ମାସକରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍, ସପ୍ତାହ ଭିତରେ ସରିବ ବ୍ୟାରିକେଡ୍ କାମ : BMC କମିଶନର

ଭୁବନେଶ୍ବର ୨୫।୬: ମାସକ ଭିତରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ସପ୍ତାହକ ଭିତରେ ସରିବ ଡ୍ରେନ୍ ବ୍ୟାରିକେଡ୍ କାମ । ଏଭଳି କହିଛନ୍ତି, BMC କମିଶନର ରାଜେଶ ପ୍ରଭାକର ପାଟିଲ । ଭୁବନେଶ୍ଵର ସହରରେ ମୋଟ୍ ୧୮୦୦ କିଲୋମିଟର ଡ୍ରେନ୍ ରହିଛି । ସେଥିରୁ BMC ଅଧୀନରେ ୧୩୮୦ କିଲୋମିଟର ଡ୍ରେନ୍ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ୍ ରହିଛି । ସବୁ ମୁକୁଳା ଡ୍ରେନ୍ ଚିହ୍ନଟ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ । କିଛି ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି । ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ । You Can Read :ସବୁ ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍, ହେବ ବିକଳ୍ପ ବ୍ୟବସ୍ଥା

ମାସକରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍, ସପ୍ତାହ ଭିତରେ ସରିବ ବ୍ୟାରିକେଡ୍ କାମ : BMC କମିଶନର

ଭୁବନେଶ୍ବର ।୬: ମାସକ ଭିତରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ସପ୍ତାହକ ଭିତରେ ସରିବ ଡ୍ରେନ୍ ବ୍ୟାରିକେଡ୍ କାମ । ଏଭଳି କହିଛନ୍ତି, BMC କମିଶନର ରାଜେଶ ପ୍ରଭାକର ପାଟିଲ । 

ଭୁବନେଶ୍ଵର ସହରରେ ମୋଟ୍ ୧୮୦୦ କିଲୋମିଟର ଡ୍ରେନ୍ ରହିଛି । ସେଥିରୁ BMC ଅଧୀନରେ ୧୩୮୦ କିଲୋମିଟର ଡ୍ରେନ୍ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ୍ ରହିଛି । ସବୁ ମୁକୁଳା ଡ୍ରେନ୍ ଚିହ୍ନଟ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ । କିଛି ସ୍ଥାନରେ ଡ୍ରେନ୍ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି । ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ । 

You Can Read :

ସବୁ ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍, ହେବ ବିକଳ୍ପ ବ୍ୟବସ୍ଥା