭିବୃଦ୍ଧି ଦାୟିତ୍ବ ମିଳିବ।