ରାଜ୍ୟରେ ଚାଲିଛି ୨ୟ ପର୍ଯ୍ୟାୟ ଭୋଟିଂ, ବିଭିନ୍ନ ସ୍ଥାନରେ EVM ଅଚଳ
ଭୁବନେଶ୍ୱର ୨୦।୦୫ : ରାଜ୍ୟରେ ୨ୟ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ । ହେଲେ ଭୋଟିଂ ଆରମ୍ଭ ପୂର୍ବରୁ ବିଭିନ୍ନ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଥିବା ଦେଖାଯାଇଛି । ଦୀର୍ଘ ସମୟ ଧରି ବିଭିନ୍ନ ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ରହିଛି । ଯାହାଫଳରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀ ମେଣ୍ଡା ଗାଁ ୨୩୭ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି। ଏବେ ଯାଏଁ ଭୋଟିଂ ଆରମ୍ଭ ହୋଇପାରିନି । ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଫୁଲା ଓ ସାଗଜୁରି (୧୭୮) ବୁଥରେ ଇଭିଏମ୍ ଅଚଳ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଓପିଏମ ବାଳିକା ହାଇସ୍କୁଲରେ ୧୨ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ବାକି ବଲାଙ୍ଗୀର ସଇଁନ୍ତଳା ବ୍ଲକ କୁଆଁର ଗାଁ ରେ ୧୫୧ ନମ୍ବର ବୁଥରେ ଇଭିଏମ ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି। ଏହି ସବୁ ସ୍ଥାନରେ ଦୀର୍ଘ ସମୟ ଧରି ହୋଇପାରିନି ଭୋଟ ଗ୍ରହଣ । ସୂଚନାଯୋଗ୍ୟ ଯେ, ସୋମବାର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ । ତେବେ ୫ଟି ଲୋକସଭା ଆସନ ମଧ୍ୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ରହିଛି । ସେହିପରି ୩୫ ବିଧାନସଭା ଆସନ ମଧ୍ୟରେ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପ
ଭୁବନେଶ୍ୱର ୨୦।୦୫ : ରାଜ୍ୟରେ ୨ୟ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ । ହେଲେ ଭୋଟିଂ ଆରମ୍ଭ ପୂର୍ବରୁ ବିଭିନ୍ନ ସ୍ଥାନରେ ଇଭିଏମ୍ରେ ତ୍ରୁଟି ଥିବା ଦେଖାଯାଇଛି । ଦୀର୍ଘ ସମୟ ଧରି ବିଭିନ୍ନ ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ରହିଛି । ଯାହାଫଳରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଛି ।
ଖବର ଅନୁଯାୟୀ, ସୋନପୁର ଜିଲ୍ଲା ସୋନପୁର ନିର୍ବାଚନ ମଣ୍ଡଳୀ ମେଣ୍ଡା ଗାଁ ୨୩୭ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି। ଏବେ ଯାଏଁ ଭୋଟିଂ ଆରମ୍ଭ ହୋଇପାରିନି । ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଫୁଲା ଓ ସାଗଜୁରି (୧୭୮) ବୁଥରେ ଇଭିଏମ୍ ଅଚଳ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଓପିଏମ ବାଳିକା ହାଇସ୍କୁଲରେ ୧୨ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ବାକି ବଲାଙ୍ଗୀର ସଇଁନ୍ତଳା ବ୍ଲକ କୁଆଁର ଗାଁ ରେ ୧୫୧ ନମ୍ବର ବୁଥରେ ଇଭିଏମ ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି। ଏହି ସବୁ ସ୍ଥାନରେ ଦୀର୍ଘ ସମୟ ଧରି ହୋଇପାରିନି ଭୋଟ ଗ୍ରହଣ ।
ସୂଚନାଯୋଗ୍ୟ ଯେ, ସୋମବାର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ । ତେବେ ୫ଟି ଲୋକସଭା ଆସନ ମଧ୍ୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ରହିଛି । ସେହିପରି ୩୫ ବିଧାନସଭା ଆସନ ମଧ୍ୟରେ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଂଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଂଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଂଜିଳି ରହିଛି ।