'ଆମେ ଦେଇପାରିବୁନି ଆଦେଶ...'; କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ,୦୪/୦୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଖାରଜ୍ । ଦ୍ବିତୀୟ ଆବେଦନର ଶୁଣାଣି ପାଇଁ ନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ପ୍ରସଙ୍ଗରେ ପଦକ୍ଷେପ ନେବାର କ୍ଷମତା ରାଷ୍ଟ୍ରପତି ଓ ଉପ-ରାଜ୍ୟପାଳ ପାଖରେ ରହିଛି । ଏପରି ପରିସ୍ଥିତିରେ ଆମେ ଏଭଳି ଆଦେଶ ଦେଇ ପାରିବୁ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି । ତେବେ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି, ଯେ ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଜାତୀୟ ସ୍ୱାର୍ଥ ଅଧିକ ହୋଇଥାଏ, କିନ୍ତୁ ଏନେଇ ନିଷ୍ପତ୍ତି କେଜ୍ରିୱାଲଙ୍କର ଅଟେ ।ଏହାପୂର୍ବରୁ ମଧ୍ୟ କେଜ୍ରିୱାଲଙ୍କୁ ସିଏମ୍ ପଦରୁ ହଟାଇବାକୁ ହାଇକୋର୍ଟ ଏକ ଆବେଦନକୁ ଖାରଜ କରିଥିଲେ। ଏହାରି ଭିତରେ କୋର୍ଟ କହିଛନ୍ତି, ଏହା କାର୍ଯ୍ୟପାଳିକା ସହିତ ଜଡ଼ିତ ଏକ ମାମଲା। ତେବେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜନସ୍ବାର୍ଥ ମାମଲା ସୁରଜିତ ସିଂ ଯାଦବ ଦାୟର କରିଥିଲେ । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ, ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ମାର୍ଚ୍ଚ ୨୧ ରେ ତାଙ୍କୁ ଇଡି ଗିରଫ କରିଥିଲା। ଏହି ପ୍ରସଙ୍ଗରେ ଇଡି ଅଭିଯୋଗ କରିଛି ଯେ, ଦିଲ୍ଲୀ ମଦ ନୀତି ଦୁର୍ନୀତିର କାର୍ଯ୍ୟକାରିତା ତଥା ପ୍ରସ୍ତୁତିରେ ଅନିୟମିତତା ହୋଇଛି ।ଦିଲ୍ଲୀ ଅବ

'ଆମେ ଦେଇପାରିବୁନି ଆଦେଶ...'; କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

ନୂଆଦିଲ୍ଲୀ,୦୪/୦୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଖାରଜ୍ । ଦ୍ବିତୀୟ ଆବେଦନର ଶୁଣାଣି ପାଇଁ ନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ପ୍ରସଙ୍ଗରେ ପଦକ୍ଷେପ ନେବାର କ୍ଷମତା ରାଷ୍ଟ୍ରପତି ଓ ଉପ-ରାଜ୍ୟପାଳ ପାଖରେ ରହିଛି । ଏପରି ପରିସ୍ଥିତିରେ ଆମେ ଏଭଳି ଆଦେଶ ଦେଇ ପାରିବୁ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି । ତେବେ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି, ଯେ ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଜାତୀୟ ସ୍ୱାର୍ଥ ଅଧିକ ହୋଇଥାଏ, କିନ୍ତୁ ଏନେଇ ନିଷ୍ପତ୍ତି କେଜ୍ରିୱାଲଙ୍କର ଅଟେ ।

ଏହାପୂର୍ବରୁ ମଧ୍ୟ କେଜ୍ରିୱାଲଙ୍କୁ ସିଏମ୍ ପଦରୁ ହଟାଇବାକୁ ହାଇକୋର୍ଟ ଏକ ଆବେଦନକୁ ଖାରଜ କରିଥିଲେ। ଏହାରି ଭିତରେ କୋର୍ଟ କହିଛନ୍ତି, ଏହା କାର୍ଯ୍ୟପାଳିକା ସହିତ ଜଡ଼ିତ ଏକ ମାମଲା। ତେବେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜନସ୍ବାର୍ଥ ମାମଲା ସୁରଜିତ ସିଂ ଯାଦବ ଦାୟର କରିଥିଲେ । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ, ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ମାର୍ଚ୍ଚ ୨୧ ରେ ତାଙ୍କୁ ଇଡି ଗିରଫ କରିଥିଲା। ଏହି ପ୍ରସଙ୍ଗରେ ଇଡି ଅଭିଯୋଗ କରିଛି ଯେ, ଦିଲ୍ଲୀ ମଦ ନୀତି ଦୁର୍ନୀତିର କାର୍ଯ୍ୟକାରିତା ତଥା ପ୍ରସ୍ତୁତିରେ ଅନିୟମିତତା ହୋଇଛି ।

ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତତାର ମୁଖ୍ୟ ଷଡଯନ୍ତ୍ରକାରୀ ଅରବିନ୍ଦ କେଜ୍ରିୱାଲ ବୋଲି ଇଡି କହିଛି । ଆମ୍ ଆଦମୀ ପାର୍ଟିର ଅନ୍ୟ ନେତା ଓ ମନ୍ତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ମଧ୍ୟ ତମାମ ଅର୍ଥ ହେରଫେର ମାମଲାରେ ଜେଲରେ ଅଛନ୍ତି। ସେପଟେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଅଭିଯୋକୁ ଖଣ୍ଡନ କରି ଆମ୍ ଆଦମୀ ପାର୍ଟି ।