ରାଜନଗର ଚାରିପୋଖରିଆ ଗାଁରେ ଉଦବେଗଜନକ ସ୍ଥିତିରେ ଝାଡ଼ାବାନ୍ତି

ରାଜନଗର :  ରାଜନଗର ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ଶନିବାର ଠାରୁ ରାଜନଗର ବ୍ଲକର ଭିତରଗଡ ପଞ୍ଚାୟତ ଚାରିପୋଖରିଆ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁରେ ୨ଶହ ପରିବାର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ବ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଗାଁର ଅନ୍ୟ ରୋଗୀମାନେ ନିକଟସ୍ଥ ମେଡିସିନ ଷ୍ଟୋର ଓ ସ୍ୱାସ୍ଥ୍ୟ ବିଭାଗ କ୍ୟାମ୍ପରୁ ଔଷଧ ନେଇ ଘରେ ଚିକିତ୍ସିତ ହେଉଛନ୍ତି। ଏହି ଗାଁରେ ସ୍ୱାସ୍ଥ୍ୟ […]

ରାଜନଗର ଚାରିପୋଖରିଆ ଗାଁରେ ଉଦବେଗଜନକ ସ୍ଥିତିରେ ଝାଡ଼ାବାନ୍ତି
Diarrhea in alarming condition in Rajnagar

ରାଜନଗର :  ରାଜନଗର ବ୍ଲକରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗତ ଶନିବାର ଠାରୁ ରାଜନଗର ବ୍ଲକର ଭିତରଗଡ ପଞ୍ଚାୟତ ଚାରିପୋଖରିଆ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଗାଁରେ ୨ଶହ ପରିବାର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ବ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଗାଁର ଅନ୍ୟ ରୋଗୀମାନେ ନିକଟସ୍ଥ ମେଡିସିନ ଷ୍ଟୋର ଓ ସ୍ୱାସ୍ଥ୍ୟ ବିଭାଗ କ୍ୟାମ୍ପରୁ ଔଷଧ ନେଇ ଘରେ ଚିକିତ୍ସିତ ହେଉଛନ୍ତି। ଏହି ଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେହି ଗାଁରେ ଅସ୍ଥାୟୀ କ୍ୟାମ୍ପ ଖୋଲା ଯାଇଥିବା ବେଳେ ଟିମ୍‌ ଘରକୁ ଘର ବୁଲି ପ୍ରତିଶେଧକ ମେଡିସିନନ ହେଉଛନ୍ତି। ଗାଁରେ ଗୁରୁତର ରୋଗୀଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଉଛି।

ଗତକାଲି ରାତିରୁ ଆଜି ଭିତରେ ଅବିନାଶ ପାତ୍ର, ନବୀନ ସେଠୀ, ମଙ୍ଗଳ ସିଂ, ଅରୁଣ ବାରିକ, ପୁଷ୍ପଲତା ପ୍ରଧାନ, ସଶ୍ମିତା ବାରିକ, ସୌମ୍ୟ ରଂଜନ ବେହେରା, ସଂଯୁକ୍ତା ଦାସ, ସଶ୍ମିତା ସେଠୀ, ସତ୍ୟଜିତ ପ୍ରଧାନ, ସିନ୍ଧୁ ସ୍ୱାଇଁ, ଆଦିତ୍ୟ ବାରିକ, ଲକ୍ଷ୍ମୀପ୍ରିୟା ବାରିକ, ଦିବାକର ବାରିକ ପ୍ରମୁଖ ୧୪ଜଣ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ସେମନଙ୍କ ମଧ୍ୟରୁ ଗୁରୁତର ଲକ୍ଷ୍ମୀପ୍ରିୟା ଓ ଦିବାକରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଗାଁରେ ଝାଡାବାନ୍ତି ସ୍ଥିତି ବିଗୁଡୁଥିବାରୁ ଗାଁରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଓ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ରଶ୍ମୀ ରଂଜନ ମହାନ୍ତି, ଗାଁରେ ରହି ଲୋକଙ୍କୁ ପ୍ରତିଶେଧକ ଔଷଧ ଦେଇଛନ୍ତି। ଗାଁରେ ଥିବା ନଳକୂପ ନିକଟରେ ଜମିଥିବା ପାଣି ଓ ଆବର୍ଜନାକୁ ସଫା କରି ବ୍ଲିଚିଙ୍ଗ ପକାଇଛନ୍ତି। ଗାଁ ମଝିରେ ଥିବା ପଂଚାୟତର ପୋଖରୀ ପାଣି ଏହି ଝାଡାବାନ୍ତିର ମୂଳ କାରଣ ବୋଲି କୁହାଯାଉଛି।

ଗାଁର ସମସ୍ତ ନର୍ଦ୍ଧମା ଓ ବର୍ଷାପାଣି ଏହି ପୋଖରୀକୁ ଆସିଥାଏ। ପୋଖରୀ ଚତୁଃପାଶ୍ୱର୍ରେ ଘର ରହିଥିବାରୁ ଗାଁ ଲୋକେ ସେହି ପୋଖରୀ ପାଣିରେ ବାସନ କୁସନ ଧୁଆଧୁଇ କରିଥାନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଖରୀ ପାଣି, ନଳକୂପ ପାଣି ଓ ଝାଡା ସାମ୍ପୁଲ ପରୀକ୍ଷା ପାଇଁ ଅଣାଯାଇଛି। ପୋଖରୀ ପାଣିରେ ଇମ୍ଫେକ୍ସନ ଥିବା ପରୀକ୍ଷାରୁ ଜଣାପଡିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି।