ଆମେରିକା ସହ ଖଣିଜ ଡିଲ୍‌ର ମିଳିଲା ଲାଭ, ଜାଣନ୍ତୁ ୟୁକ୍ରେନର ନୂଆ ପ୍ରଧାନମନ୍ତ୍ରୀ ସ୍ୱିରିଡେଙ୍କୋ କିଏ ?

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ୟୁଲିଆ ସ୍ୱିରିଡେଙ୍କୋଙ୍କୁ ନିଯୁକ୍ତି ଦେଇଛନ୍ତି ।ସ୍ୱିରିଡେଙ୍କୋ ୟୁକ୍ରେନର ଜଣେ ପ୍ରମୁଖ ଅର୍ଥଶାସ୍ତ୍ରୀ ଏବଂ ସେ ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ଥିଲେ । ଆମେରିକା-ୟୁକ୍ରେନ ଖଣିଜ ବୁଝାମଣା ଭିତରେ ସ୍ୱିରିଡେଙ୍କୋଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଏହି ବୁଝାମଣାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।ମିଡିଆ ରିପୋର୍ଟ ଅନୁସାରେ ୟୁଲିଆ ସ୍ୱିରିଡେଙ୍କୋଙ୍କ ଜନ୍ମ ୟୁକ୍ରେନର ଚେର୍ନିହିବ ଅଞ୍ଚଳରେ ହୋଇଥିଲା । ୩୮ ବର୍ଷୀୟ ସ୍ୱିରିଡେଙ୍କୋ ଦେଶ ପ୍ରଶାସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରିଥିଲେ । ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳରେ ଉପ ପ୍ରମୁଖ ରହିଥିଲେ । ଏହାସହ ସେ ୨୦୨୧ରେ ଅର୍ଥମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଡେନିସ୍ ସମହାଲଙ୍କ ସ୍ଥାନ ନେବେ ।ତେବେ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ୟୁକ୍ରେନ ସଂସଦର ମଞ୍ଜୁରି ଦରକାର ପଡ଼ିବ । ବିଲକୁ ମଞ୍ଜୁରି ମିଳିବା ପରେ ୟୁଲିଆ ତିମୋସେଙ୍କୋଙ୍କ ପରେ ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ । ୟୁଲିଆ ସ୍ୱିରିଡେଙ୍କୋ ବର୍ତ୍ତମାନ ସରକାରରେ ଅର୍ଥମନ୍ତ୍ରୀ ଅଛନ୍ତି । ଫେବ୍ରୁଆରୀରେ ୱାଶିଂଟନରେ ରାଷ୍ଟ୍ରପତି ଟ୍ରମ୍ପ ଓ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବିବାଦର ସମାଧାନରେ ୟୁଲିଆ ସ୍ୱିରିଡେଙ୍କୋ

ଆମେରିକା ସହ ଖଣିଜ ଡିଲ୍‌ର ମିଳିଲା ଲାଭ, ଜାଣନ୍ତୁ ୟୁକ୍ରେନର ନୂଆ ପ୍ରଧାନମନ୍ତ୍ରୀ ସ୍ୱିରିଡେଙ୍କୋ କିଏ ?

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ୟୁଲିଆ ସ୍ୱିରିଡେଙ୍କୋଙ୍କୁ ନିଯୁକ୍ତି ଦେଇଛନ୍ତି ।

ସ୍ୱିରିଡେଙ୍କୋ ୟୁକ୍ରେନର ଜଣେ ପ୍ରମୁଖ ଅର୍ଥଶାସ୍ତ୍ରୀ ଏବଂ ସେ ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ଥିଲେ । ଆମେରିକା-ୟୁକ୍ରେନ ଖଣିଜ ବୁଝାମଣା ଭିତରେ ସ୍ୱିରିଡେଙ୍କୋଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଏହି ବୁଝାମଣାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ମିଡିଆ ରିପୋର୍ଟ ଅନୁସାରେ ୟୁଲିଆ ସ୍ୱିରିଡେଙ୍କୋଙ୍କ ଜନ୍ମ ୟୁକ୍ରେନର ଚେର୍ନିହିବ ଅଞ୍ଚଳରେ ହୋଇଥିଲା । ୩୮ ବର୍ଷୀୟ ସ୍ୱିରିଡେଙ୍କୋ ଦେଶ ପ୍ରଶାସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରିଥିଲେ । ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳରେ ଉପ ପ୍ରମୁଖ ରହିଥିଲେ । ଏହାସହ ସେ ୨୦୨୧ରେ ଅର୍ଥମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଡେନିସ୍ ସମହାଲଙ୍କ ସ୍ଥାନ ନେବେ ।

ତେବେ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ୟୁକ୍ରେନ ସଂସଦର ମଞ୍ଜୁରି ଦରକାର ପଡ଼ିବ । ବିଲକୁ ମଞ୍ଜୁରି ମିଳିବା ପରେ ୟୁଲିଆ ତିମୋସେଙ୍କୋଙ୍କ ପରେ ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ । ୟୁଲିଆ ସ୍ୱିରିଡେଙ୍କୋ ବର୍ତ୍ତମାନ ସରକାରରେ ଅର୍ଥମନ୍ତ୍ରୀ ଅଛନ୍ତି । ଫେବ୍ରୁଆରୀରେ ୱାଶିଂଟନରେ ରାଷ୍ଟ୍ରପତି ଟ୍ରମ୍ପ ଓ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବିବାଦର ସମାଧାନରେ ୟୁଲିଆ ସ୍ୱିରିଡେଙ୍କୋ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ପ୍ରଧାନମନ୍ତ୍ରୀ ପଦ ପାଇଁ ନାଁ ଘୋଷଣା ହେବା ପରେ ସ୍ୱିରିଡେଙ୍କୋ କହିଛନ୍ତି, ୟୁକ୍ରେନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନର ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବା ସହ ଘରୋଇ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଓ ହତିଆର ଉତ୍ପାଦନ ବୃଦ୍ଧି ଉପରେ ଫୋକସ୍ ରହିବ । ସରକାରୀ କର୍ମଚାରୀ ହ୍ରାସ କରିବା, ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ଓ ଅଣଜରୁରି ଖର୍ଚ୍ଚକୁ ହ୍ରାସ କଥା କହିଛନ୍ତି ।