ସମ୍ବଲପୁରରେ ଆଜିଠୁ ସକାଳୁଆ ଅଫିସ: ସମୟ ସାରଣୀରେ ନାହିଁ ଲଞ୍ଚ ବ୍ରେକ୍
ସମ୍ବଲପୁର : ଜଳୁଛି ସାରା ଓଡିଶା। ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ ଆରମ୍ଭ ହୋଇଛି। ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଆଜିଠୁ ସକାଳୁ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ହେବ। ଏହି ସମୟ ମଧ୍ୟରେ କୌଣସି ଲଞ୍ଚ ବ୍ରେକ୍ ରହିବ ନାହିଁ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି। ମୁଣ୍ଡଫଟା ଖରାକୁ ଦୃଷ୍ଟିରେ ରଖି […]

ସମ୍ବଲପୁର : ଜଳୁଛି ସାରା ଓଡିଶା। ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ ଆରମ୍ଭ ହୋଇଛି। ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଆଜିଠୁ ସକାଳୁ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ହେବ। ଏହି ସମୟ ମଧ୍ୟରେ କୌଣସି ଲଞ୍ଚ ବ୍ରେକ୍ ରହିବ ନାହିଁ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି। ମୁଣ୍ଡଫଟା ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।