କୋଲକାତା ହାଇକୋର୍ଟ ଜଜ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ଇସ୍ତଫା, ବିଜେପିରୁ ହୋଇପାରନ୍ତି ଲୋକସଭା ପ୍ରାର୍ଥୀ
କୋଲକାତା : କୋଲକାତା ହାଇକୋର୍ଟର ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ସୂତ୍ର ଅନୁଯାୟୀ ଜଷ୍ଟିସ ଗାଙ୍ଗୋପାଧ୍ୟାୟ ମାର୍ଚ୍ଚ ୭ରେ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି। କାରଣ ମାର୍ଚ୍ଚ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଜନସଭା ରହିଛି। ଏହି ଜନସଭାରେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗଦେବେ। କୋଲକାତା ହାଇକୋର୍ଟର ଜଷ୍ଟିସ ଅଭିଜିତ ଗାଙ୍ଗୋପାଧ୍ୟାୟ ରବିବାର ତାଙ୍କ ଇସ୍ତଫା […]

କୋଲକାତା : କୋଲକାତା ହାଇକୋର୍ଟର ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ସୂତ୍ର ଅନୁଯାୟୀ ଜଷ୍ଟିସ ଗାଙ୍ଗୋପାଧ୍ୟାୟ ମାର୍ଚ୍ଚ ୭ରେ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି। କାରଣ ମାର୍ଚ୍ଚ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଜନସଭା ରହିଛି। ଏହି ଜନସଭାରେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗଦେବେ।
କୋଲକାତା ହାଇକୋର୍ଟର ଜଷ୍ଟିସ ଅଭିଜିତ ଗାଙ୍ଗୋପାଧ୍ୟାୟ ରବିବାର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ସେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଇସ୍ତଫା ଦେବେ। ଅନ୍ୟପକ୍ଷରେ, ସୂତ୍ର ଅନୁଯାୟୀ ଜଷ୍ଟିସ ଗାଙ୍ଗୋପାଧ୍ୟାୟ ବିଜେପିରେ ଯୋଗଦେବା ପରେ ଲୋକସଭା ପ୍ରାର୍ଥୀ ହେବେ। ପୂର୍ବ ମେଦିନୀପୁରର ତମୁଲୁକରୁ ଲୋକସଭା ନିର୍ବାଚନ ପାଇଁ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ବିଜେପିର ପ୍ରାର୍ଥୀ କରାଯାଇପାରେ।
ସୂଚନାଯୋଗ୍ୟ ଯେ ଜଜ୍ ଗାଙ୍ଗୋପାଧ୍ୟାୟ ତାଙ୍କର ଅନେକ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହା ବ୍ୟତୀତ ସେ ତାଙ୍କ ମନ୍ତବ୍ୟ ଏବଂ ମତାମତକୁ ନେଇ ବିବାଦ ଦେଖାଦେଇଛି। ଗୋରୁ ଚୋରା ଚାଲାଣ ମାମଲା, ଶିକ୍ଷକ ନିଯୁକ୍ତି ସ୍କାମ, ମୁନିସପାଲଟି ସଂସ୍ଥା ନିଯୁକ୍ତି ସ୍କାମ, ରାସନ ସ୍କାମ ଭଳି ଦୁର୍ନୀତି ମାମଲାରେ ସେ ସିବିଆଇ ଏବଂ ଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।