ଘର ଆଗରେ ବସିଥିବା ବେଳେ ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ରକରି ଛୁରାମାଡ, ୩ ଆହତ ସୂଚନା

ଆଠଗଡ ୨୬।୭: ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ରକରି ଛୁରାମାଡ । ଛୁରାମାଡରେ ୩ ଜଣ ଆହତ ହୋଇଛନ୍ତି । ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ନରସିଂହପୁର ଥାନା କୋକୋଳବା ଗ୍ରାମରେ ଘଟିଛି ଏମିତି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ଥାନା କୋକଳବା ଗ୍ରାମର ରାଜେନ୍ଦ୍ର ନାୟକ ଏବଂ ତାଙ୍କର କିଛି ସାଙ୍ଗ ଘର ଆଗରେ ବସିଥିଲେ । ସାମ୍ନା ପଟରୁ ଏକ ଗାଡିରେ ଆସୁଥିବା ସେହି ଗ୍ରାମର ଅଲେଖ ରଣା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ରାଜେନ୍ଦ୍ର ସାମାନ୍ୟ ଆହତ ହୋଇଥିଲେ । ଏହା ପରେ ତାଙ୍କ ପରିବାର ପକ୍ଷରୁ ଅଲେଖଙ୍କ ଘରକୁ ଯାଇ ପଚାରିଥିଲେ ଏମିତି ଦୁର୍ଘଟଣା କାହିଁକି କଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏହା ଏତେ ଉଗ୍ର ରୂପ ନେଇଥିଲା ଯେ ଅଖିଳ ରାଣା ଉତକ୍ଷିପ୍ତ ହୋଇ ଘରକୁ ଯାଇ ଏକ ଛୁରୀ ଆଣି ତାଙ୍କୁ ଆକ୍ରମଣ କରିଥିଲେ । ରାଜେନ୍ଦ୍ର ନାୟକଙ୍କ ପରିବାରର ୩ ଜଣ ଆହତ ହେବାରୁ ତାଙ୍କୁ ପ୍ରଥମେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅପର ପକ୍ଷେ ଅଖିଳ ରଣା ଫେରାର ଥିବା ବେଳେ ନରସିଂହପୁର   ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।You Can Read:ଯୋଜନା ନାଁ ବଦଳିବା ନେଇ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ, ବିଜେପି

ଘର ଆଗରେ ବସିଥିବା ବେଳେ ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ରକରି ଛୁରାମାଡ, ୩ ଆହତ ସୂଚନା

ଆଠଗଡ ୨୬: ଗାଡ଼ି ଦୁର୍ଘଟଣାକୁ କେନ୍ଦ୍ରକରି ଛୁରାମାଡ । ଛୁରାମାଡରେ ୩ ଜଣ ଆହତ ହୋଇଛନ୍ତି । ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ନରସିଂହପୁର ଥାନା କୋକୋଳବା ଗ୍ରାମରେ ଘଟିଛି ଏମିତି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ଥାନା କୋକଳବା ଗ୍ରାମର ରାଜେନ୍ଦ୍ର ନାୟକ ଏବଂ ତାଙ୍କର କିଛି ସାଙ୍ଗ ଘର ଆଗରେ ବସିଥିଲେ । ସାମ୍ନା ପଟରୁ ଏକ ଗାଡିରେ ଆସୁଥିବା ସେହି ଗ୍ରାମର ଅଲେଖ ରଣା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ରାଜେନ୍ଦ୍ର ସାମାନ୍ୟ ଆହତ ହୋଇଥିଲେ । ଏହା ପରେ ତାଙ୍କ ପରିବାର ପକ୍ଷରୁ ଅଲେଖଙ୍କ ଘରକୁ ଯାଇ ପଚାରିଥିଲେ ଏମିତି ଦୁର୍ଘଟଣା କାହିଁକି କଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏହା ଏତେ ଉଗ୍ର ରୂପ ନେଇଥିଲା ଯେ ଅଖିଳ ରାଣା ଉତକ୍ଷିପ୍ତ ହୋଇ ଘରକୁ ଯାଇ ଏକ ଛୁରୀ ଆଣି ତାଙ୍କୁ ଆକ୍ରମଣ କରିଥିଲେ । ରାଜେନ୍ଦ୍ର ନାୟକଙ୍କ ପରିବାରର ୩ ଜଣ ଆହତ ହେବାରୁ ତାଙ୍କୁ ପ୍ରଥମେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଜଣକ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅପର ପକ୍ଷେ ଅଖିଳ ରଣା ଫେରାର ଥିବା ବେଳେ ନରସିଂହପୁର   ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read:

ଯୋଜନା ନାଁ ବଦଳିବା ନେଇ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ, ବିଜେପି ବିଧାୟକ କହିଲେ- ନିର୍ବାଚନ ଜିତିବାକୁ ହୋଇଥିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’