ଆମେରିକା ଆକ୍ରମଣକୁ ଇରାକର ନିନ୍ଦା, କହିଲା ସାର୍ବଭୌମତ୍ୱର ଉଲ୍ଲଂଘନ
ବଗଦାଦ ୩।୨: ଜୋର୍ଡାନରେ ଡ୍ରୋନ ଆକ୍ରମଣ ଯୋଗୁ ୩ ଆମେରିକୀୟ ସୈନିକଙ୍କ ମୃତ୍ୟୁକୁ ନେଇ ସିରିଆ ଓ ଇରାନ ସମର୍ଥିତ ସମୂହ ବିରୋଧରେ ଆମେରିକା ବିମାନ ଆକ୍ରମଣ ଆରମ୍ଭ କରିଦେଇଛି। ଏହି ସୂଚନା ଆମେରିକୀୟ ଅଧିକାରୀ ଦେଇଛନ୍ତି। ଆମେରିକୀୟ ସେନାର କହିବା କଥା ହେଉଛି ଆମେରିକୀୟ ସେନା ଇରାନର ରିବଲ୍ୟୁସନାରୀ ଗାର୍ଡସ ଓ ତେହେରାନ ସମ୍ପର୍କିତ ମିଲିସିୟା ସମୂହ ଉପରେ ବିମାନ ଆକ୍ରମଣ କରାଯାଇଛି। ଯେଉଁଥିରେ ଇରାକ ଓ ସିରିଆର ୮୫ଟି ଠିକଣାକୁ ଟାର୍ଗେଟ କରାଯାଇଛି। ତେବେ ଇରାକ୍ ଆମେରିକାର ଏପରି ଆକ୍ରମଣକୁ ନିନ୍ଦା କରିଛି। ଏହାକୁ ସାର୍ବଭୌମତାର ଉଲ୍ଲଂଘନ ବୋଲି କହିଛି। ଇରାକ ଓ ସିରିଆର ମିଲିସିୟା ଠିକଣାକୁ ଟାର୍ଗେଟ କରି ଆମରିକାର ବିମାନ ଆକ୍ରମଣ ପରେ ଇରାକୀ ସଶସ୍ତ୍ର ବଳର କମାଣ୍ଡର-ଇନ-ଚିଫଙ୍କ ମୁଖପାତ୍ର କହିଛନ୍ତି ଯେ ଆମେରିକୀୟ ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇରାକ କ୍ଷେତ୍ରୀୟ ସ୍ଥିରତା ଓ ସୁରକ୍ଷା ଲାଗି ପ୍ରୟାସ କରୁଥିଲା। ଏହି ସୂଚନା ଅଲଜଜିରାର ରିପୋର୍ଟରେ ସ୍ଥାନୀୟ ମିଡିଆ ଆଉଟଲେଟ୍ ଇରାକୀ ନ୍ୟୁଜ୍ ଏଜେନ୍ସୀ (ଆଇଏନଏ) ଆଧାରରେ ଦିଆଯାଇଛି। ଆଇଏନଏ କହିଛି ଯେ ଏହି ଆକ୍ରମଣ ଇରାକୀ ସାର୍ବଭୌମତ୍ୱର ଉଲ୍ଲଂଘନ ଓ ଇରାକ ସରକାରଙ୍କ ପ୍ରୟାସକୁ କମଜୋର କରିବ। ଏହାର ପରିଣାମ ଇରାକର ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ। ସେହିପରି ସିରିଆ ସରକାରୀ ଗଣମାଧ୍ୟମ ସିରିଆ ମରୁଭୂମିର ସିରିଆ-ଇରାକ ସୀମା ନିକଟର
ବଗଦାଦ ୩।୨: ଜୋର୍ଡାନରେ ଡ୍ରୋନ ଆକ୍ରମଣ ଯୋଗୁ ୩ ଆମେରିକୀୟ ସୈନିକଙ୍କ ମୃତ୍ୟୁକୁ ନେଇ ସିରିଆ ଓ ଇରାନ ସମର୍ଥିତ ସମୂହ ବିରୋଧରେ ଆମେରିକା ବିମାନ ଆକ୍ରମଣ ଆରମ୍ଭ କରିଦେଇଛି। ଏହି ସୂଚନା ଆମେରିକୀୟ ଅଧିକାରୀ ଦେଇଛନ୍ତି। ଆମେରିକୀୟ ସେନାର କହିବା କଥା ହେଉଛି ଆମେରିକୀୟ ସେନା ଇରାନର ରିବଲ୍ୟୁସନାରୀ ଗାର୍ଡସ ଓ ତେହେରାନ ସମ୍ପର୍କିତ ମିଲିସିୟା ସମୂହ ଉପରେ ବିମାନ ଆକ୍ରମଣ କରାଯାଇଛି। ଯେଉଁଥିରେ ଇରାକ ଓ ସିରିଆର ୮୫ଟି ଠିକଣାକୁ ଟାର୍ଗେଟ କରାଯାଇଛି। ତେବେ ଇରାକ୍ ଆମେରିକାର ଏପରି ଆକ୍ରମଣକୁ ନିନ୍ଦା କରିଛି। ଏହାକୁ ସାର୍ବଭୌମତାର ଉଲ୍ଲଂଘନ ବୋଲି କହିଛି।
