ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ

ଓ୍ବାଶିଂଟନ,୨୩ା୩: ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଗତ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଆଟର୍ନି ପଦ ଛାଡ଼ିଥିବା ଜେସିକା ଆବେରଙ୍କ ମୃତଦେହ ତାଙ୍କ ଭିର୍ଜିନିଆସ୍ଥିତ ବାସଭବନରୁ ମିଳିଛି। ଏହି ୪୩ ବର୍ଷୀୟ ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି। ମୃତ୍ୟୁର କାରଣ ସମ୍ପର୍କରେ ଭିର୍ଜିନିଆର ମୁଖ୍ୟ ମେଡିକାଲ ପରୀକ୍ଷକଙ୍କ କାର୍ଯ୍ୟାଳୟ ଅନୁଧ୍ୟାନ କରିବ। ୨୦୨୧ ଅଗଷ୍ଟରେ ତତ୍କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଜେସିକାଙ୍କୁ ଭିର୍ଜିନିଆ ଇଷ୍ଟର୍ନ ଡିଷ୍ଟ୍ରିକ୍ଟ […] The post ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.

ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ

ଓ୍ବାଶିଂଟନ,୨୩ା୩: ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଗତ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଆଟର୍ନି ପଦ ଛାଡ଼ିଥିବା ଜେସିକା ଆବେରଙ୍କ ମୃତଦେହ ତାଙ୍କ ଭିର୍ଜିନିଆସ୍ଥିତ ବାସଭବନରୁ ମିଳିଛି। ଏହି ୪୩ ବର୍ଷୀୟ ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି। ମୃତ୍ୟୁର କାରଣ ସମ୍ପର୍କରେ ଭିର୍ଜିନିଆର ମୁଖ୍ୟ ମେଡିକାଲ ପରୀକ୍ଷକଙ୍କ କାର୍ଯ୍ୟାଳୟ ଅନୁଧ୍ୟାନ କରିବ।

୨୦୨୧ ଅଗଷ୍ଟରେ ତତ୍କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଜେସିକାଙ୍କୁ ଭିର୍ଜିନିଆ ଇଷ୍ଟର୍ନ ଡିଷ୍ଟ୍ରିକ୍ଟ ପାଇଁ ଆମେରିକା ଆଟର୍ନି ମନୋନୀତ କରିଥିଲେ। ଏହା ପୂର୍ବରୁ ୨୦୦୯ରୁ ସେ ଆସିଷ୍ଟାଣ୍ଟ ଆଟର୍ନି ଭାବେ କାର୍ଯ୍ୟ କରିବା ସହ ଅର୍ଥନୈତିକ ଜାଲିଆତି, ସରକାରୀ ଦୁର୍ନୀତି, ହିଂସା ଅପରାଧ ଏବଂ ଶିଶୁ ଶୋଷଣ ମାମଲା ଲଢ଼ୁଥିଲେ।

The post ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.