ବ୍ରହ୍ମପୁର ମେୟରଙ୍କୁ ହତ୍ୟା ଧମକ ! ଥାନାରେ ଅଭିଯୋଗ କଲେ ମେୟର

ବ୍ରହ୍ମପୁର ୦୨।୧୧: ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ କଲ୍‌ ।  ମୋବାଇଲରେ କଲ କରି ଧମକ ଦିଆଯାଇଛି। ଧମକ ଦେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜୁ ହୋଇଛି। ଗତ ୨୯ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ୫୦ମିନିଟ ସମୟରେ ମେୟର ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ୯୦୭୮୦୯୦୨୫୨ ନମ୍ବରରୁ ତାଙ୍କ ଫୋନକୁ ଏକ କଲ ଆସିଥିଲା । ଉକ୍ତ କଲଟି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଲଳିତ ମୋହନ ଦାସଙ୍କର ବୋଲି ଜଣାପଡ଼ିଥିଲା। ଦୀର୍ଘବର୍ଷ ଧରି ସେ ବ୍ରହ୍ମପୁର ମହାନଗର ନିଗରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। କିଛି ଦିନ ପୂର୍ବେ ତାଙ୍କୁ ମହାନଗର ନିଗମ କାଉନସିଲ ବୈଠକରେ ସେ ଯେଉଁ ଯୋଜନାରେ ନିୟୋଜିତ ହୋଇଥିଲେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ଵ ରୁ ମୁକ୍ତ କରାଯିବା ସହ ରିଲିଭ କରି ଦିଆଯାଇଥିଲା। ତେବେ ହଠାତ ମେୟରଙ୍କ ପ୍ରତି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ଥରେ ଫୋନ କଲ କାଟିବା ପରେ ପୁଣି ଥରେ କଲ କରି ମେୟରଙ୍କୁ ଗାଳିଗୁଲଜ କରିବା ସହିତ ଧମକ ମଧ୍ୟ ଦେଇଥିବା ଟାଉନ ଥାନାରେ ମେୟର  ଦଳେଇ ଦେଇଥିବା ଏତଲାରେ ସ୍ପଷ୍ଟ କରିଛନ୍ତି । ଏ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଆଇନ ଅନ

ବ୍ରହ୍ମପୁର ମେୟରଙ୍କୁ ହତ୍ୟା ଧମକ ! ଥାନାରେ ଅଭିଯୋଗ କଲେ ମେୟର

ବ୍ରହ୍ମପୁର ୦୨।୧୧: ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ କଲ୍‌ ।  ମୋବାଇଲରେ କଲ କରି ଧମକ ଦିଆଯାଇଛି। ଧମକ ଦେବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜୁ ହୋଇଛି। 

ଗତ ୨୯ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ୫୦ମିନିଟ ସମୟରେ ମେୟର ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ୯୦୭୮୦୯୦୨୫୨ ନମ୍ବରରୁ ତାଙ୍କ ଫୋନକୁ ଏକ କଲ ଆସିଥିଲା । ଉକ୍ତ କଲଟି ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ. ଲଳିତ ମୋହନ ଦାସଙ୍କର ବୋଲି ଜଣାପଡ଼ିଥିଲା। ଦୀର୍ଘବର୍ଷ ଧରି ସେ ବ୍ରହ୍ମପୁର ମହାନଗର ନିଗରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ବରେ ରହିଥିଲେ। କିଛି ଦିନ ପୂର୍ବେ ତାଙ୍କୁ ମହାନଗର ନିଗମ କାଉନସିଲ ବୈଠକରେ ସେ ଯେଉଁ ଯୋଜନାରେ ନିୟୋଜିତ ହୋଇଥିଲେ ତାହା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ଵ ରୁ ମୁକ୍ତ କରାଯିବା ସହ ରିଲିଭ କରି ଦିଆଯାଇଥିଲା। ତେବେ ହଠାତ ମେୟରଙ୍କ ପ୍ରତି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ଥରେ ଫୋନ କଲ କାଟିବା ପରେ ପୁଣି ଥରେ କଲ କରି ମେୟରଙ୍କୁ ଗାଳିଗୁଲଜ କରିବା ସହିତ ଧମକ ମଧ୍ୟ ଦେଇଥିବା ଟାଉନ ଥାନାରେ ମେୟର  ଦଳେଇ ଦେଇଥିବା ଏତଲାରେ ସ୍ପଷ୍ଟ କରିଛନ୍ତି । ଏ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।