ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଆମେଠିରୁ କେ.ଏଲ ଶର୍ମାଙ୍କୁ ଟିକେଟ ମିଳିବା କଂଗ୍ରେସର ସରପ୍ରାଇଜ କ୍ୟାଣ୍ଡିଡେଟ ଭାବରେ ଦେଖାଯାଉଛି। ତେବେ କଂଗ୍ରେସର ଉଭୟ ଗଡ଼ରୁ ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ସ୍ଥିର ହେବା ପରେ ରବର୍ଟ ଭଦ୍ରାଙ୍କ ଭାବପ୍ରବଣ ଫେସବୁକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି, […] The post ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି… appeared first on Dharitri Odia News.

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଆମେଠିରୁ କେ.ଏଲ ଶର୍ମାଙ୍କୁ ଟିକେଟ ମିଳିବା କଂଗ୍ରେସର ସରପ୍ରାଇଜ କ୍ୟାଣ୍ଡିଡେଟ ଭାବରେ ଦେଖାଯାଉଛି।
ତେବେ କଂଗ୍ରେସର ଉଭୟ ଗଡ଼ରୁ ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ସ୍ଥିର ହେବା ପରେ ରବର୍ଟ ଭଦ୍ରାଙ୍କ ଭାବପ୍ରବଣ ଫେସବୁକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି, ରାଜନୀତିର କୌଣସି ଶକ୍ତି କିମ୍ବା ପଦ ତାଙ୍କ ପରିବାର ମଧ୍ୟକୁ ଆସିପାରିବ ନାହିଁ। କହିରଖୁଛୁ ଯେ, ରବର୍ଟ ଭଦ୍ରା ଅନେକ ଥର ଆମେଠିରୁ ଲୋକ ସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଦଳ ତାଙ୍କୁ ସେଠାରୁୁ ଟିକେଟ ଦେଇ ନ ଥିଲା।

ତେବେ ଆମେଠିରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ରବର୍ଟ ଭଦ୍ରାଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଏକ ଭାବପ୍ରବଣ ଫେସବୁକ ପୋଷ୍ଟ ମାଧ୍ୟମରେ ନିଜର ମତ ପ୍ରକାଶ କରିଛନ୍ତି। ଯେଉଁମାନେ ତାଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ରବର୍ଟ ଭଦ୍ରା ଲେଖିଛନ୍ତି, ‘କୌଣସି ରାଜନୈତିକ ଶକ୍ତି ଆମ ପରିବାର ମଧ୍ୟକୁ ଆସିିପାରିବ ନାହିଁ । ଆମେ ସବୁବେଳେ ଲୋକ ଏବଂ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବୁ। ଆପଣଙ୍କର ସମର୍ଥନ ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୋର ଜନସେବା ମାଧ୍ୟମରେ ମୁଁ ସବୁବେଳେ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରିବି।

The post ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି… appeared first on Dharitri Odia News.