ଆମେରିକାରୁ ଓଡ଼ିଶା ଯାଏଁ ଆଦାନୀ ଝଡ଼, ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ଆମେରିକାରୁ ଓଡ଼ିଶା ଆଦାନୀ ଝଡ଼ । ଓଡ଼ିଶାରେ ଆଦାନୀ ଠାରୁ କିଏ ନେଇଛି ଲାଞ୍ଚ ? ଆମେରିକା କୋର୍ଟରେ ମାମଲା ହେବା ପରେ ଏବେ ଓଡିଶା ରାଜନୀତିରେ ଜୋର୍‌ ଧରିଛି ବୟାନବାଜି । ସୌର ଶକ୍ତି ବିକିବା ପାଇଁ ୨୦୨୧ ଜୁଲାଇରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଓଡିଶାର ଗ୍ରୀଡକୋକୁ  ଆଦାନୀ ଲାଞ୍ଚ ଦେଇଥିବା କଥା ସାମ୍ନାକୁ ଆସିଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ନେତା । ଦିଲ୍ଲୀରେ ରାହୁଲ ଗାନ୍ଧୀ ଆଦାନୀ ଓ ବିଜେପିକୁ ନିଶାନା ସାଧିଥିବା ବେଳେ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ  । ଆଜି ମାଷ୍ଟର କ୍ୟାଣ୍ଟିନରେ  ଆଦାନୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ମୋଦି ସରକାର ବିରୋଧରେ ବିକ୍ଷୋଭ ପ୍ରର୍ଦଶନ କରିଛି ଯୁବ କଂଗ୍ରେସ । ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି ଦଳ ।ଏହି ମାମଲାରେ ଜେପିସି ତଦନ୍ତ ଦାବି କରିଛି କଂଗ୍ରେସ ।ଆଦାନୀ ଲାଞ୍ଚ ମାମଲାରେ ଓଡିଶା ଲିଙ୍କ କଥା ଉଠିଛି । ଏହାକୁ ନେଇ ଯେତେବେଳେ କଂଗ୍ରେସ ବିଜେଡି ଉପରକୁ ଅଙ୍ଗୁଳି ଉଠାଇଛି ସେତେବେଳେ  ପ୍ରେସ ରିଲିଜ ଜାରି କରି ଏହାକୁ କାଉଣ୍ଟର କରିଛି ବିଜେଡି । ବିଜେଡି କହିଛି ସୌରଶକ୍ତି କିଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ  ପିଏସଓ ମଧ୍ୟରେ ଚୁକ୍ତି ହୋଇଛି । ତେଣୁ ଏଥିରେ କୌଣସି ଲାଞ୍ଚ କାରବାର ହେବା ଅଭିଯୋଗ ଭିତ୍ତିହୀନ ଓ ନିରାଧାର  । ସେପଟେ ବିଜେପି କହିଛି ଏହି ମାମଲ

ଆମେରିକାରୁ ଓଡ଼ିଶା ଯାଏଁ ଆଦାନୀ ଝଡ଼, ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ଆମେରିକାରୁ ଓଡ଼ିଶା ଆଦାନୀ ଝଡ଼ । ଓଡ଼ିଶାରେ ଆଦାନୀ ଠାରୁ କିଏ ନେଇଛି ଲାଞ୍ଚ ? ଆମେରିକା କୋର୍ଟରେ ମାମଲା ହେବା ପରେ ଏବେ ଓଡିଶା ରାଜନୀତିରେ ଜୋର୍‌ ଧରିଛି ବୟାନବାଜି । ସୌର ଶକ୍ତି ବିକିବା ପାଇଁ ୨୦୨୧ ଜୁଲାଇରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଓଡିଶାର ଗ୍ରୀଡକୋକୁ  ଆଦାନୀ ଲାଞ୍ଚ ଦେଇଥିବା କଥା ସାମ୍ନାକୁ ଆସିଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ନେତା । ଦିଲ୍ଲୀରେ ରାହୁଲ ଗାନ୍ଧୀ ଆଦାନୀ ଓ ବିଜେପିକୁ ନିଶାନା ସାଧିଥିବା ବେଳେ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ  । ଆଜି ମାଷ୍ଟର କ୍ୟାଣ୍ଟିନରେ  ଆଦାନୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ମୋଦି ସରକାର ବିରୋଧରେ ବିକ୍ଷୋଭ ପ୍ରର୍ଦଶନ କରିଛି ଯୁବ କଂଗ୍ରେସ । ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି ଦଳ ।ଏହି ମାମଲାରେ ଜେପିସି ତଦନ୍ତ ଦାବି କରିଛି କଂଗ୍ରେସ ।

ଆଦାନୀ ଲାଞ୍ଚ ମାମଲାରେ ଓଡିଶା ଲିଙ୍କ କଥା ଉଠିଛି । ଏହାକୁ ନେଇ ଯେତେବେଳେ କଂଗ୍ରେସ ବିଜେଡି ଉପରକୁ ଅଙ୍ଗୁଳି ଉଠାଇଛି ସେତେବେଳେ  ପ୍ରେସ ରିଲିଜ ଜାରି କରି ଏହାକୁ କାଉଣ୍ଟର କରିଛି ବିଜେଡି । ବିଜେଡି କହିଛି ସୌରଶକ୍ତି କିଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ  ପିଏସଓ ମଧ୍ୟରେ ଚୁକ୍ତି ହୋଇଛି । ତେଣୁ ଏଥିରେ କୌଣସି ଲାଞ୍ଚ କାରବାର ହେବା ଅଭିଯୋଗ ଭିତ୍ତିହୀନ ଓ ନିରାଧାର  । ସେପଟେ ବିଜେପି କହିଛି ଏହି ମାମଲାରେ ଯେଉଁ ଅଥରିଟି ତଦନ୍ତ କରିବା କଥା ସେମାନେ ନିଶ୍ଚିତ ଭାବେ କରିବେ । ଯେଉଁ ପକ୍ରିୟାରେ ତଦନ୍ତ ହେବା କଥା ହେବ ।


କେବଳ ଓଡିଶା ନୁହେଁ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ତାମିଲନାଡୁ, ଜମ୍ମୁ କାଶ୍ମୀରକୁ ମଧ୍ୟ ଆଦାନୀ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏସବୁ ରାଜ୍ୟରୁ କିଏ କିଏ ଲାଞ୍ଚ ନେଇଛନ୍ତି କୌଣସି ତଥ୍ୟ ସାମ୍ନାକୁ ଆସିନି । ସେପଟେ ଆମେରିକା ପକ୍ଷରୁ ସ୍ପଷ୍ଟୀ କରଣ ଦିଆଯାଇଛି ଯେ, ଏହି ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି । ଏଥିରେ ଭାରତ ଓ ଆମେରିକା ଭିତରେ ଥିବା ଦୃଢ଼ ବନ୍ଧୁତ୍ବ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।