କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ ଆଉ ଏକ ଭୂତାଣୁ, ସାମ୍ନାକୁ ଆସିଲା ହସ୍ପିଟାଲର ଭିଡିଓ
ନୂଆଦିଲ୍ଲୀ ୦୩।୦୧; ଡାକ୍ତରଖାନାରେ ଭିଡ଼, ଶବଦାହ ପାଇଁ ମିଳିବ ନାହିଁ ସ୍ଥାନ ! ପୁଣି ସାରା ଦେଶରେ ଲାଗିବ ଲକ୍ ଡାଉନ୍ । ଶିଶୁ ଏବଂ ବୃଦ୍ଧମାନଙ୍କୁ କରୁଛି ଆକ୍ରାନ୍ତ। ଚିନ୍ତା ବଢ଼ାଇଲା ଚୀନ୍ର ନୂଆ ଭାଇରସ୍। କରୋନା ମହାମାରୀର ୫ ବର୍ଷ ପରେ ଆଉ ଏକ ଭୂତାଣୁ । ଯାହାର ନାଁ 'ହ୍ୟୁମାନ ମେଟାନ୍ୟୁମୋଭାଇରସ୍'। ଏଥିରେ ଗଲାଣି ଶତାଧିକ ଜୀବନ । ଦ୍ରୁତ ଗତିରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ନିମୋନିଆ ସମେତ ଫୁସଫୁସକୁ କରୁଛି ଆକ୍ରାନ୍ତ।କେଉଁ ଭୂତାଣୁରୁ ସଂକ୍ରମଣ ବ୍ୟାପୁଛି ତାହା ଅସ୍ପଷ୍ଟ। ପୁଣି ଏକ ରହସ୍ୟମୟ ଭାଇରସ୍ । ଚୀନ ଖେଳାଇଛି ଆତଙ୍କ । ଡାକ୍ତରଖାନାରେ ଲମ୍ଵା ଲାଇନ୍ । ପାଦ ରଖିବାକୁ ନାହିଁ ସ୍ଥାନ । ଲୋକଙ୍କ ମୁହଁରେ ମାସ୍କ । ମନରେ ଭୟର ଆତଙ୍କ । ଏହି ନୂତନ ଭୂତାଣୁ ସଂକ୍ରମିତ କରିବାରେ ବ୍ୟାପିଛି। ଏଥିରେ ଅନେକ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କରାଯାଉଛି । ଏପରିକି ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା ହୋଇଛି । ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି ଚୀନ ଡିଜିଜ୍ କଣ୍ଟ୍ରୋଲ ଅଥୋରିଟି। ଯାହାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ଅନେକ ଭିଡିଓ ।ତେବେ ଏହି ଭାଇରସ୍ ବିଶେଷ ଭାବରେ ୧୪ ବର୍ଷରୁ କମ୍ ପିଲାମାନଙ୍କୁ କରୁଛି ପ୍ରଭାବିତ । ଏହାର ଲକ୍ଷଣ ସାଧାରଣ ରୋଗର ଥଣ୍ଡା –ଜ୍ଵର ସହ ସମାନ। ଭାଇରସ୍କୁ ଦୃଷ୍ଟିରେ ରଖି ଅଧିକାରୀମାନେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଜନଗହଳି ପୂର୍ଣ୍ଣ
ନୂଆଦିଲ୍ଲୀ ୦୩।୦୧; ଡାକ୍ତରଖାନାରେ ଭିଡ଼, ଶବଦାହ ପାଇଁ ମିଳିବ ନାହିଁ ସ୍ଥାନ ! ପୁଣି ସାରା ଦେଶରେ ଲାଗିବ ଲକ୍ ଡାଉନ୍ । ଶିଶୁ ଏବଂ ବୃଦ୍ଧମାନଙ୍କୁ କରୁଛି ଆକ୍ରାନ୍ତ। ଚିନ୍ତା ବଢ଼ାଇଲା ଚୀନ୍ର ନୂଆ ଭାଇରସ୍। କରୋନା ମହାମାରୀର ୫ ବର୍ଷ ପରେ ଆଉ ଏକ ଭୂତାଣୁ । ଯାହାର ନାଁ 'ହ୍ୟୁମାନ ମେଟାନ୍ୟୁମୋଭାଇରସ୍'। ଏଥିରେ ଗଲାଣି ଶତାଧିକ ଜୀବନ । ଦ୍ରୁତ ଗତିରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ନିମୋନିଆ ସମେତ ଫୁସଫୁସକୁ କରୁଛି ଆକ୍ରାନ୍ତ।କେଉଁ ଭୂତାଣୁରୁ ସଂକ୍ରମଣ ବ୍ୟାପୁଛି ତାହା ଅସ୍ପଷ୍ଟ।
ପୁଣି ଏକ ରହସ୍ୟମୟ ଭାଇରସ୍ । ଚୀନ ଖେଳାଇଛି ଆତଙ୍କ । ଡାକ୍ତରଖାନାରେ ଲମ୍ଵା ଲାଇନ୍ । ପାଦ ରଖିବାକୁ ନାହିଁ ସ୍ଥାନ । ଲୋକଙ୍କ ମୁହଁରେ ମାସ୍କ । ମନରେ ଭୟର ଆତଙ୍କ । ଏହି ନୂତନ ଭୂତାଣୁ ସଂକ୍ରମିତ କରିବାରେ ବ୍ୟାପିଛି। ଏଥିରେ ଅନେକ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଦାବି କରାଯାଉଛି । ଏପରିକି ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା ହୋଇଛି । ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛି ଚୀନ ଡିଜିଜ୍ କଣ୍ଟ୍ରୋଲ ଅଥୋରିଟି। ଯାହାକୁ ନେଇ ସୋସିଆଲ ମିଡିଆରେ ଦେଖିବାକୁ ଅନେକ ଭିଡିଓ ।
ତେବେ ଏହି ଭାଇରସ୍ ବିଶେଷ ଭାବରେ ୧୪ ବର୍ଷରୁ କମ୍ ପିଲାମାନଙ୍କୁ କରୁଛି ପ୍ରଭାବିତ । ଏହାର ଲକ୍ଷଣ ସାଧାରଣ ରୋଗର ଥଣ୍ଡା –ଜ୍ଵର ସହ ସମାନ। ଭାଇରସ୍କୁ ଦୃଷ୍ଟିରେ ରଖି ଅଧିକାରୀମାନେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବାକୁ କହିଛନ୍ତି ଚୀନର ସ୍ୱାସ୍ଥ୍ୟ ଅଧିକାରୀ । ଏକ୍ସ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚୀନରେ ଏକାଧିକ ଭୂତାଣୁଜନିତ ମହାମାରୀ ବ୍ୟାପିବା ବିଷୟରେ ଖବର ପ୍ରକାଶ ପାଇଛି । ଅନ୍ୟପଟେ ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ - ହୁ ଖୁବଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବା ନେଇ ସମ୍ଭାବନା ରହିଛି ।