ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର୍ ଗଭାଇ
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଜଷ୍ଟିସ୍ ବି.ଆର୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ କାର୍ଯ୍ୟକାଳ ସୀମିତ ସମୟ ପାଇଁ […]

ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଜଷ୍ଟିସ୍ ବି.ଆର୍ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ କାର୍ଯ୍ୟକାଳ ସୀମିତ ସମୟ ପାଇଁ ରହିବ। ୬ ମାସ ପରେ ନଭେମ୍ବରରେ ସେ ଅବସରଗ୍ରହଣ କରିବେ। ଜଷ୍ଟିସ କେଜି ବାଲାକୃଷ୍ଣଙ୍କ ପରେ ଦ୍ବିତୀୟ ଦଳିତ ବିଚାରପତି ଭାବେ ସେ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେଇଛନ୍ତି।
LIVE: Swearing-in-Ceremony of the Chief Justice of India Shri Justice Bhushan Ramkrishna Gavai at Rashtrapati Bhavan https://t.co/KSRP8wDqpz
— President of India (@rashtrapatibhvn) May 14, 2025
ମହରାଷ୍ଟ୍ର ଅମରାବତୀର ଜଷ୍ଟିସ ଗଭାଇ ୧୯୮୫ରେ ଓକିଲ ସଂଘରେ ସାମିଲ ହୋଇଥିଲେ। ସେ ଓକିଲ ତଥା ପୂର୍ବତନ ଆଡଭୋକେଟ ଜେନେରାଲ ଏବଂ ମହାରାଷ୍ଟ୍ର ହାଇକୋର୍ଟର ପୂର୍ବତନ ବିଚାରପତି ରାଜା ଭୋସଁଲେଙ୍କ ସହ କାମ କରିଥିଲେ। ପରେ ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ସେ ସ୍ବାଧୀନ ଭାବେ ଓକିଲାତି କରିଥିଲେ। ୧୯୯୨ ଅଗଷ୍ଟରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ, ୨୦୦୩ରେ ହାଇକୋର୍ଟର ଅତିରିକ୍ତ ବିଚାରପତି ଏବଂ ୨୦୦୫ରେ ସ୍ଥାୟୀ ବିଚାରପତି ନିଯୁକ୍ତ କରା ଯାଇଥିଲା। ଜଷ୍ଟିସ ଗଭାଇ ୨୦୧୯ରେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ସେ ସର୍ବୋଚ୍ଚ ନ୍ୟାୟାଳୟର ବିଭିନ୍ନ ଖଣ୍ଡପୀଠରେ ସାମିଲ ହୋଇ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି।