IPLରେ ବୟସାଧିକ ଖେଳାଳିଙ୍କ ଜଲଓ୍ୱା, ଦମ୍ ଦେଖାଇବେ ୪୦ ପରର କ୍ରିକେଟର

ମୁମ୍ୱାଇ ୨୨/୦୩: ଫଟାଫଟ୍ କ୍ରିକେଟ, ଆଇପିଏଲ୍ । ଜମିଲାଣି ମାହୋଲ । ଷ୍ଟାରଙ୍କ ଅପେକ୍ଷାରେ ମୈଦାନ । ଉତ୍ସାହୀତ ଫ୍ୟାନ, ଫଲୋଅର୍ସ । ନିଜ ଫେଭରିଟ୍ ଟିମ୍ ଓ ଖେଳାଳିଙ୍କୁ ଚିୟର ଅପ୍ । କେବଳ ଦର୍ଶକ ନୁହେଁ ଫ୍ରାଞ୍ଚାଇଜ୍ ବି ଅପେକ୍ଷାରେ । ତେବେ ଏଥର ଫୋକସରେ IPLର ବୁଢା ଖେଳାଳି । ବୟସ ସିନା ହୋଇଗଲାଣି ହେଲେ ଏବେବି କ୍ରିଜ୍‌କୁ ଆସିଲେ ପାରା ମିଟର ହାଇ । ଏମିତିକି ସୋସିଆଲ ମିଡିଆରେ ବି ବଢିଯାଉଛି ଡିମାଣ୍ଡ । ଲିଷ୍ଟରେ ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ଫାପ୍ ଡୁପ୍ଲେସିସ୍ । ୪୦ ପାର୍ କଲେଣି, ତଥାପି ଖେଳ ଆଗରେ ସବୁ ୟଙ୍ଗ ବ୍ରିଗେଡ୍ ଫେଲ । ଷ୍ଟାର କ୍ରିକେଟର । ଉଦୀୟମାନ ପ୍ରତିଭା । ସଂଗେ ସଂଗେ ମୁହଁରେ ଆସେ ଗୋଟିଏ ନାଁ । ମହେନ୍ଦ୍ର ସିଂହ ଧୋନୀ ଓରଫ ମାହୀ । ଗୋଟି ଚଳାଇବାରେ ସେ ଧୂରନ୍ଧର । ବାଜି ପଲଟିବାରେ ସେ ଚତୁର । ବିରୋଧୀକୁ ଚକ୍‌ମା, ବିଜୟ ଛଡାଇବା ତାଙ୍କୁ ଜଣା । ୨୦୦୮ରୁ ୨୦୨୪ ବିତିଗଲାଣି ୧୬ ବର୍ଷ । ଏବେ ବି ସେ ସତରଞ୍ଜର ସେ ବାଜିଗର । ସିଜିନ୍ ପରେ ସିଜିନ୍ ଚାଲିଛି । କେତେ ଖେଳାଳି ଗଲେଣି, କିନ୍ତୁ ଧୋନୀ ଏବେବି ଟିମ୍‌ର ଆକ୍ଟିଭ ଖେଳାଳି । ପାଞ୍ଚ ଥର ଟାଇଟେଲ ହାତେଇଥିବା କ୍ୟାରଟେନ୍ କୁଲ୍‌ଙ୍କୁ ୪୨ ବର୍ଷ  ଚାଲିଛି । ବୋଧଦୁଏ ଏହା ତାଙ୍କର ଶେଷ ଆଇପିଏଲ ହୋଇପାରେ । ସ୍ପଷ୍ଟ ନହେଲେ ବି ଅନୁମାନ । ଲିଷ୍ଟରେ ପଛକୁ ଅଛନ୍ତି RCB କ୍ୟାପଟେନ୍ ଫାପ୍ ଡୁପ୍ଲେସିସି । ହିସାବ କଲେ ବୟସ ତାଙ୍କର ୩୯ ପାରି କରିବାକୁ ବ

