ଆୟକର ହ୍ରାସ ହେବା ଉଚିତ ନୁହେଁ! ବଜେଟ୍ ପୂର୍ବରୁ ଏପରି କାହିଁକି କହିଲେ ରଘୁରାମ ରାଜନ? ଆସନ୍ତୁ ଜାଣିବା
ନୂଆଦିଲ୍ଲୀ ୨୪।୧: ଦେଶର ସାଧାରଣ ବଜେଟ୍ ଉପସ୍ଥାପନକୁ ଆଉ ମାତ୍ର କିଛି ଦିନ ବାକି। ଏଥିରେ ସାଧାରଣ ଲୋକେ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହୁଏତ କର ଛାଡ କରି ପାରନ୍ତି ବୋଲି ଆଶାବାନ୍ଧି ବସିଛନ୍ତି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିନ୍ତୁ ଏପରି କିଛି ଚାହାନ୍ତିନି। ସେ ଭାବନ୍ତି କର ରିହାତି ଦେବା ବଦଳେ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସୃଜନ କ୍ଷେତ୍ରରେ ନିବେଶ ବଢାନ୍ତୁ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଦାଭୋସ ବିଶ୍ୱ ଆର୍ଥିକ ମଞ୍ଚ (ଡବ୍ଲୁଇଏଫ)ରେ ରଘୁରାମ ରାଜନ କହିଛନ୍ତି ଯେ ଉପଭୋଗ (କଞ୍ଜପସନ) ବଢାଇବା ପାଇଁ ଶୁଳ୍କ ହ୍ରାସ ଆକର୍ଷଣୀୟ ହୋଇପାରେ, ହେଲେ ଏବେକା ଆର୍ଥିକ ସ୍ଥିତି ଏହା ସମ୍ଭବ ହେବାକୁ ଦେଉ ନାହିଁ। ସେ ଦେଶର ଆର୍ଥିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ କ୍ଷତି ଚିନ୍ତାଜନକ ସ୍ଥିତିକୁ ପହଞ୍ଚିଛି। ଏଥିରେ ଶୁଳ୍କ ହ୍ରାସ ରାଜସ୍ୱ ହ୍ରାସର କାରଣ ହୋଇପାରେ, ଯାହା ଦୀର୍ଘ କାଳୀକ ଆର୍ଥିକ ସ୍ଥିରତା ନିମନ୍ତେ କ୍ଷତିର କାରଣ ହୋଇପାରେ। ରଘୁରାମ ରାଜନ କହିଛନ୍ତି ଯେ ସରକାର ହ୍ୟୁମ୍ୟାନ କ୍ୟାପିଟାଲ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦେବା ଦରକାର। ସେ କହିଛନ୍ତି ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ପ୍ରଭାବୀ ସାର୍ବଜନିକ ବ୍ୟୟରେ ଦୀର୍ଘ କାଳୀନ ସମୃଦ୍ଧିକୁ ପ୍ରୋତ୍ସାହନ ମିଳିବ। ରୋଜଗାର ସୃଜନ ବର୍ତ
ନୂଆଦିଲ୍ଲୀ ୨୪।୧: ଦେଶର ସାଧାରଣ ବଜେଟ୍ ଉପସ୍ଥାପନକୁ ଆଉ ମାତ୍ର କିଛି ଦିନ ବାକି। ଏଥିରେ ସାଧାରଣ ଲୋକେ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହୁଏତ କର ଛାଡ କରି ପାରନ୍ତି ବୋଲି ଆଶାବାନ୍ଧି ବସିଛନ୍ତି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିନ୍ତୁ ଏପରି କିଛି ଚାହାନ୍ତିନି। ସେ ଭାବନ୍ତି କର ରିହାତି ଦେବା ବଦଳେ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସୃଜନ କ୍ଷେତ୍ରରେ ନିବେଶ ବଢାନ୍ତୁ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଦାଭୋସ ବିଶ୍ୱ ଆର୍ଥିକ ମଞ୍ଚ (ଡବ୍ଲୁଇଏଫ)ରେ ରଘୁରାମ ରାଜନ କହିଛନ୍ତି ଯେ ଉପଭୋଗ (କଞ୍ଜପସନ) ବଢାଇବା ପାଇଁ ଶୁଳ୍କ ହ୍ରାସ ଆକର୍ଷଣୀୟ ହୋଇପାରେ, ହେଲେ ଏବେକା ଆର୍ଥିକ ସ୍ଥିତି ଏହା ସମ୍ଭବ ହେବାକୁ ଦେଉ ନାହିଁ। ସେ ଦେଶର ଆର୍ଥିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ କ୍ଷତି ଚିନ୍ତାଜନକ ସ୍ଥିତିକୁ ପହଞ୍ଚିଛି। ଏଥିରେ ଶୁଳ୍କ ହ୍ରାସ ରାଜସ୍ୱ ହ୍ରାସର କାରଣ ହୋଇପାରେ, ଯାହା ଦୀର୍ଘ କାଳୀକ ଆର୍ଥିକ ସ୍ଥିରତା ନିମନ୍ତେ କ୍ଷତିର କାରଣ ହୋଇପାରେ।
