ଭାରତକୁ ଘେରିବାର ଯୋଜନା ଫେଲ୍ , ତିନି ଜଣଙ୍କ ଠାରୁ ନିଜକୁ ଦୂରେଇ ରଖିଲା ବାଂଲାଦେଶ ; ପାକ୍‌ -ଚୀନ୍‌କୁ ଝଟକା

ନୂଆଦିଲ୍ଲୀ – ଚୀନର କୁନମିଙ୍ଗ୍‌ରେ ୧୯ ଜୁନରେ ଆୟୋଜିତ ତ୍ରିପାକ୍ଷିକ ବୈଠକ ପରେ ଚୀନ , ପାକିସ୍ତାନ ଓ ବାଂଲାଦେଶକୁ ନେଇ ଯେଉଁ ସମ୍ଭାବ୍ୟ ମେଣ୍ଟର କଳ୍ପନାଜଳ୍ପନା କରାଯାଉଥିଲା , ଏହା ଉପରେ ବାଂଲାଦେଶ ଏବେ ନିଜେ ବିରାମ ଲଗାଇ ଦେଇଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ଏମ୍ ତୌହିଦ ହୁସେନ ସ୍ପଷ୍ଟ ଭାବେ କହିଛନ୍ତି ଯେ , ଏହା କୌଣସି ରାଜନୀତିକ ମେଣ୍ଟ ନୁହେଁ , ବରଂ ଏକ ଅଣ-ରାଜନୀତିକ ଆନୁଷ୍ଠାନିକ ବୈଠକ। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତକୁ ଟାର୍ଗେଟ୍‌ କରାଇବା ବା ପାର୍ଶ୍ୱରେ ରଖିବା କୌଣସି ଉଦ୍ଦେଶ୍ୟ ନଥିଲା। ପ୍ରକୃତରେ, ବୈଠକ ପରେ ଚୀନ ଓ ପାକିସ୍ତାନ ଦ୍ୱାରା ଜାରି ବିବୃତ୍ତିରେ ଏହାକୁ “ ତ୍ରିପାକ୍ଷୀୟ ମେଣ୍ଟର ପ୍ରଥମ ବୈଠକ” ଏବଂ ଏକ “ ମିଳିତ କାର୍ଯ୍ୟଗୋଷ୍ଠୀ” ଗଠନ ବୋଲି କୁହାଯାଇଥିଲା। ଏଥିରୁ ଏହି ଅନୁମାନ ଖୁବ୍‌ ଅଧିକ ହୋଇଥିଲା ଯେ ଭାରତ ବିରୋଧରେ କୌଣସି ନୂଆ ରଣନୀତିକ ମୋର୍ଚ୍ଚା ପ୍ରସ୍ତୁତ ହେଇ ନାହିଁ ତ ? କିନ୍ତୁ ବାଂଲାଦେଶ କେବଳ ଏହି ପ୍ରକାରର କୌଣସି ଯୋଜନାକୁ ଅସ୍ୱୀକାର କରି ନଥିଲା , ବରଂ ଏହା ମଧ୍ୟ କହିଥିଲା ଯେ, ବିବୃତ୍ତିରେ ଯେଉଁ କାର୍ଯ୍ୟ ସମୂହର ଉଲ୍ଲେଖ କରାଯାଇଛି,  ଏହା ଉପରେ ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ହୋଇନାହିଁ।ତୌହିଦ ହୁସେନ ମିଡ଼ିଆକୁ କହିଛନ୍ତି , ଏହି ବୈଠକ କେବଳ ଏକ ଆନୁଷ୍ଠାନିକ ସ୍ତରରେ ଥିଲା , ରାଜନୈତିକ ନୁହେଁ। ଏଥିରେ କୌଣସି ଗଠବନ୍ଧନର

ଭାରତକୁ ଘେରିବାର ଯୋଜନା ଫେଲ୍ , ତିନି ଜଣଙ୍କ ଠାରୁ ନିଜକୁ ଦୂରେଇ ରଖିଲା ବାଂଲାଦେଶ ; ପାକ୍‌ -ଚୀନ୍‌କୁ ଝଟକା

ନୂଆଦିଲ୍ଲୀ – ଚୀନର କୁନମିଙ୍ଗ୍‌ରେ ୧୯ ଜୁନରେ ଆୟୋଜିତ ତ୍ରିପାକ୍ଷିକ ବୈଠକ ପରେ ଚୀନ , ପାକିସ୍ତାନ ଓ ବାଂଲାଦେଶକୁ ନେଇ ଯେଉଁ ସମ୍ଭାବ୍ୟ ମେଣ୍ଟର କଳ୍ପନାଜଳ୍ପନା କରାଯାଉଥିଲା , ଏହା ଉପରେ ବାଂଲାଦେଶ ଏବେ ନିଜେ ବିରାମ ଲଗାଇ ଦେଇଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ଏମ୍ ତୌହିଦ ହୁସେନ ସ୍ପଷ୍ଟ ଭାବେ କହିଛନ୍ତି ଯେ , ଏହା କୌଣସି ରାଜନୀତିକ ମେଣ୍ଟ ନୁହେଁ , ବରଂ ଏକ ଅଣ-ରାଜନୀତିକ ଆନୁଷ୍ଠାନିକ ବୈଠକ। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତକୁ ଟାର୍ଗେଟ୍‌ କରାଇବା ବା ପାର୍ଶ୍ୱରେ ରଖିବା କୌଣସି ଉଦ୍ଦେଶ୍ୟ ନଥିଲା। 

