ଆମେରିକାର ଭାବି ଉପ-ରାଷ୍ଟ୍ରପତିଙ୍କ ପ୍ରିୟ ଖାଦ୍ୟ ଭାରତୀୟ ଫୁଡ୍, ନନ୍‌ଭେଜ୍‌ରୁ ହୋଇଗଲେ ପୁରା ଭେଜ୍

ନୂଆଦିଲ୍ଲୀ ୧୧/୧୧: ଆମେରିକାରେ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜେଡି ଭାନ୍ସ । ନିର୍ବାଚନରେ ଜିତିଥିବା ରିପବ୍ଲିକାନ୍ ପାର୍ଟି ନେତା ଭାରତୀୟ ଶାକାହାରୀ ଖାଦ୍ୟକୁ ପ୍ରଶଂସା କରିଛନ୍ତି । ଖୋଲାଖୋଲି ଏନେଇ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ସେ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କୁ ଦେଇଛନ୍ତି ସମସ୍ତ ଶ୍ରେୟ । ଯିଏ କି ଜଣେ ଭାରତୀୟ-ଆମେରିକୀୟ। ଦୁହେଁ ଡେଟିଂ କରୁଥିବା ବେଳେ ଉଷାଙ୍କ ପାଇଁ ପ୍ରଥମ ଥର ପାଇଁ ରାନ୍ଧୁଥିବା ଶାକାହାରୀ ଖାଦ୍ୟ ବିଷୟରେ ମଧ୍ୟ କହିଥିଲେ । ତେବେ ରୋଷେଇ କରିବାରେ ତାଙ୍କର ପ୍ରଥମ ପ୍ରୟାସକୁ ସେ ଅତ୍ୟନ୍ତ ଖରାପ ବୋଲି ବର୍ଣ୍ଣନା କରିଥିଲେ । ବାସ୍ତବରେ, ଗତ ସପ୍ତାହରେ 'ଜୋ ରୋଗାନ୍ ଏକ୍ସପେରିୟନ୍ସ' କାର୍ଯ୍ୟକ୍ରମରେ ଜୋ ରୋଗାନଙ୍କ ସହ ଏକ ଖୋଲାକଥାରେ ଭାନ୍ସ କହିଥିଲେ ଯେ ଉଷା ଭାନ୍ସଙ୍କୁ ଭେଟିବା ପରେ ସେ ପ୍ରୋସେସିଂ ଫୁଡ ଛାଡି କେମିତି ସ୍ୱାଦିଷ୍ଟ ଶାକାହାରୀ ଖାଦ୍ୟ ପ୍ରତି ଆକର୍ଷିତ ହେଲେ । ସାକ୍ଷାତକାରରେ ଜୋ ରୋଗାନଙ୍କ ପ୍ରକ୍ରିୟାକୃତ ଖାଦ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ ଏସବୁ ଖାଦ୍ୟ ଗାରବେଜ୍ ଫୁଡ୍ । ଅର୍ଥାତ୍ ସେ ସବୁ "ଅତ୍ୟଧିକ ପ୍ରକ୍ରିୟାକୃତ ଅଳିଆ" ଖାଦ୍ୟ ବୋଲି ବର୍ଣ୍ଣନା କରିଥିଲେ । ରୋଗାନ୍ ଭାରତୀୟ ରୋଷେଇରେ ମିଳୁଥିବା ବିବିଧତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଯଦି ଆପଣ ପନିପରିବା ଖାଇବାକୁ ଏବଂ ଶାକାହାରୀ ହେବାକୁ ଚାହାଁନ୍ତି, ତେବେ ଭାରତୀୟ ଖାଦ୍ୟ ଖାଆନ୍ତୁ। ଜେଡି ଭାନ

ଆମେରିକାର ଭାବି ଉପ-ରାଷ୍ଟ୍ରପତିଙ୍କ ପ୍ରିୟ ଖାଦ୍ୟ ଭାରତୀୟ ଫୁଡ୍, ନନ୍‌ଭେଜ୍‌ରୁ ହୋଇଗଲେ ପୁରା ଭେଜ୍

ନୂଆଦିଲ୍ଲୀ ୧୧/୧୧: ଆମେରିକାରେ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜେଡି ଭାନ୍ସ । ନିର୍ବାଚନରେ ଜିତିଥିବା ରିପବ୍ଲିକାନ୍ ପାର୍ଟି ନେତା ଭାରତୀୟ ଶାକାହାରୀ ଖାଦ୍ୟକୁ ପ୍ରଶଂସା କରିଛନ୍ତି । ଖୋଲାଖୋଲି ଏନେଇ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ସେ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କୁ ଦେଇଛନ୍ତି ସମସ୍ତ ଶ୍ରେୟ । ଯିଏ କି ଜଣେ ଭାରତୀୟ-ଆମେରିକୀୟ। 

