ଇଣ୍ଡୋନେସିଆରେ ପୁଣି ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୫ ରେକର୍ଡ
ନୂଆଦିଲ୍ଲୀ ୨୧।୦୪; ଭୂକମ୍ପରେ ପୁଣି ଥରିଲା ଇଣ୍ଡୋନେସିଆରେ । ସୋମବାର ୨୧ ଏପ୍ରିଲ ସେରମ ଦ୍ୱୀପରେ ୫.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସୂଚନା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଦେଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୧୦ କିଲୋମିଟର ଗଭୀରରେ ଥିଲା। ଏହି ଭୂମିକମ୍ପ ଯୋଗୁଁ କେହି ଆହତ କିମ୍ବା କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ।A magnitude 5.5 earthquake took place in the Ceram Sea, Indonesia at 18:19 UTC (7 minutes ago). The depth was 10km and was reported by GFZ. #earthquake #earthquakes #Gempa #Indonesia pic.twitter.com/qC6XrTn1xA— Earthquake Alerts (@QuakeAlerts) April 20, 2025ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପଟି ଇନ୍ସେରମ ଦ୍ୱୀପର ସୁଲାୱେସିର କୋଟାମୋବାଗୁର ଦକ୍ଷିଣ-ପୂର୍ବରେ ରାତି ୧୧:୫୦ (IST) ସମୟରେ ଅନୁଭୂତ ହୋଇଥିଲା।ଇଣ୍ଡୋନେସିଆରେ କାହିଁକି ଆସେ ଭୂମିକମ୍ପ?ଇଣ୍ଡୋନେସିଆ 'ରିଙ୍ଗ୍ ଅଫ୍ ଫାୟାର' ନାମକ ଅଞ୍ଚଳରେ ପଡୁଥିବାରୁ ଏଠାରେ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟ ଘଟେ। ଏହା ସହିତ, ଜାଭା ଏବଂ ସୁମାତ୍ରା ଭଳି ଦ୍ୱୀପପୁଞ୍ଜ ମଧ୍ୟ ଏହି ଅଞ୍ଚଳର ଅଂଶ। ଏହି ଅଞ୍ଚଳ ପ୍ରଶାନ୍ତ ମହାସାଗର କୂଳରେ ବିସ୍ତାରିତ ଏବଂ ଏହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସ୍ଥଳଭାଗ ଭାବରେ ବିବ
ନୂଆଦିଲ୍ଲୀ ୨୧।୦୪; ଭୂକମ୍ପରେ ପୁଣି ଥରିଲା ଇଣ୍ଡୋନେସିଆରେ । ସୋମବାର ୨୧ ଏପ୍ରିଲ ସେରମ ଦ୍ୱୀପରେ ୫.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସୂଚନା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଦେଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୧୦ କିଲୋମିଟର ଗଭୀରରେ ଥିଲା। ଏହି ଭୂମିକମ୍ପ ଯୋଗୁଁ କେହି ଆହତ କିମ୍ବା କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ।
A magnitude 5.5 earthquake took place in the Ceram Sea, Indonesia at 18:19 UTC (7 minutes ago). The depth was 10km and was reported by GFZ. #earthquake #earthquakes #Gempa #Indonesia pic.twitter.com/qC6XrTn1xA— Earthquake Alerts (@QuakeAlerts) April 20, 2025
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପଟି ଇନ୍ସେରମ ଦ୍ୱୀପର ସୁଲାୱେସିର କୋଟାମୋବାଗୁର ଦକ୍ଷିଣ-ପୂର୍ବରେ ରାତି ୧୧:୫୦ (IST) ସମୟରେ ଅନୁଭୂତ ହୋଇଥିଲା।
ଇଣ୍ଡୋନେସିଆରେ କାହିଁକି ଆସେ ଭୂମିକମ୍ପ?
ଇଣ୍ଡୋନେସିଆ 'ରିଙ୍ଗ୍ ଅଫ୍ ଫାୟାର' ନାମକ ଅଞ୍ଚଳରେ ପଡୁଥିବାରୁ ଏଠାରେ ପ୍ରାୟତଃ ପ୍ରାକୃତିକ ବିପର୍ଯ୍ୟୟ ଘଟେ। ଏହା ସହିତ, ଜାଭା ଏବଂ ସୁମାତ୍ରା ଭଳି ଦ୍ୱୀପପୁଞ୍ଜ ମଧ୍ୟ ଏହି ଅଞ୍ଚଳର ଅଂଶ। ଏହି ଅଞ୍ଚଳ ପ୍ରଶାନ୍ତ ମହାସାଗର କୂଳରେ ବିସ୍ତାରିତ ଏବଂ ଏହାକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସ୍ଥଳଭାଗ ଭାବରେ ବିବେଚନା କରାଯାଏ। ଜ୍ୱାଳାମୁଖୀ ଉଦ୍ଗୀରଣ ଏବଂ ଭୂତଳ ଗତି ଯୋଗୁଁ ଏଠାରେ ଭୂମିକମ୍ପ ହୁଏ। ଅନେକ ସମୟରେ ଏହି ଭୂମିକମ୍ପ ଯୋଗୁଁ ସୁନାମି ମଧ୍ୟ ଆସିଥାଏ। ଏହି 'ରିଙ୍ଗ୍ ଅଫ୍ ଫାୟାର' ପ୍ରାୟ ୪୦ ହଜାର ବର୍ଗ କିଲୋମିଟରରେ ବିସ୍ତାରିତ।