ହୋଲି ଖେଳରେ ତୁମୁଳକାଣ୍ଡ, ଗଣ୍ଡଗୋଳକୁ ନେଇ ମିଠା ଦୋକାନରେ ଭଙ୍ଗାରୁଜା
ଆଠଗଡ଼: ହୋଲି ଖେଳ ବେଳେ ବଚସା । ରାଗରେ ମିଠା ଦୋକାନରେ ପଶି ବ୍ୟାପକ ଭଙ୍ଗାରୁଜା କଲେ ଦୁର୍ବୁତ୍ତ। ଘଟଣା ଘଟିଛି ଆଠଗଡ଼ କଇଥଛକ ନିକଟରେ।ସୂଚନା ଅନୁଯାୟୀ, ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗାଁରେ ରବିବାର ଦୋଳ ଯାତ୍ରା ହୋଇଥିଲା। ଏହି ଯାତ୍ରା ସମୟରେ ସ୍ଥାନୀୟ ସୁରେନ୍ଦ୍ର ଚନ୍ଦ୍ର ସାହୁ ନାମକ ଜଣେ ମିଠା ଦୋକାନୀଙ୍କ ପୁଅ ସହ ଗ୍ରାମର କିଛି ଲୋକଙ୍କ ବଚସା ହୋଇଥିଲା। ଆଉ ସୋମବାର ହୋଲି ଖେଳ ଚାଲିଥିବାବେଳେ କଇଥ ଛକ ନିକଟରେ ସୁରେଶଙ୍କ ମିଠା ଦୋକାନରେ ପଶି ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ୧୫ରୁ ଉର୍ଦ୍ଧ୍ବ ଯୁବକ।ଏଥିରେ ମିଠା ଦୋକାନରେ ରଖାଯାଇଥିବା ମିଠା ସହ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି। ସଂପୂର୍ଣ୍ଣ ଘଟଣାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି। ଏନେଇ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଠଗଡ଼: ହୋଲି ଖେଳ ବେଳେ ବଚସା । ରାଗରେ ମିଠା ଦୋକାନରେ ପଶି ବ୍ୟାପକ ଭଙ୍ଗାରୁଜା କଲେ ଦୁର୍ବୁତ୍ତ। ଘଟଣା ଘଟିଛି ଆଠଗଡ଼ କଇଥଛକ ନିକଟରେ।
ସୂଚନା ଅନୁଯାୟୀ, ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗାଁରେ ରବିବାର ଦୋଳ ଯାତ୍ରା ହୋଇଥିଲା। ଏହି ଯାତ୍ରା ସମୟରେ ସ୍ଥାନୀୟ ସୁରେନ୍ଦ୍ର ଚନ୍ଦ୍ର ସାହୁ ନାମକ ଜଣେ ମିଠା ଦୋକାନୀଙ୍କ ପୁଅ ସହ ଗ୍ରାମର କିଛି ଲୋକଙ୍କ ବଚସା ହୋଇଥିଲା।
ଆଉ ସୋମବାର ହୋଲି ଖେଳ ଚାଲିଥିବାବେଳେ କଇଥ ଛକ ନିକଟରେ ସୁରେଶଙ୍କ ମିଠା ଦୋକାନରେ ପଶି ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ୧୫ରୁ ଉର୍ଦ୍ଧ୍ବ ଯୁବକ।
ଏଥିରେ ମିଠା ଦୋକାନରେ ରଖାଯାଇଥିବା ମିଠା ସହ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଛି। ସଂପୂର୍ଣ୍ଣ ଘଟଣାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି। ଏନେଇ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।