ଆମେରିକାରର ଦୁର୍ବ୍ୟବହାରକୁ ନେଇ ବଢ଼ୁଛି ବିବାଦ: ଘରକୁ ଫେରିବା ପରେ ବଖାଣିଲେ ୪୦ ଘଣ୍ଟା ପୀଡାର କାହାଣୀ

କନକ ବ୍ୟୁରୋ: ଆମେରିକାରେ ଅନୁପ୍ରବେଶକାରୀଙ୍କୁ ଟ୍ରମ୍ପ ଛାଟ ।ଏହି କ୍ରମରେ ସ୍ବଦେଶ ଫେରୁଛନ୍ତି ଅନୁପ୍ରବେଶକାରୀ ପ୍ରବାସୀ ଭାରତୀୟ ।ତେବେ କାହିଁକି ଏମାନଙ୍କୁ ଦେଶର ଅନ୍ୟ ସ୍ଥାନ ବଦଳରେ ଅମୃତସରରେ ଓହ୍ଲାଯାଉଛି ତାକୁ ନେଇ ରାଜନୀତି ଜୋରଧରିଛି । ସେପଟେ ଭାରତୀୟଙ୍କ ସହ ଦୁବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ଆସିବରେ ଲାଗିଛି ଏହି ସବୁ ଅଭିଯୋଗ କରିଛନ୍ତି ଆମେରିକାରୁ ଫେରୁଥିବା ଭାରତୀୟ । ଯେଉଁମାନଙ୍କୁ ଟ୍ରମ୍ପ ସରକାର ନିଜ ଦେଶରୁ ଅନୁପ୍ରବେଶକାରୀ ପ୍ରବାସୀ କହି ବିତାଡିତ କରୁଛନ୍ତି ।ଫେରିବା ପରେ ସେମାନଙ୍କ  ଉପରେ କ’ଣ ସବୁ ବିତିଛି? ସେମାନଙ୍କ ସହ କିଭଳି ଦୁବ୍ୟବହାର କରାଯାଇଛି? କେମିତି ହାତରେ ବେଡି ପକାଯାଇଛି, ଉପାସରେ ରଖାଯାଇଛି ସେହି ସବୁ ଆପବିତି କହିଛନ୍ତି । ୧୧୯ଜଣ ଭାରତୀୟଙ୍କ ସହ ସ୍ବଦେଶ ଫେରିଛନ୍ତି ।ଆମେରିକାରୁ ଭାରତ ଆସିବା ସମୟରେ ସୁରକ୍ଷା ଆଳରେ ସେମାନଙ୍କ ସହ ଦୁବ୍ୟବହାର କରାଯାଇଛି ଓ ଶିଖ ଧର୍ମର ପ୍ରତୀକ ପଗଡ଼ିକୁ କାଢ଼ି ଡଷ୍ଟବିନରେ ଫିଙ୍ଗିବାକୁ କୁହାଯାଇଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଆମେରିକା ସେନା ହଠାତ ସେମାନଙ୍କୁ ଧରିବା ସହ ଦୁଇ ଦିନ ଧରି ଏକ ଜାଗାରେ ରଖିଥିଲେ ।ବିନା କୌଣସି ସୂଚନା ଦେଇ ସେନା ବିମାନରେ ବସାଇବା ସହ  ହାତଗୋଡରେ ବେଡି ପକାଯାଇଥିବା ଅଭିଯୋଗ ହୋଇଛି ।କେବଳ ସେତିକି ନୁହେଁ ୪୦ଘଣ୍ଟାର ଯାତ୍ରା ସମୟରେ ଦୂଷିତ ପାଣି ଦିଆଯିବା ସହ ଖାଦ୍ୟ ପାଇଁ ହଇରାଣ ହରକତ କରାଯାଇ

ଆମେରିକାରର ଦୁର୍ବ୍ୟବହାରକୁ ନେଇ ବଢ଼ୁଛି ବିବାଦ: ଘରକୁ ଫେରିବା ପରେ ବଖାଣିଲେ ୪୦ ଘଣ୍ଟା ପୀଡାର କାହାଣୀ