ଦୁହେଁ ଡେଟିଂ କରୁଥିବା ବେଳେ ଉଷାଙ୍କ ପାଇଁ ପ୍ରଥମ ଥର ପାଇଁ ରାନ୍ଧୁଥିବା ଶାକାହାରୀ ଖାଦ୍ୟ ବିଷୟରେ ମଧ୍ୟ କହିଥିଲେ । ତେବେ ରୋଷେଇ କରିବାରେ ତାଙ୍କର ପ୍ରଥମ ପ୍ରୟାସକୁ ସେ ଅତ୍ୟନ୍ତ ଖରାପ ବୋଲି ବର୍ଣ୍ଣନା କରିଥିଲେ । ବାସ୍ତବରେ, ଗତ ସପ୍ତାହରେ 'ଜୋ ରୋଗାନ୍ ଏକ୍ସପେରିୟନ୍ସ' କାର୍ଯ୍ୟକ୍ରମରେ ଜୋ ରୋଗାନଙ୍କ ସହ ଏକ ଖୋଲାକଥାରେ ଭାନ୍ସ କହିଥିଲେ ଯେ ଉଷା ଭାନ୍ସଙ୍କୁ ଭେଟିବା ପରେ ସେ ପ୍ରୋସେସିଂ ଫୁଡ ଛାଡି କେମିତି ସ୍ୱାଦିଷ୍ଟ ଶାକାହାରୀ ଖାଦ୍ୟ ପ୍ରତି ଆକର୍ଷିତ ହେଲେ । 

ସାକ୍ଷାତକାରରେ ଜୋ ରୋଗାନଙ୍କ ପ୍ରକ୍ରିୟାକୃତ ଖାଦ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ ଏସବୁ ଖାଦ୍ୟ ଗାରବେଜ୍ ଫୁଡ୍ । ଅର୍ଥାତ୍ ସେ ସବୁ "ଅତ୍ୟଧିକ ପ୍ରକ୍ରିୟାକୃତ ଅଳିଆ" ଖାଦ୍ୟ ବୋଲି ବର୍ଣ୍ଣନା କରିଥିଲେ । ରୋଗାନ୍ ଭାରତୀୟ ରୋଷେଇରେ ମିଳୁଥିବା ବିବିଧତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଯଦି ଆପଣ ପନିପରିବା ଖାଇବାକୁ ଏବଂ ଶାକାହାରୀ ହେବାକୁ ଚାହାଁନ୍ତି, ତେବେ ଭାରତୀୟ ଖାଦ୍ୟ ଖାଆନ୍ତୁ। 

ଜେଡି ଭାନ୍ସ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଉଷା ଭାନ୍ସଙ୍କୁ ଭେଟିବା ପୂର୍ବରୁ ତାଙ୍କର କେବଳ ଭାରତୀୟ ରୋଷେଇ ବିଷୟରେ ଏକ ମୌଳିକ ବୁଝାମଣା ଥିଲା। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯେତେବେଳେ ସେ ଉଷାଙ୍କୁ ଭେଟିଥିଲେ, ସେତେବେଳେ ସେ ଶାକାହାରୀମାନେ କ’ଣ ଖାଉଛନ୍ତି ତାହା ଜାଣି ନଥିଲେ। 

ସେ ଖୁସି ବ୍ୟକ୍ତି କରିଥିଲେ, ଆଉ କହିଥିଲେ "ମୋ ପତ୍ନୀ ଭାରତୀୟ-ଆମେରିକୀୟ ଏବଂ ସେ ତିଆରି କରୁଥିବା ଶାକାହାରୀ ଖାଦ୍ୟ ଅସାଧାରଣ ଅଟେ । ମୁଁ ଆପଣଙ୍କୁ କହୁଛି, ଯଦି ଆପଣ ଏକ ଶାକାହାରୀ ଜୀବନଶୈଳୀ ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ଭାରତୀୟ ରୋଷେଇ ଘରକୁ ଯାଆନ୍ତୁ । ଏଠାରେ ଆପଣ ସର୍ବୋତ୍ତମ ଅବିଶ୍ୱାସନୀୟ ଶାକାହାରୀ ବିକଳ୍ପ ପାଇବେ । ଯାହାକି ଶରୀରର ପାଇଁ ବି ବେଷ୍ଟ ।