ପ୍ରକୃତରେ, ବୈଠକ ପରେ ଚୀନ ଓ ପାକିସ୍ତାନ ଦ୍ୱାରା ଜାରି ବିବୃତ୍ତିରେ ଏହାକୁ “ ତ୍ରିପାକ୍ଷୀୟ ମେଣ୍ଟର ପ୍ରଥମ ବୈଠକ” ଏବଂ ଏକ “ ମିଳିତ କାର୍ଯ୍ୟଗୋଷ୍ଠୀ” ଗଠନ ବୋଲି କୁହାଯାଇଥିଲା। ଏଥିରୁ ଏହି ଅନୁମାନ ଖୁବ୍‌ ଅଧିକ ହୋଇଥିଲା ଯେ ଭାରତ ବିରୋଧରେ କୌଣସି ନୂଆ ରଣନୀତିକ ମୋର୍ଚ୍ଚା ପ୍ରସ୍ତୁତ ହେଇ ନାହିଁ ତ ? କିନ୍ତୁ ବାଂଲାଦେଶ କେବଳ ଏହି ପ୍ରକାରର କୌଣସି ଯୋଜନାକୁ ଅସ୍ୱୀକାର କରି ନଥିଲା , ବରଂ ଏହା ମଧ୍ୟ କହିଥିଲା ଯେ, ବିବୃତ୍ତିରେ ଯେଉଁ କାର୍ଯ୍ୟ ସମୂହର ଉଲ୍ଲେଖ କରାଯାଇଛି,  ଏହା ଉପରେ ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ହୋଇନାହିଁ।

ତୌହିଦ ହୁସେନ ମିଡ଼ିଆକୁ କହିଛନ୍ତି , ଏହି ବୈଠକ କେବଳ ଏକ ଆନୁଷ୍ଠାନିକ ସ୍ତରରେ ଥିଲା , ରାଜନୈତିକ ନୁହେଁ। ଏଥିରେ କୌଣସି ଗଠବନ୍ଧନର ଉପାଦାନ ନଥିଲା। ଏହା ଆଦୌ ନୁହେଁ ଯେ ଆମେ କୌଣସି ୩ୟ ପକ୍ଷକୁ ଟାର୍ଗେଟ୍‌ କରୁଛୁ।  ସେ ଏହା ମଧ୍ୟ କହିଛନ୍ତି ଯେ , ଯଦି ଭବିଷ୍ୟତରେ ଭାରତ-ବାଂଲାଦେଶ –ନେପାଳ ଭଳି ଦେଶମାନଙ୍କର ଏପରି ତ୍ରିପାକ୍ଷିକ ବୈଠକ ହୁଏ , ତେବେ ବାଂଲାଦେଶ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ହେବ।

ଉକ୍ତ ବୈଠକ ଦୁଇଟି ଚୀନ ପ୍ରାୟୋଜିତ ଆଞ୍ଚଳିକ କାର୍ଯ୍ୟକ୍ରମ– ଚାଇନା-ସାଉଥ୍‌ ଏସିଆ ଏକ୍ସପୋ ଓ ଚାଇନା-ସାଉଥ୍‌ ଏସିଆ ସହଯୋଗ ଫୋରମ୍‌- ଅବସରରେ ଅନୁଷ୍ଠିତ ହୋଇଥିଲା। ବାଂଲାଦେଶର ପ୍ରତିନିଧିତ୍ୱ ପୂର୍ବତନ  କାର୍ଯ୍ୟକାରୀ ବୈଦେଶିକ ସଚିବ ରୁହୁଲ ଆମ୍‌ ସିଦ୍ଦିକି କରିଥିଲେ, ଯେତେବେଳେ ପାକିସ୍ତାନ ଓ ଚୀନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକ ପରେ ଚୀନ ଓ ପାକିସ୍ତାନର ବୟାନରେ ତ୍ରିପାକ୍ଷୀୟ ସହଯୋଗକୁ ବିସ୍ତାର ଦେବା କଥା କୁହାଯାଇଥିଲା, ଯେଉଁଥିରେ ଭାରତ ପକ୍ଷରୁ ସତର୍କତା ଦୃଷ୍ଟି ଏହି ଘଟଣା ଉପରେ ରହିଥିଲା। 

ବାଂଲାଦେଶ ସ୍ୱୀକାର କରିଛି ଯେ, ବର୍ତ୍ତମାନ ଭାରତ ସହ ସଂପର୍କରେ , ପୁନଃସନ୍ତୁଳନର ଏକ ସମୟ ଚାଲିଛି, କିନ୍ତୁ ସଦ୍ଭାବନାର କୌଣସି ଅଭାବ ନାହିଁ। ପରାମର୍ଶଦାତା ହୁସେନ ସ୍ୱୀକାର କରିଛନ୍ତି ଯେ, ପୂର୍ବ ସରକାର (ଶେଖ ହସିନା) ଓ ଭାରତ ମଧ୍ୟରେ ସଂପର୍କର ବହୁତ ଘନିଷ୍ଠ ଥିଲା ଏବଂ ବର୍ତ୍ତମାନର ସଂପର୍କ ସମାନ ନୁହେଁ ।