ଶିକାର ପାଇଁ ଅଭୟାରଣ୍ୟରେ ନିଆଁ
ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ ପଡ଼ିଥିବା ଶୁଖିଲା ପତ୍ରରେ କେହି ନିଆଁ ଲଗାଇ ଦେଇଛନ୍ତି। ଏହି ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ l ଅତ୍ୟଧିକ ଗରମ ସହିତ ନିଆଁର ପ୍ରଭାବ ଯୋଗୁ ଜଙ୍ଗଲ ଜନ୍ତୁ ଏବେ ବିପଦରେ ଅଛନ୍ତି। ତେବେ ନିଆଁକୁ ଖୁବନ୍ଶୀଘ୍ର ଆୟତ୍ତ […] The post ଶିକାର ପାଇଁ ଅଭୟାରଣ୍ୟରେ ନିଆଁ appeared first on Dharitri Odia News.
ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ ପଡ଼ିଥିବା ଶୁଖିଲା ପତ୍ରରେ କେହି ନିଆଁ ଲଗାଇ ଦେଇଛନ୍ତି। ଏହି ନିଆଁ ଲିଭାଇବା ପାଇଁ ନିଯୁକ୍ତି ହୋଇଛନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗର ସ୍ପେଶାଲ ଟିମ l ଅତ୍ୟଧିକ ଗରମ ସହିତ ନିଆଁର ପ୍ରଭାବ ଯୋଗୁ ଜଙ୍ଗଲ ଜନ୍ତୁ ଏବେ ବିପଦରେ ଅଛନ୍ତି। ତେବେ ନିଆଁକୁ ଖୁବନ୍ଶୀଘ୍ର ଆୟତ୍ତ କରାଯିବ ବୋଲି ବନ କର୍ମଚାରୀ କହୁଥିବାବେଳେ ଅଭୟାରଣ୍ୟର କେତେକ ସ୍ଥାନରେ ନିଆଁକୁ ପାଣି ପକାଇ ଲିଭାଯାଇଛି l ଅଧିକାଂଶ ଦିନ ଜଙ୍ଗଲରେ ଏପରି ନିଆଁ ଲାଗୁଛି ଏବଂ ବନ ବିଭାଗ ନିଆଁ ଲିଭାଉଛି। ସ୍ଥାନୀୟ ଲୋକ ଲୋକେ ନିଆଁ ନ ଲଗାଇବାକୁ ବନ ବିଭାଗ ତରଫରୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ସମୟରେ ଶୁଖିଲା ପତ୍ର ର ନିଆଁ ଲାଗିବାରୁ ନିଆଁ ସବୁଆଡେ ବ୍ୟାପି ଯାଉଥିବାବେଳେ ଏହାକୁ ଆୟତ୍ତ କରିବାକୁ କଷ୍ଟ ହେଉଛି। ହଦଗଡ଼ ରେଞ୍ଜ ଅଧୀନରେ ୯ଟି ବିଟ ହାଉସ ଥିବାବେଳେ ପ୍ରତ୍ୟେକ ସ୍ଥାନରେ କର୍ମଚାରୀ ମାନେ ନିଆଁ କୁ ପ୍ରତିରୋଧ କରିବାକୁ ଜଗି ରହିଛନ୍ତି l କିନ୍ତୁ ଜଙ୍ଗଲରେ ନିଆଁ ଲଗାଇଲେ ବନ୍ୟଜନ୍ତୁ ଭୟରେ ବାହାରକୁ ଆସିବେ ଏବଂ ଶିକାର ସହଜ ହେବା ଲକ୍ଷ୍ୟରେ ନିଆଁ ଲଗାଯାଉଥିବା ଜଣାପଡିଛି। ଏହି ଅଭୟାରଣ୍ୟ ବାଲେଶ୍ୱର, ମୟୁରଭଞ୍ଜ ଏବଂ ଭଦ୍ରକ ଜିଲାକୁ ସଂଯୋଗ କରୁଛି l ଅଭୟାରଣ୍ୟ ପରିଧିରେ ଜନବସତି ଗଢି ଉଠିଥିବାରୁ ଶିକାରୀମାନେ ଅଧିକାଂଶ ସମୟରେ ସହଜରେ ଶିକାର କରିବାକୁ ସକ୍ଷମ ହୁଅନ୍ତି l ଆଉ କେତେବେଳେ ଧରାପଡ଼ାନ୍ତି l ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି ହେଉଛି l
The post ଶିକାର ପାଇଁ ଅଭୟାରଣ୍ୟରେ ନିଆଁ appeared first on Dharitri Odia News.