IPLରେ ବୟସାଧିକ ଖେଳାଳିଙ୍କ ଜଲଓ୍ୱା, ଦମ୍ ଦେଖାଇବେ ୪୦ ପରର କ୍ରିକେଟର

ମୁମ୍ୱାଇ ୨୨/୦୩: ଫଟାଫଟ୍ କ୍ରିକେଟ, ଆଇପିଏଲ୍ । ଜମିଲାଣି ମାହୋଲ । ଷ୍ଟାରଙ୍କ ଅପେକ୍ଷାରେ ମୈଦାନ । ଉତ୍ସାହୀତ ଫ୍ୟାନ, ଫଲୋଅର୍ସ । ନିଜ ଫେଭରିଟ୍ ଟିମ୍ ଓ ଖେଳାଳିଙ୍କୁ ଚିୟର ଅପ୍ । କେବଳ ଦର୍ଶକ ନୁହେଁ ଫ୍ରାଞ୍ଚାଇଜ୍ ବି ଅପେକ୍ଷାରେ । ତେବେ ଏଥର ଫୋକସରେ IPLର ବୁଢା ଖେଳାଳି । ବୟସ ସିନା ହୋଇଗଲାଣି ହେଲେ ଏବେବି କ୍ରିଜ୍‌କୁ ଆସିଲେ ପାରା ମିଟର ହାଇ । ଏମିତିକି ସୋସିଆଲ ମିଡିଆରେ ବି ବଢିଯାଉଛି ଡିମାଣ୍ଡ । ଲିଷ୍ଟରେ ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ ଫାପ୍ ଡୁପ୍ଲେସିସ୍ । ୪୦ ପାର୍ କଲେଣି, ତଥାପି ଖେଳ ଆଗରେ ସବୁ ୟଙ୍ଗ ବ୍ରିଗେଡ୍ ଫେଲ । 


ଷ୍ଟାର କ୍ରିକେଟର । ଉଦୀୟମାନ ପ୍ରତିଭା । ସଂଗେ ସଂଗେ ମୁହଁରେ ଆସେ ଗୋଟିଏ ନାଁ । ମହେନ୍ଦ୍ର ସିଂହ ଧୋନୀ ଓରଫ ମାହୀ । ଗୋଟି ଚଳାଇବାରେ ସେ ଧୂରନ୍ଧର । ବାଜି ପଲଟିବାରେ ସେ ଚତୁର । ବିରୋଧୀକୁ ଚକ୍‌ମା, ବିଜୟ ଛଡାଇବା ତାଙ୍କୁ ଜଣା । ୨୦୦୮ରୁ ୨୦୨୪ ବିତିଗଲାଣି ୧୬ ବର୍ଷ । ଏବେ ବି ସେ ସତରଞ୍ଜର ସେ ବାଜିଗର । ସିଜିନ୍ ପରେ ସିଜିନ୍ ଚାଲିଛି । କେତେ ଖେଳାଳି ଗଲେଣି, କିନ୍ତୁ ଧୋନୀ ଏବେବି ଟିମ୍‌ର ଆକ୍ଟିଭ ଖେଳାଳି । ପାଞ୍ଚ ଥର ଟାଇଟେଲ ହାତେଇଥିବା କ୍ୟାରଟେନ୍ କୁଲ୍‌ଙ୍କୁ ୪୨ ବର୍ଷ  ଚାଲିଛି । ବୋଧଦୁଏ ଏହା ତାଙ୍କର ଶେଷ ଆଇପିଏଲ ହୋଇପାରେ । ସ୍ପଷ୍ଟ ନହେଲେ ବି ଅନୁମାନ । 


