ମହଙ୍ଗା ପଡ଼ିଲା ବିସିସିଆଇର ନିର୍ଦ୍ଦେଶ ଅଣଦେଖା, ବାର୍ଷିକ ଚୁକ୍ତିରୁ ବାଦ ପଡିଲେ ଶ୍ରେୟାସ-ଈଶାନ
ମୁମ୍ବାଇ,୨୮ା୨: ବିସିସିଆଇ ବୁଧବାର ପୁରୁଷ ଦଳର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଛି। ଯେଉଁଥିରୁ ବାଦ ପଡିଛନ୍ତି ଇଶାନ୍ କିଶାନ୍ ଏବଂ ଶ୍ରେୟାସ୍ ଆୟର। ଦୁହେଁ ଗତବର୍ଷ ଦିନିକିଆ ବିଶ୍ୱକପ ଦଳରେ ଥିଲେ ମଧ୍ୟ ସେମାନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରାଯାଇଛି। ପ୍ରକାଶ ପାଇଥିବା ଚୁକ୍ତି ତାଲିକା ଅନୁଯାୟୀ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ଗ୍ରେଡ ଏ+ ରେ ରହିଥିଲା ବେଳେ ପ୍ରାୟ ୩୦ ଖେଳାଳିଙ୍କୁ କେନ୍ଦ୍ରୀୟ […] The post ମହଙ୍ଗା ପଡ଼ିଲା ବିସିସିଆଇର ନିର୍ଦ୍ଦେଶ ଅଣଦେଖା, ବାର୍ଷିକ ଚୁକ୍ତିରୁ ବାଦ ପଡିଲେ ଶ୍ରେୟାସ-ଈଶାନ appeared first on Dharitri Odia News.
ମୁମ୍ବାଇ,୨୮ା୨: ବିସିସିଆଇ ବୁଧବାର ପୁରୁଷ ଦଳର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଛି। ଯେଉଁଥିରୁ ବାଦ ପଡିଛନ୍ତି ଇଶାନ୍ କିଶାନ୍ ଏବଂ ଶ୍ରେୟାସ୍ ଆୟର। ଦୁହେଁ ଗତବର୍ଷ ଦିନିକିଆ ବିଶ୍ୱକପ ଦଳରେ ଥିଲେ ମଧ୍ୟ ସେମାନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରାଯାଇଛି।
ପ୍ରକାଶ ପାଇଥିବା ଚୁକ୍ତି ତାଲିକା ଅନୁଯାୟୀ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ଗ୍ରେଡ ଏ+ ରେ ରହିଥିଲା ବେଳେ ପ୍ରାୟ ୩୦ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତି ମିଳିଛି। ଚାଲୁଥିବା ଘରୋଇ କ୍ରିକେଟ୍ ଋତୁରେ କୌଣସି ମ୍ୟାଚରେ ନ ଖେଳିବାରୁ ଶ୍ରେୟାସ୍ ଆୟର୍ ଏବଂ ଇଶାନ୍ କିଶାନଙ୍କ ବାର୍ଷିକ ଚୁକ୍ତିରୁ ହଟାଇ ଦିଆଯାଇଛି। ୨୦୨୨-୨୩ ଋତୁ ପାଇଁ ଇଶାନ୍ କିଶାନ୍ ଗ୍ରେଡ୍-ସି’ରେ ଥିବାବେଳେ ଶ୍ରେୟାସ୍ ଆୟର ଗ୍ରେଡ୍- ବି’ରେ ଥିଲେ ବିରେ ଥିଲେ।
ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା:
(ଗ୍ରେଡ ଏ+)-ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା
(ଗ୍ରେଡ ଏ)-ଆର ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, କେ.ଏଲ ରାହୁଲ, ଶୁବମନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।
(ଗ୍ରେଡ ବି)-ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଏବଂ ଯଶସ୍ବୀ ଜୟସ୍ବାଲ
(ଗ୍ରେଡ୍ ସି)-ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାୟକ୍ୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ.ଏସ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ ଏବଂ ରଜତ ପଟିଦାର।
ଏହା ସହିତ ଆକାଶଦୀପ, ବିଜୟକୁମାର ବ୍ୟାଶକ, ଉମରନ ମଲିକ, ୟଶ ଦୟାଲ୍ ଏବଂ ବିଦ୍ୱାଥ କାଭେରାପ୍ପା ସମତେ ୫ ଖେଳାଳିଙ୍କୁ ଫାଷ୍ଟ ବୋଲିଂ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଛି।
The post ମହଙ୍ଗା ପଡ଼ିଲା ବିସିସିଆଇର ନିର୍ଦ୍ଦେଶ ଅଣଦେଖା, ବାର୍ଷିକ ଚୁକ୍ତିରୁ ବାଦ ପଡିଲେ ଶ୍ରେୟାସ-ଈଶାନ appeared first on Dharitri Odia News.