ରଘୁରାମ ରାଜନ କହିଛନ୍ତି ଯେ ସରକାର ହ୍ୟୁମ୍ୟାନ କ୍ୟାପିଟାଲ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦେବା ଦରକାର। ସେ କହିଛନ୍ତି ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ପ୍ରଭାବୀ ସାର୍ବଜନିକ ବ୍ୟୟରେ ଦୀର୍ଘ କାଳୀନ ସମୃଦ୍ଧିକୁ ପ୍ରୋତ୍ସାହନ ମିଳିବ। ରୋଜଗାର ସୃଜନ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା। ତାଙ୍କ ଅନୁସାରେ ଟ୍ୟାକ୍ସେସନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ, ତେବେ ଧ୍ୟାନ ଦେବାର କଥା ହେଉଛି ଯେ ଦେଶରେ ନିଯୁକ୍ତି ସୃଜନକୁ କିପରି ପ୍ରୋତ୍ସାହିତ କରାଯାଇ ପାରିବ।
ରଗୁରାମ ରାଜନ କହିଛନ୍ତି ଯେ ନିକଟ ଅତୀତରେ ସରକାର ଭିତ୍ତିଭୂମି ନିବେଶ ମାଧ୍ୟମରେ ଆର୍ଥିକ ବିକାଶକୁ ଗତି ଦେଇଛନ୍ତି। ତେବେ କେବଳ ଇନଫ୍ରାଷ୍ଟ୍ରକ୍ଟର ବା ଭିତ୍ତିଭୂମି ଉପରେ ଧ୍ୟାନ ଦେଲେ ଗୁରୁତର ସମସ୍ୟା ଯେପରି ନିଯୁକ୍ତି ସୃଷ୍ଚି ଓ କୌଶଳ ବିକାଶ ସମସ୍ୟାର ସମାଧାନ ହେବ ନାହିଁ। ସେ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିଶ୍ୱବିଦ୍ୟାଳୟଙ୍କ କ୍ୱାଲିଟିରେ ସୁଧାର ନିମନ୍ତେ ଧ୍ୟାନ ଦିଆଗଲେ ଏକ ଅଧିକ ଉତ୍ପାଦକ ୱାର୍କଫୋର୍ସକୁ ପ୍ରସ୍ତୁତ କରାଯାଇ ପାରିବା ସହିତ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ମିଳି ପାରନ୍ତା।
ଇକୋନମିକ୍ ଟାଇମସ୍ ରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜନ ପ୍ରାଇଭେଟ ସେକ୍ଟର ଦ୍ୱାରା ନିବେଶ ହ୍ରାସକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏହା ଦେଶର ଏକ ପୁରୁଣା ସମସ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେବେ ମୁଁ ୮ବର୍ଷ ପୂର୍ବେ ଆରବିଆଇ ଗଭର୍ଣ୍ଣର ଥିଲି ସେତେବେଳେ ମଧ୍ୟ ଏହି କଥାକୁ ନେଇ ଚିନ୍ତିତ ଥିଲି ଯେ ନିବେଶ ବଢୁନି କାହିଁକି? ଏହା ଆଜିବି ରହସ୍ୟ ହୋଇ ରହିଛି। ତେବେ ଏଥି ପାଇଁ ସେ ବିଜନେସ୍ ଲିଡରମାନଙ୍କ ଆତ୍ମବିଶ୍ୱାସ ଅଭାବକୁ ଦାୟି କରିଛନ୍ତି। ତେବେ ଆର୍ଥିକ ସ୍ଥିରତା ଓ ଚାହିଦାକୁ ନେଇ ସ୍ପଷ୍ଟତା ନ ରହିଲେ ବ୍ୟବସାୟୀ ବଡ଼ ନିବେଶରୁ ଏପରି ଦୂରେଇ ରହୁଥିବେ ବୋଲି କହିଛନ୍ତି।