‘ଆମେ ଯୁଦ୍ଧରୁ ଦୂରରେ, କିନ୍ତୁ...’, ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ କାହା ପକ୍ଷରେ ? କହିଲେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, 'ଆମ ଯେଉଁ ଦ୍ୱିତୀୟ ରାସ୍ତା ବାଛିଛୁ, ତାହା ଯୁଦ୍ଧରୁ ଦୂରରେ ରହିବା । ଆମେ ଦୃଢତାର ସହ ଯୁଦ୍ଧରୁ ଦୂରେ ରହିଛୁ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆମେ ତଟସ୍ଥ ନଥିଲୁ । ଆମେ ପ୍ରଥମ ଦିନରୁ ହିଁ ଗୋଟିଏ ପକ୍ଷରେ ରହିଛୁ ଏବଂ ଆମ ପକ୍ଷ ଶାନ୍ତି । ଆମେ ବୁଦ୍ଧଙ୍କ ଭୂମିରୁ ଆସୁଛି, ଯେଉଁଠି ଯୁଦ୍ଧ ପାଇଁ କୌଣସି ସ୍ଥାନ ନାହିଁ । ଆମେ ମହାତ୍ମା ଗାନ୍ଧୀଙ୍କ ଭୂମିରୁ ଆସୁଛୁ, ଯିଏ ସାରା ଦୁନିଆକୁ ଶାନ୍ତିର ସନ୍ଦେଶ ଦେଇଥିଲେ ।'ପିଏମ୍ ମୋଦୀ କହିଛନ୍ତି, 'ଆଜି ମୁଁ ୟୁକ୍ରେନ ମାଟିରେ ଆପଣଙ୍କ ସହ ଶାନ୍ତିର ମାର୍ଗରେ ବଢିବା ପାଇଁ ବିଶେଷ ଚର୍ଚ୍ଚା କରିବାକୁ ଚାହୁଁଛି । ମୁଁ ଆପଣଙ୍କୁ ଭରସା ଦେବାକୁ ଚାହୁଁଛି ଯେ ଭାରତ ଶାନ୍ତିର ସବୁ ସମ୍ଭବ ପ୍ରୟାସରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି । ଯଦି ବ୍ୟକ୍ତିଗତ ଭାବେ ଏଥିରେ ଯୋଗଦାନ ଦେଇପାରିବି, ତେବେ ନିଶ୍ଚିତ କରିବାକୁ ଚାହିଁବି । ସେ କହିଛନ୍ତି, ଆଜି ମୁଁ ୧୪୦ କୋଟି ଭାରତୀୟଙ୍କ ଭାବନା ନେଇ ୟୁକ୍ରେନ ଆସିଛି । ୧୪୦ କୋଟି ଭାରତୀୟଙ୍କ ଭାବନା ମାନବତାରୁ ପ୍ରେରିତ ।'#WATCH | Kyiv: Prime Minister Narendra Modi says, "...India was never neutral, we have always been on t
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, 'ଆମ ଯେଉଁ ଦ୍ୱିତୀୟ ରାସ୍ତା ବାଛିଛୁ, ତାହା ଯୁଦ୍ଧରୁ ଦୂରରେ ରହିବା । ଆମେ ଦୃଢତାର ସହ ଯୁଦ୍ଧରୁ ଦୂରେ ରହିଛୁ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆମେ ତଟସ୍ଥ ନଥିଲୁ । ଆମେ ପ୍ରଥମ ଦିନରୁ ହିଁ ଗୋଟିଏ ପକ୍ଷରେ ରହିଛୁ ଏବଂ ଆମ ପକ୍ଷ ଶାନ୍ତି । ଆମେ ବୁଦ୍ଧଙ୍କ ଭୂମିରୁ ଆସୁଛି, ଯେଉଁଠି ଯୁଦ୍ଧ ପାଇଁ କୌଣସି ସ୍ଥାନ ନାହିଁ । ଆମେ ମହାତ୍ମା ଗାନ୍ଧୀଙ୍କ ଭୂମିରୁ ଆସୁଛୁ, ଯିଏ ସାରା ଦୁନିଆକୁ ଶାନ୍ତିର ସନ୍ଦେଶ ଦେଇଥିଲେ ।'
ପିଏମ୍ ମୋଦୀ କହିଛନ୍ତି, 'ଆଜି ମୁଁ ୟୁକ୍ରେନ ମାଟିରେ ଆପଣଙ୍କ ସହ ଶାନ୍ତିର ମାର୍ଗରେ ବଢିବା ପାଇଁ ବିଶେଷ ଚର୍ଚ୍ଚା କରିବାକୁ ଚାହୁଁଛି । ମୁଁ ଆପଣଙ୍କୁ ଭରସା ଦେବାକୁ ଚାହୁଁଛି ଯେ ଭାରତ ଶାନ୍ତିର ସବୁ ସମ୍ଭବ ପ୍ରୟାସରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି । ଯଦି ବ୍ୟକ୍ତିଗତ ଭାବେ ଏଥିରେ ଯୋଗଦାନ ଦେଇପାରିବି, ତେବେ ନିଶ୍ଚିତ କରିବାକୁ ଚାହିଁବି । ସେ କହିଛନ୍ତି, ଆଜି ମୁଁ ୧୪୦ କୋଟି ଭାରତୀୟଙ୍କ ଭାବନା ନେଇ ୟୁକ୍ରେନ ଆସିଛି । ୧୪୦ କୋଟି ଭାରତୀୟଙ୍କ ଭାବନା ମାନବତାରୁ ପ୍ରେରିତ ।'
#WATCH | Kyiv: Prime Minister Narendra Modi says, "...India was never neutral, we have always been on the side of peace..." https://t.co/HvUgzAiRx4 pic.twitter.com/VnkW6aheyy— ANI (@ANI) August 23, 2024
ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ବୈଠକ କରିବା ପରେ ଭାରତ ଏବଂ ୟୁକ୍ରେନ ୪ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର କରିଛନ୍ତି । ପ୍ରଥମ ଏମଓୟୁ ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଏବଂ ୟୁକ୍ରେନ ମନ୍ତ୍ରୀଙ୍କ ମଧ୍ୟରେ ମାନବୀୟ ସାହାୟତାକୁ ନେଇ କରାଯାଇଛି । ଅନ୍ୟ ତିନି ଏମଓୟୁରେ ଭାରତ ସରକାରଙ୍କ ସଚିବ ଏବଂ ୟୁକ୍ରେନ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀ ହସ୍ତାକ୍ଷର କରିଛନ୍ତି । ପ୍ରଥମ ଏମଓୟୁରେ ମାନବୀୟ ସାହାଯ୍ୟ, ଦ୍ୱିତୀୟରେ କୃଷି, ଖାଦ୍ୟ ଏବଂ ତୃତୀୟରେ ସାଂସ୍କୃତିକ ସହଭାଗୀତାକୁ ସ୍ଥାନ ଦିଆଯାଇଛି । ଚତୁର୍ଥ ଏମଓୟୁ ମେଡିସିନ ଉପରେ ସ୍ୱାକ୍ଷାର କରାଯାଇଛି ।