ପିଥମପୁରରେ ହେଉଥିଲା ବିକ୍ଷୋଭ, ଅଚାନକ ଜଳିଉଠିଲେ ୨ ବିକ୍ଷୋଭକାରୀ, ଦେଖନ୍ତୁ Video

ପିଥମପୁର ୩।୧: ଭୋପାଲର ୟୁନିୟନ କାର୍ବାଇଡ ବର୍ଜ୍ୟ ଜଳାଇବା ବିରୋଧରେ ପିଥମପୁରରେ ଚାଲିଥିବା ବିକ୍ଷୋଭ ବେଳେ ଶୁକ୍ରବାର ଅଘଟଣ ଘଟିଛି। ବିକ୍ଷୋଭକାରୀ ଏହି ବର୍ଜ୍ୟର  ସମ୍ଭାବିତ ବିପଦ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଏହି ଘଟଣା ଘଟିଛି। ୨ ଜଣ ଯୁବକ ବିକ୍ଷୋଭସ୍ଥଳରେ ନିଜ ଦେହରେ ପେଟ୍ରୋଲ ଛିଞ୍ଚିଥିଲେ, ଏତିକିବେଳେ କେହି ଜଣେ ପଛପଟରୁ ଡିଆସିଲ ମାରି ଦେଇଥିଲା। ଫଳରେ ଉଭୟ ବିକ୍ଷୋଭକାରୀ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି।ଭୋପାଳ ଗ୍ୟାସ୍ ଦୁର୍ଘଟଣାର ବିଷାକ୍ତ ଆବର୍ଜନା, ଯାହା ବର୍ଷବର୍ଷ ଧରି ପରିବେଶ ଓ ମାନବ ଜୀବନ ଲାଗି ବିପଦ ହୋଇ ରହିଛି ଏହାକୁ ପିଥମପୁର ନିକଟରେ ଜଳାଇବା ପାଇଁ ଯୋଜନା କରାଯାଇଛି। ଏହାକୁ ସ୍ଥାନୀୟ ଲୋକେ ଓ ସାମାଜିକ କାର୍ଯ୍ୟକର୍ତ୍ତା ବିରୋଧ କରୁଛନ୍ତି।  ଏଥି ପାଇଁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ପ୍ରଦର୍ଶନ ଚାଲିଥିଲା। ଲୋକଙ୍କ କହିବା କଥା ହେଉଛି ଏହି ବିଷାକ୍ତ ଆବର୍ଜନାକୁ ଜଳାଗଲେ ସ୍ଥାନୀୟ ଅଞ୍ଚଳର ବାୟୁ ଓ ଜଳ ପ୍ରଦୁଷିତ ହୋଇପାରେ। ଏଣୁ ସ୍ଥାନୀୟ ଲୋକେ ବିକ୍ଷୋଭ କରୁଥିଲେ। Video: पीथमपुर में यूनियन कार्बाइड के जहरीले कचरे के खिलाफ के प्रदर्शन में 2 युवकों ने छिड़का पेट्रोल, तभी अचानक किसी ने लगा दी आगNOT OUT COVID-19 #KhushiKapoor #DMartPresident Yoon Suk Yeol KL Rahul #RohitSharma????#MadhaGajaRaja #Madurai #Chokli C

