ରାତିରେ ଛିଡ଼ିଛି ଭାଗବଣ୍ଟା, ତଥାପି ଅଳ୍ପ ଆସନ ଅଟକିଛି: ବିଜେଡି-ବିଜେପି ଅଙ୍କର ଖବର ଏବେ ବ୍ରେକିଂ

ଭୁବନେଶ୍ବର: ବିଜେପି-ବିଜେଡି ମେଣ୍ଟ ଚୂଡାନ୍ତ । ଦିଲ୍ଲୀରେ କସରତ ପରେ ସିଟ୍ ଭାଗବଣ୍ଟା ଶେଷ ହୋଇଥିବା ଖବର ଆସିଲାଣି । କେବଳ ଔପଚାରିକତା ବାକି ରହିଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି କୁହାଯାଉଛି । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଅଭିମୁଖେ ଯାଇପାରନ୍ତି । ୧୫ ବର୍ଷ ପରେ ପୁଣି ଏନଡିଏରେ ଆନୁଷ୍ଠାନିକ ଏଣ୍ଟ୍ରି କରିବ ବିଜେଡି । ଗତକାଲି ସଂଧ୍ୟା ଦିଲ୍ଲୀ ଯାଇଥିବା କାର୍ତ୍ତିକ୍ ପାଣ୍ଡିଆନ୍ ଓ ପ୍ରବଣ ପ୍ରକାଶ ଦାସ ଓଡ଼ିଶା ଫେରିଆସିଛନ୍ତି । ଏବେ ବିଜେଡି-ବିଜେପି ଆସନ ବଣ୍ଟା ନେଇ ଜାତୀୟ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ହିସାବ ଭାଇରାଲ୍ ହେବାରେ ଲାଗିଛି। ନେତାଙ୍କ ଛାତି ଦୁକୁଦୁକୁ, ଜନତା ପଚାରୁଛନ୍ତି ସତ କୋଉଟା ।ଜତୀୟ ବୈଦ୍ୟୁତିକ୍ ଗଣମାଧ୍ୟମ ଇଣ୍ଡିଆ ଟିଭିର ରିପୋର୍ଟ ମୁତାବକ, ଓଡ଼ିଶାରେ ସିଟ୍ ସେୟାରିଂ ଅଙ୍କ ଚୂଡ଼ାନ୍ତ ହୋଇଛି । ବିଧନସଭାରେ ବିଜେଡି ଓ ବିଜେପି ୧୦୦-୪୭ ଆସନରେ ଲଢ଼ିବେ । ସେହିପରି ଲୋକସଭାରେ ୧୪-୭ ସିଟ୍ ଭାଗିଦାରୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ସେହିପରି ସୋସିଆଲ୍ ମିଡିଆରେ ଉଡ଼ୁଥିବା ଖବର ଅନୁଯାୟୀ, ରାଜ୍ୟ ବିଧାନସଭାରେ ବିଜେଡି- ବିଜେପି ୯୮-୪୯ ସିଟ୍‌ରେ ମିଳିତ ଭାବେ ଲଢ଼ିପାରନ୍ତି । ସେହିପରି ଲୋକସଭାରେ ୧୪-୭ ଅସନରେ ନିର୍ବାଚନ ଲଢ଼ିବେ । ରାଜନୈତିକ ବିଶେଷଜ୍ଞଙ୍କ ସୂଚନା ମୁତାବକ, ଏନଡିଏ ସହିତ ବିଜେଡିର ମେଣ୍ଟ ନିଶ୍ଚିତ । ଓଡ଼ିଶ

ରାତିରେ ଛିଡ଼ିଛି ଭାଗବଣ୍ଟା, ତଥାପି ଅଳ୍ପ ଆସନ ଅଟକିଛି: ବିଜେଡି-ବିଜେପି ଅଙ୍କର ଖବର ଏବେ ବ୍ରେକିଂ