କନକ ବ୍ୟୁରୋ: ଆମେରିକାରେ ଅନୁପ୍ରବେଶକାରୀଙ୍କୁ ଟ୍ରମ୍ପ ଛାଟ ।ଏହି କ୍ରମରେ ସ୍ବଦେଶ ଫେରୁଛନ୍ତି ଅନୁପ୍ରବେଶକାରୀ ପ୍ରବାସୀ ଭାରତୀୟ ।ତେବେ କାହିଁକି ଏମାନଙ୍କୁ ଦେଶର ଅନ୍ୟ ସ୍ଥାନ ବଦଳରେ ଅମୃତସରରେ ଓହ୍ଲାଯାଉଛି ତାକୁ ନେଇ ରାଜନୀତି ଜୋରଧରିଛି । ସେପଟେ ଭାରତୀୟଙ୍କ ସହ ଦୁବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ଆସିବରେ ଲାଗିଛି

ଏହି ସବୁ ଅଭିଯୋଗ କରିଛନ୍ତି ଆମେରିକାରୁ ଫେରୁଥିବା ଭାରତୀୟ । ଯେଉଁମାନଙ୍କୁ ଟ୍ରମ୍ପ ସରକାର ନିଜ ଦେଶରୁ ଅନୁପ୍ରବେଶକାରୀ ପ୍ରବାସୀ କହି ବିତାଡିତ କରୁଛନ୍ତି ।ଫେରିବା ପରେ ସେମାନଙ୍କ  ଉପରେ କ’ଣ ସବୁ ବିତିଛି? ସେମାନଙ୍କ ସହ କିଭଳି ଦୁବ୍ୟବହାର କରାଯାଇଛି? କେମିତି ହାତରେ ବେଡି ପକାଯାଇଛି, ଉପାସରେ ରଖାଯାଇଛି ସେହି ସବୁ ଆପବିତି କହିଛନ୍ତି । ୧୧୯ଜଣ ଭାରତୀୟଙ୍କ ସହ ସ୍ବଦେଶ ଫେରିଛନ୍ତି ।ଆମେରିକାରୁ ଭାରତ ଆସିବା ସମୟରେ ସୁରକ୍ଷା ଆଳରେ ସେମାନଙ୍କ ସହ ଦୁବ୍ୟବହାର କରାଯାଇଛି ଓ ଶିଖ ଧର୍ମର ପ୍ରତୀକ ପଗଡ଼ିକୁ କାଢ଼ି ଡଷ୍ଟବିନରେ ଫିଙ୍ଗିବାକୁ କୁହାଯାଇଥିବା ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ ଆମେରିକା ସେନା ହଠାତ ସେମାନଙ୍କୁ ଧରିବା ସହ ଦୁଇ ଦିନ ଧରି ଏକ ଜାଗାରେ ରଖିଥିଲେ ।ବିନା କୌଣସି ସୂଚନା ଦେଇ ସେନା ବିମାନରେ ବସାଇବା ସହ  ହାତଗୋଡରେ ବେଡି ପକାଯାଇଥିବା ଅଭିଯୋଗ ହୋଇଛି ।କେବଳ ସେତିକି ନୁହେଁ ୪୦ଘଣ୍ଟାର ଯାତ୍ରା ସମୟରେ ଦୂଷିତ ପାଣି ଦିଆଯିବା ସହ ଖାଦ୍ୟ ପାଇଁ ହଇରାଣ ହରକତ କରାଯାଇଥିବା କହିଛନ୍ତି ।

ସେପଟେ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଣ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗଲେ,  ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଲେ କିନ୍ତୁ କାହିଁକି ଦୁବ୍ୟବହାର ପ୍ରସଙ୍ଗ ଉଠାଇଲେନି ବୋଲି ମାନ ସରକାର ପ୍ରଶ୍ନ କରିଛନ୍ତି ।ଏଥିସହ ଆମେରିକାରୁ ଆସୁଥିବା ବିମାନ କାହିଁକି କେବଳ ଅମୃତସରରେ ଅବତରଣ କରାଯାଉଛି ବୋଲି ପଚାରିଛନ୍ତି ମୁଖ୍ୟମନ୍ତ୍ରୀ  ।

ତିନୋଟି ପଯ୍ୟାୟରେ ଭାରତକୁ ଫେରିଲେଣି ୩୩୨ଜଣ । ପ୍ରଥମ ବ୍ୟାଚରେ ୧୧୨, ଦ୍ବିତୀୟ ବ୍ୟାଚରେ ୧୧୯ ଓ ତୃତୀୟ ବ୍ୟାଚରେ ୧୦୦ଜଣ ଭାରତୀୟ ଫେରିଛନ୍ତି ।ପଞ୍ଜାବ,ହରିୟାଣା,ଗୋଆ, ହିମାଚଳପ୍ରଦେଶ,ଉତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟର ବାସିନ୍ଦା ରହିଛନ୍ତି ।