ଇରାକ ଓ ସିରିଆର ମିଲିସିୟା ଠିକଣାକୁ ଟାର୍ଗେଟ କରି ଆମରିକାର ବିମାନ ଆକ୍ରମଣ ପରେ ଇରାକୀ ସଶସ୍ତ୍ର ବଳର କମାଣ୍ଡର-ଇନ-ଚିଫଙ୍କ ମୁଖପାତ୍ର କହିଛନ୍ତି ଯେ ଆମେରିକୀୟ ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇରାକ କ୍ଷେତ୍ରୀୟ ସ୍ଥିରତା ଓ ସୁରକ୍ଷା ଲାଗି ପ୍ରୟାସ କରୁଥିଲା। ଏହି ସୂଚନା ଅଲଜଜିରାର ରିପୋର୍ଟରେ ସ୍ଥାନୀୟ ମିଡିଆ ଆଉଟଲେଟ୍ ଇରାକୀ ନ୍ୟୁଜ୍ ଏଜେନ୍ସୀ (ଆଇଏନଏ) ଆଧାରରେ ଦିଆଯାଇଛି।

ଆଇଏନଏ କହିଛି ଯେ ଏହି ଆକ୍ରମଣ ଇରାକୀ ସାର୍ବଭୌମତ୍ୱର ଉଲ୍ଲଂଘନ ଓ ଇରାକ ସରକାରଙ୍କ ପ୍ରୟାସକୁ କମଜୋର କରିବ। ଏହାର ପରିଣାମ ଇରାକର ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ। ସେହିପରି ସିରିଆ ସରକାରୀ ଗଣମାଧ୍ୟମ ସିରିଆ ମରୁଭୂମିର ସିରିଆ-ଇରାକ ସୀମା ନିକଟରେ ଟାର୍ଗେଟ କରି ଆକ୍ରମଣ କରିବା ଆମେରିକା ଆକ୍ରମକତାକୁ ପ୍ରଦର୍ଶିତ କରୁଥିବା କହିଛି। ଏଥି ଯୋଗୁ ଅନେକ ଲୋକ ହତାହତ ହୋଇଥିବା କୁହାଯାଇଛି।
ଗତ ସପ୍ତାହରେ ଦି ଇସ୍ଲାମିକ ରେଜିଷ୍ଟାନ୍ସ ଇନ ଇରାକ୍ ଡ୍ରୋନ ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା। ଏଥି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବୟାନରେ କହିଛନ୍ତି ଯେ ଆମେରିକା ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାହେଁ ନାହିଁ। ହେଲେ ଯଦି କୌଣସି ଆମେରିକୀୟର ଅନିଷ୍ଟ କରନ୍ତି ତେବେ ଆମେ ଏହାର ଜବାବ ଦେବୁ। ଗତ ରବିବାର ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡସ୍ କର୍ପ (ଆଇଆରଜିସି) ସମର୍ଥିତ ଆତଙ୍କବାଦୀ ସମୂହ ଦ୍ୱାରା କରାଯାଇଥିବା ଡ୍ରୋନ ଆକ୍ରମଣରେ ୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ।
ବାଇଡେନ କହିଛନ୍ତି ଆଜି ମଧ୍ୟହ୍ନରେ ମୋ ନିର୍ଦ୍ଦେଶରେ ଅମେରିକୀୟ ସୈନ୍ୟ ବଳ ଇରାକ ଓ ସିରିଆର ସେହି ସବୁ ଠିକଣା ଉପରେ ଆକ୍ରମଣ କରିଥିଲେ ଯାହାକୁ ଆଇଆରଜିସି ଓ ସମ୍ପର୍କିତ ମିଲିସିୟାମାନେ ଆମେରିକୀୟ ସୈନ୍ୟଙ୍କ ବିରୋଧରେ ଉପଯୋଗ କରୁଛନ୍ତି। ଆମର ପ୍ରତିକ୍ରିୟା ଏବେଠାରୁ ଆରମ୍ଭ ହୋଇଛି ଯାହା ଆମ ପସନ୍ଦର ସମୟ ଓ ସ୍ଥାନରେ ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଫଳରେ ସମଗ୍ର ମଧ୍ୟ ପ୍ରାଚ୍ୟରେ ଏବେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି।
The post ଆମେରିକା ଆକ୍ରମଣକୁ ଇରାକର ନିନ୍ଦା, କହିଲା ସାର୍ବଭୌମତ୍ୱର ଉଲ୍ଲଂଘନ appeared first on Prameya News7.