ବଜ୍ରାପାତରେ ଫାଟିଲା ସ୍କୁଲ କାନ୍ଥ, ଅଳ୍ପକେ ବର୍ତ୍ତିଗଲେ ୨୦ରୁ ଅଧିକ ଛାତ୍ରଛାତ୍ରୀ

ଆଠଗଡ଼ ୨୪।୦୯ : ବଜ୍ରାପାତରେ ଫାଟିଲା ବିଦ୍ୟାଳୟ କାନ୍ଥ । ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଛାତ୍ରଛାତ୍ରୀ । ଆଠଗଡ଼ ତୋଟାପଡ଼ା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଖବର ଅନୁଯାୟୀ, ତୋଟାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଚାଲିଥିଲା । ଏହି ସମୟରେ ହଠାତ୍‌ ବଜ୍ରାପାତ ହୋଇଥିଲା । ଯାହାଫଳରେ ବିଦ୍ୟାଳୟର କାନ୍ଥ ଫାଟି ଆସିଯାଇଥିଲା । ହେଲେ ବିଦ୍ୟାଳୟରେ ଥିବା ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବଜ୍ରାପାତ ଲାଗି ସ୍କୁଲ କାନ୍ଥ ଫାଟିଥିବାର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।  

ବଜ୍ରାପାତରେ ଫାଟିଲା ସ୍କୁଲ କାନ୍ଥ, ଅଳ୍ପକେ ବର୍ତ୍ତିଗଲେ ୨୦ରୁ ଅଧିକ ଛାତ୍ରଛାତ୍ରୀ

ଆଠଗଡ଼ ୨୪।୦୯ : ବଜ୍ରାପାତରେ ଫାଟିଲା ବିଦ୍ୟାଳୟ କାନ୍ଥ । ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଛାତ୍ରଛାତ୍ରୀ । ଆଠଗଡ଼ ତୋଟାପଡ଼ା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । 

ଖବର ଅନୁଯାୟୀ, ତୋଟାପଡ଼ା ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଚାଲିଥିଲା । ଏହି ସମୟରେ ହଠାତ୍‌ ବଜ୍ରାପାତ ହୋଇଥିଲା । ଯାହାଫଳରେ ବିଦ୍ୟାଳୟର କାନ୍ଥ ଫାଟି ଆସିଯାଇଥିଲା । ହେଲେ ବିଦ୍ୟାଳୟରେ ଥିବା ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବଜ୍ରାପାତ ଲାଗି ସ୍କୁଲ କାନ୍ଥ ଫାଟିଥିବାର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।