ଆମାଜନ୍ ଜଙ୍ଗଲରେ ବିରଳ ସ୍ବର୍ଣ୍ଣଚୂଳ ପକ୍ଷୀ ଆବିଷ୍କାର, ଆକର୍ଷଣ ସାଜୁଛି ସୁନେଲି ଚୂଳ ଏବଂ ହଳଦିଆ ପର
ଟରଣ୍ଟୋ: ବୈଜ୍ଞାନିକମାନେ ପ୍ରଥମ କରି ଏକ ସଙ୍କର ଜାତୀୟ ପକ୍ଷୀ ଆବିଷ୍କାର କରିଛନ୍ତି। ଆମାଜନ୍ର ଗ୍ରୀଷ୍ମମଣ୍ଡଳୀୟ ଚିରହରିତ୍ ଜଙ୍ଗଲରେ ଦେଖାଯାଉଥିବା ଏହି ପକ୍ଷୀର ମୁଣ୍ଡରେ ସୁନେଲି ଚୂଳ ଏବଂ ହଳଦିଆ ପର ରହିଛି। ଗବେଷକମାନେ କ୍ରମାଗତ ଆନୁବଂଶିକ ଏବଂ ଅନ୍ୟାନ୍ୟ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ, ସ୍ଵର୍ଣ୍ଣଚୂଳ ବିଶିଷ୍ଟ ଏହି ପକ୍ଷୀ ପ୍ରଥମ କରି ୧୯୫୭ରେ ବ୍ରାଜିଲରେ ଦେଖାଯାଇଥିଲା। କିନ୍ତୁ ୨୦୦୨ ପର୍ଯ୍ୟନ୍ତ ଏହା ଅଦୃଶ୍ୟ ହୋଇ ଯାଇଥିଲା। ବାସ୍ତବରେ ଏହି ପକ୍ଷୀ ହେଉଛି ସଙ୍କର […]

ଟରଣ୍ଟୋ: ବୈଜ୍ଞାନିକମାନେ ପ୍ରଥମ କରି ଏକ ସଙ୍କର ଜାତୀୟ ପକ୍ଷୀ ଆବିଷ୍କାର କରିଛନ୍ତି। ଆମାଜନ୍ର ଗ୍ରୀଷ୍ମମଣ୍ଡଳୀୟ ଚିରହରିତ୍ ଜଙ୍ଗଲରେ ଦେଖାଯାଉଥିବା ଏହି ପକ୍ଷୀର ମୁଣ୍ଡରେ ସୁନେଲି ଚୂଳ ଏବଂ ହଳଦିଆ ପର ରହିଛି। ଗବେଷକମାନେ କ୍ରମାଗତ ଆନୁବଂଶିକ ଏବଂ ଅନ୍ୟାନ୍ୟ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ, ସ୍ଵର୍ଣ୍ଣଚୂଳ ବିଶିଷ୍ଟ ଏହି ପକ୍ଷୀ ପ୍ରଥମ କରି ୧୯୫୭ରେ ବ୍ରାଜିଲରେ ଦେଖାଯାଇଥିଲା। କିନ୍ତୁ ୨୦୦୨ ପର୍ଯ୍ୟନ୍ତ ଏହା ଅଦୃଶ୍ୟ ହୋଇ ଯାଇଥିଲା। ବାସ୍ତବରେ ଏହି ପକ୍ଷୀ ହେଉଛି ସଙ୍କର ପ୍ରଜାତିର।
ଏ ସମ୍ପର୍କରେ କାନାଡାସ୍ଥିତ ଟରଣ୍ଟୋ ୟୁନିଭର୍ସିଟିର ଗବେଷକ ଜାସନ୍ ୱେରୁ କହନ୍ତି, ସଙ୍କର ଜାତୀୟ ଉଭିଦ ସୃଷ୍ଟି ହେବା ସାଧାରଣ କଥା ହୋଇଥିଲେ ହେଁ ସଙ୍କର ଜାତୀୟ ମେରୁଦଣ୍ଡୀ ପ୍ରାଣୀ ଦେଖାଯିବା ବିରଳ ଘଟଣା | ଯେତେବେଳେ ଦୁଇ ଭିନ୍ନ ପ୍ରଜାତିର ପୁରୁଷ ଓ ମାଈ ପକ୍ଷୀଙ୍କ ମିଳନ ଘଟେ ସେମାନଙ୍କଠାରୁ ସଙ୍କରଜାତୀୟ ପକ୍ଷୀ ସୃଷ୍ଟି ହୁଏ। ଏହାପରେ ସେମାନେ ଗୋଟିଏ ସ୍ଥାନରେ ନ ରହି ଅନ୍ୟତ୍ର ଘୂରିବୁଲିଲେ ନିଜ ପ୍ରଜାତି ସହିତ ସମ୍ପର୍କ ସ୍ଥାପନ ଶାବକ ସୃଷ୍ଟି କରନ୍ତି।
ନୂଆ ପ୍ରଜାତିର ପକ୍ଷୀ ବିଚିତ୍ରତାରୁ ଜଣାଯାଏ ଯେ, ସେଗୁଡିକ ଯେଉଁ ପକ୍ଷୀଙ୍କ ଅଣ୍ଡାରୁ ଜନ୍ମ ନେଇଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ପକ୍ଷୀର ମୁଣ୍ଡରେ ବରଫ ଭଳି ସଫେଦ ଚୂଳ ରହିଥିବା ବେଳେ ଅନ୍ୟ ପକ୍ଷୀର ମୁଣ୍ଡରେ ସୁନେଲି ଚୂଳ ରହିଛି। ଗବେଷକମାନେ ବ୍ରାଜିଲ୍ରେ ଦୁଇ ପ୍ରଜାତିର ପକ୍ଷୀଙ୍କ ଆନୁବଂଶିକ ଓ ପର ନମୁନା ସଂଗ୍ରହ କରିଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ, ଏହି ନୂତନ ପ୍ରଜାତି ପକ୍ଷୀର ୨୦% ଗୁଣସୂତ୍ର ଧଳା ମୁକୁଟ ବିଶିଷ୍ଟ ପକ୍ଷୀଠାରୁ ଆସିଥିବା ବେଳେ ୮୦% ଗୁଣସୂତ୍ର ସ୍ବର୍ଣଚୂଳ ବିଶିଷ୍ଟ ପକ୍ଷୀଠାରୁ ଆସିଛି।