ଲିଷ୍ଟରେ ପଛକୁ ଅଛନ୍ତି RCB କ୍ୟାପଟେନ୍ ଫାପ୍ ଡୁପ୍ଲେସିସି । ହିସାବ କଲେ ବୟସ ତାଙ୍କର ୩୯ ପାରି କରିବାକୁ ବସିଲାଣି । ପୂର୍ବରୁ ସେ CSK ପାଇଁ ଖେଳୁଥିଲେ । ହେଲେ ଏବେ ସେ RCB କ୍ୟାପଟେନ୍ । ତାଙ୍କ ନେତୃତ୍ୱରେ ଗତଥର ଦମ୍‌ଦାର ପ୍ରଦର୍ଶନ କରିଥିଲା ଟିମ୍ । ୨୦୨୫ ଆଇପିଏଲ୍‌ ବେଳକୁ ୪୦ ବର୍ଷରେ ପାଦ ଥାପିଥିବେ ଡୁପ୍ଲେସିସ୍ । ଏଥର ବି ସେ ଜଲଓ୍ୱା ଦେଖାଇବାକୁ ପ୍ରସ୍ତୁତ ।


ସେହିଭଳି ଦିନେଶ କାର୍ତ୍ତିକ । ଏଥର RCBରେ ଖେଳିବାକୁ ତୟାର ଏହି କ୍ରିକେଟର । ପୂର୍ବରୁ କୋଲକାତା ପକ୍ଷରୁ ଖେଳି ଫ୍ୟାନ୍ସଙ୍କୁ ମତୁଆଲା କରିଥିଲେ ଦିନେଶ । ଏବେ ତାଙ୍କ ବୟସ ୩୮ ପାର୍ କଲାଣି । ଟିମ୍ ମୁମ୍ୱାଇରେ ୟଙ୍ଗ ବ୍ରିଗେଡଙ୍କ ସହ ଧୂମ ମଚାଇବେ ବରିଷ୍ଠ ଖେଳାଳି । ଆଫଗାନିସ୍ତାନର ୩୯ ବର୍ଷୀୟ ମହମ୍ମଦ ନବୀ ଏଥର କମାଲ କରିବେ ବୋଲି ଟିମ୍‌ରେ ଚର୍ଚ୍ଚା । 


ଗୁଜୁରାଟ ଟିମ୍‌ରେ ବି ଅଛନ୍ତି ସିଲେକ୍ଟେଡ୍ ଖେଳାଳି । ଟାଇଟନ୍ସ ସେ ଓ୍ୱିକେଟକିପର ତଥା ବିସ୍ଫୋରକ ବ୍ୟାଟର । ବୟସ ୪୦ ଛୁଇଁବାକୁ ବସିଲାଣି, ଏବେ ବି ବିପକ୍ଷ ବୋଲରଙ୍କୁ କରୁଛନ୍ତି ଧରାଶାୟୀ । ଗତ ଆଇପିଏଲ୍‌ରେ ଜବରଦସ୍ତ ଫରଫରମାନ୍ସ ଦେଇଥିଲେ ଶାହା । ୟଙ୍ଗ ଫେଲ୍ ମାରିଥିଲେ କିନ୍ତୁ ଶାହାଙ୍କ ବ୍ୟାଟ୍‌ରୁ ହୋଇଥିଲା ରନ୍ ବର୍ଷା ।   


ଆଇପିଏଲ୍‌ ଇତିହାସରେ ଅଛନ୍ତି ଆହୁରି ବୟସାଧିକ ଖେଳାଳି । କେକେଆର୍ ପାଇଁ ଖେଳିଥିବା ବ୍ରାଡ ହଗ୍ । ସେ ଥିଲେ ସବୁଠୁ ବରିଷ୍ଠ ଖେଳାଳି । ୨୦୧୬ରେ ସେ ଖେଳିଥିଲେ ତାଙ୍କର ଲାଷ୍ଟ ମ୍ୟାଚ୍ । ସେତେବେଳକୁ ବୟସ ଥିଲା ୪୫ ବର୍ଷ ୩ମାସ ୨ ଦିନ । ତାଙ୍କ ପଛକୁ ଥିଲେ ରାଜସ୍ଥାନ ପାଇଁ ଖେଳିଥିବା ଖେଳାଳି ପ୍ରବୀଣ ତାମ୍ୱେ । ୨୦୧୩ ଥିଲା ତାଙ୍କର ଶେଷ ବର୍ଷ । ସେତେବେଳକୁ ତାଙ୍କର ବୟସ ଥିଲା ୪୧ ବର୍ଷ ୬ ମାସ ୨୯ ଦିନ । 

you can also read...