ପିଥମପୁରରେ ହେଉଥିଲା ବିକ୍ଷୋଭ, ଅଚାନକ ଜଳିଉଠିଲେ ୨ ବିକ୍ଷୋଭକାରୀ, ଦେଖନ୍ତୁ Video

ପିଥମପୁର ୩।୧: ଭୋପାଲର ୟୁନିୟନ କାର୍ବାଇଡ ବର୍ଜ୍ୟ ଜଳାଇବା ବିରୋଧରେ ପିଥମପୁରରେ ଚାଲିଥିବା ବିକ୍ଷୋଭ ବେଳେ ଶୁକ୍ରବାର ଅଘଟଣ ଘଟିଛି। ବିକ୍ଷୋଭକାରୀ ଏହି ବର୍ଜ୍ୟର  ସମ୍ଭାବିତ ବିପଦ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଏହି ଘଟଣା ଘଟିଛି। ୨ ଜଣ ଯୁବକ ବିକ୍ଷୋଭସ୍ଥଳରେ ନିଜ ଦେହରେ ପେଟ୍ରୋଲ ଛିଞ୍ଚିଥିଲେ, ଏତିକିବେଳେ କେହି ଜଣେ ପଛପଟରୁ ଡିଆସିଲ ମାରି ଦେଇଥିଲା। ଫଳରେ ଉଭୟ ବିକ୍ଷୋଭକାରୀ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି।

ଭୋପାଳ ଗ୍ୟାସ୍ ଦୁର୍ଘଟଣାର ବିଷାକ୍ତ ଆବର୍ଜନା, ଯାହା ବର୍ଷବର୍ଷ ଧରି ପରିବେଶ ଓ ମାନବ ଜୀବନ ଲାଗି ବିପଦ ହୋଇ ରହିଛି ଏହାକୁ ପିଥମପୁର ନିକଟରେ ଜଳାଇବା ପାଇଁ ଯୋଜନା କରାଯାଇଛି। ଏହାକୁ ସ୍ଥାନୀୟ ଲୋକେ ଓ ସାମାଜିକ କାର୍ଯ୍ୟକର୍ତ୍ତା ବିରୋଧ କରୁଛନ୍ତି।  ଏଥି ପାଇଁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଶୁକ୍ରବାର ପ୍ରଦର୍ଶନ ଚାଲିଥିଲା। ଲୋକଙ୍କ କହିବା କଥା ହେଉଛି ଏହି ବିଷାକ୍ତ ଆବର୍ଜନାକୁ ଜଳାଗଲେ ସ୍ଥାନୀୟ ଅଞ୍ଚଳର ବାୟୁ ଓ ଜଳ ପ୍ରଦୁଷିତ ହୋଇପାରେ। ଏଣୁ ସ୍ଥାନୀୟ ଲୋକେ ବିକ୍ଷୋଭ କରୁଥିଲେ। 


ପ୍ରଦର୍ଶନ କାଳରେ ୨ ଜଣ ଯୁବକ ଅସନ୍ତୋଷ ପ୍ରକାଶ କରିବା ପାଇଁ ନିଜ ଦେହରେ ପେଟ୍ରୋଲ ଛିଞ୍ଚିଥିଲେ। ଲୋକଙ୍କ ଗହଳିରେ ସେମାନେ ନିଜ ଦେହରେ ପେଟ୍ରୋଲ ଢାଳୁଥିବା ବେଳେ ପଛପଟରୁ କେହି ଜଣେ ନିଆଁ ଲଗାଇ ଦେଇଥିଲା। ଫଳରେ ଦୁଇ ଯୁବକ ହୁତହୁତ ହୋଇ ଜଳିବାକୁ ଲାଗିଥିଲେ। ଉପସ୍ଥିତ ଲୋକେ ତୁରନ୍ତ ପଦକ୍ଷେପ ନେଇଥିଲେ ଓ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଉଭୟ ଗୁରୁତର ରୂପେ ଜଳି ଯାଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 


ଏହି ଘଟଣା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଜାଣିଶୁଣି ରଚାଯାଇଥିବା ଏକ ଷଡ଼ଯନ୍ତ୍ର ନା ଏହା ଅବହେଳା ବୋଲି ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି। ପ୍ରଦର୍ଶନରେ ଯୋଗ ଦେଇଥିବା ଲୋକେ ଘଟଣାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ଓ ମାମଲାର ଗହନ ଯାଞ୍ଚ ଦାବି କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକ ଓ ସାମାଜିକ ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା ପ୍ରଶାସନର ଅସମ୍ବେଦନଶୀଳତା ଓ ଅବହେଳାର ପରିଣାମ ବୋଲି କହିଛନ୍ତି। ଲୋକେ ବିଷାକ୍ତ ଆବର୍ଜନା ପୋଡିବା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।