ଭୁବନେଶ୍ବରବିଜେପି-ବିଜେଡି ମେଣ୍ଟ ଚୂଡାନ୍ତ । ଦିଲ୍ଲୀରେ କସରତ ପରେ ସିଟ୍ ଭାଗବଣ୍ଟା ଶେଷ ହୋଇଥିବା ଖବର ଆସିଲାଣି । କେବଳ ଔପଚାରିକତା ବାକି ରହିଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି କୁହାଯାଉଛି । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଅଭିମୁଖେ ଯାଇପାରନ୍ତି । ୧୫ ବର୍ଷ ପରେ ପୁଣି ଏନଡିଏରେ ଆନୁଷ୍ଠାନିକ ଏଣ୍ଟ୍ରି କରିବ ବିଜେଡି । ଗତକାଲି ସଂଧ୍ୟା ଦିଲ୍ଲୀ ଯାଇଥିବା କାର୍ତ୍ତିକ୍ ପାଣ୍ଡିଆନ୍ ଓ ପ୍ରବଣ ପ୍ରକାଶ ଦାସ ଓଡ଼ିଶା ଫେରିଆସିଛନ୍ତି । ଏବେ ବିଜେଡି-ବିଜେପି ଆସନ ବଣ୍ଟା ନେଇ ଜାତୀୟ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ହିସାବ ଭାଇରାଲ୍ ହେବାରେ ଲାଗିଛି। ନେତାଙ୍କ ଛାତି ଦୁକୁଦୁକୁ, ଜନତା ପଚାରୁଛନ୍ତି ସତ କୋଉଟା ।


ଜତୀୟ ବୈଦ୍ୟୁତିକ୍ ଗଣମାଧ୍ୟମ ଇଣ୍ଡିଆ ଟିଭିର ରିପୋର୍ଟ ମୁତାବକ, ଓଡ଼ିଶାରେ ସିଟ୍ ସେୟାରିଂ ଅଙ୍କ ଚୂଡ଼ାନ୍ତ ହୋଇଛି । ବିଧନସଭାରେ ବିଜେଡି ଓ ବିଜେପି ୧୦୦-୪୭ ଆସନରେ ଲଢ଼ିବେ । ସେହିପରି ଲୋକସଭାରେ ୧୪-୭ ସିଟ୍ ଭାଗିଦାରୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ସେହିପରି ସୋସିଆଲ୍ ମିଡିଆରେ ଉଡ଼ୁଥିବା ଖବର ଅନୁଯାୟୀ, ରାଜ୍ୟ ବିଧାନସଭାରେ ବିଜେଡି- ବିଜେପି ୯୮-୪୯ ସିଟ୍‌ରେ ମିଳିତ ଭାବେ ଲଢ଼ିପାରନ୍ତି । ସେହିପରି ଲୋକସଭାରେ ୧୪-୭ ଅସନରେ ନିର୍ବାଚନ ଲଢ଼ିବେ । ରାଜନୈତିକ ବିଶେଷଜ୍ଞଙ୍କ ସୂଚନା ମୁତାବକ, ଏନଡିଏ ସହିତ ବିଜେଡିର ମେଣ୍ଟ ନିଶ୍ଚିତ । ଓଡ଼ିଶାରେ ମିଳିତ ଭାବେ ବିଧାନସଭାରେ ୯୫-୫୨ ସିଟ୍ ସେୟାରିଂ କରିପାରନ୍ତି । ଲୋକସଭା ଆସନରେ ୧୪-୭ରେ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି । 


ଏପରେ ମେଣ୍ଟ ନେଇ ବିଜେଡି ଓ ବିଜେପି ଦଳ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ ବି କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ଏବଂ ବିଜେଡି ତୁଙ୍ଗା ନେତାଙ୍କ ରୁଦ୍ଧଦ୍ବାର ବୈଠକ ମେଣ୍ଟ ଆଶା ବଢ଼ାଇ ଦେଇଛି । ଉଭୟ ଦଳ ମଧ୍ୟରେ ସିଟ୍ ସେୟାରିଂ ଅଙ୍କ ଛିଡ଼ିଥିଲେ ମଧ୍ୟ ଅଳ୍ପ କିଛି ଆସନରେ ଦ୍ବନ୍ଦ୍ବ ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ବିଜେପି ଗତ ବିଧାନସଭା ନିର୍ବାଚନରେ ଯେଇଁ ଆସନରେ ପରାସ୍ତ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲା ସେହି ସବୁ ଆସନରେ ବୁଝାବଣା କରିବାକୁ ଚାହୁଁଛି । ବିଜେପି ମୋଟ୍ ବିଧାନସଭାରେ ମୋଟ୍ ୫୦ରୁ ଅଧିକ ସିଟ୍ ଚାହୁଁଥିବା କୁହାଯାଉଛି । ଏପଟେ ବିଜେଡି ସୁପ୍ରିମୋ ଠିକ୍ ସମୟ ଠିକ୍ ନିଷ୍ପତ୍ତି ନେବେ ବୋଲି ଦଳୀୟ ନେତା କହିଛନ୍ତି । ମେଣ୍ଟ ଖବର ପ୍ରଚାର ପରେ କିଛି ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି । କାହାର ଟିକେଟ୍ କଟିବ, କାହାକୁ ପ୍ରାର୍ଥୀ କରାଯିବ, ତାକୁ ନେଇ ଭାଳେନି ପଡ଼ିଗଲାଣି ।