ଆମେରିକା ରାଷ୍ଟ୍ରପତି ନିର୍ବାଚନ : ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ, ହାରିଲେ କମଳା ହାରିସ୍

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲବିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍‌ ଦେଇ ବିଜୟୀ ହୋଇଛନ୍ତି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି। ସେପଟେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର […]

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ, ହାରିଲେ କମଳା ହାରିସ୍
Trump to become next US president

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲବିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାତ୍‌ ଦେଇ ବିଜୟୀ ହୋଇଛନ୍ତି। ଡୋନାଲ୍ଡ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି।

ସେପଟେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର ଶ୍ରେୟ ଆମେରିକାବାସୀଙ୍କୁ ଯାଉଛି। ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ମୋର ସବୁ୍ କିଛି ଆମେରିକାବସୀଙ୍କ ନିକଟରେ ସମର୍ପିତ । ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ମୋର ଲକ୍ଷ ରହିଛି।

ଏଥି ସହିତ ଟ୍ରମ୍ପ କହିଛନ୍ତି ଏହା ହେଉଛି ଇତିହାସର ସବୁଠାରୁ ବଡ଼ ରାଜନୈତିକ ମୁହୂର୍ତ୍ତ। ଆମେ ଭୋଟରଙ୍କ ପାଇଁ ସବୁକିଛି ଠିକ୍ କରିବାକୁ ଯାଉଛୁ। ଏହା ଏକ ରାଜନୈତିକ ବିଜୟ। ଏଭଳି ବିଜୟ ଆମେରିକା କେବେ ଦେଖି ନାହିଁ। ୪୭ ତମ ରାଷ୍ଟ୍ରପତି ଭାବରେ ମୁଁ ପ୍ରତିଦିନ ଆପଣଙ୍କ ପାଇଁ ଲଢ଼ିବି। ଆମେରିକା ପାଇଁ ଏହା ଏକ ବଡ଼ ବିଜୟ, ଯାହା ଆମେରିକାକୁ ପୁଣି ମହାନ କରିବ।’

ସୂଚନାଯୋଗ୍ୟ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ​​ଉଭୟ ପ୍ରାର୍ଥୀ ଇତିହାସ ରଚିବା ଲକ୍ଷ୍ୟରେ ରହିଥିଲେ। ହ୍ୟାରିସ୍‌ ରାଷ୍ଟ୍ରପତି ପଦ ଗ୍ରହଣ କରି ପ୍ରଥମ ଆମେରିକାର ମହିଳା ରାଷ୍ଟ୍ରପତି ହେବାର ସ୍ୱପ୍ନ ଦେଖୁଥିବା ବେଳେ ଟ୍ରମ୍ପ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗାଦିରେ ରହିବାକୁ ଉଦ୍ୟମରତ ରହିଥିଲେ। ତେବେ ଭୋଟ ଗଣତିରେ ଟ୍ରମ୍ପ ବାଜି ମାରିନେଇଛନ୍ତି। ମ୍ୟାଜିକ୍‌ ନମ୍ବର ୨୭୦ ଥିବା ବେଳେ ଇଲେକ୍ଟୋରାଲ ଭୋଟ୍‌ ଗଣନା ଟ୍ରେଣ୍ଡରେ କମଲା ହାରିସ ୨୧୪ଟି ଆସନରେ ଅଟକି ଯାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୨୬୭ଟି ଆସନରେ ବାଜି ମାରିଛନ୍ତି।