ସମ୍ବିଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, କରାଇଲେ ଶପଥ ପାଠ

ଭୁବନେଶ୍ୱର ୨୬/୧୧: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ସମ୍ୱିଧାନ ଦିବସ । ସମ୍ବିଧାନ ଦିବସ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନୀ ଚରଣ ମାଝୀ । ସେ କହିଛନ୍ତି ଆଜି ଆମ ସମସ୍ତଙ୍କ ପାଇଁ ପବିତ୍ର ଦିନ । ସ୍ୱାଧିନ ଭାରତର ପୁଣ୍ୟ ଗ୍ରନ୍ଥ, ମାର୍ଗଦର୍ଶକ, ଆମ ସମ୍ବିଧାନ । ସୂଚନା ଥାଉକି, କ୍ରୀଡ଼ା ଓ ଯୁବସେବା ବିଭାଗର ଆନୁକୂଲ୍ୟରେ ପାଳିତ ହୋଇଥିଲା ଜାତୀୟ ସମ୍ବିଧାନ ଦିବସ । ପ୍ରଥମେ ଏ.ଜି ଛକ ସ୍ଥିତ ସମ୍ବିଧାନ ପ୍ରଣେତା ଡ. ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ । ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାର ପ୍ରସାର ଏବଂ ଏହି ବିଷୟରେ ଜନତାଙ୍କୁ ସଚେତନ କରାଇବା ପାଇଁ ଏଜି ଛକ ଠାରୁ କ୍ୟାପ

ସମ୍ବିଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, କରାଇଲେ ଶପଥ ପାଠ

ଭୁବନେଶ୍ୱର ୨୬/୧୧: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା । 

୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ସମ୍ୱିଧାନ ଦିବସ । ସମ୍ବିଧାନ ଦିବସ ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନୀ ଚରଣ ମାଝୀ । ସେ କହିଛନ୍ତି ଆଜି ଆମ ସମସ୍ତଙ୍କ ପାଇଁ ପବିତ୍ର ଦିନ । ସ୍ୱାଧିନ ଭାରତର ପୁଣ୍ୟ ଗ୍ରନ୍ଥ, ମାର୍ଗଦର୍ଶକ, ଆମ ସମ୍ବିଧାନ । 

ସୂଚନା ଥାଉକି, କ୍ରୀଡ଼ା ଓ ଯୁବସେବା ବିଭାଗର ଆନୁକୂଲ୍ୟରେ ପାଳିତ ହୋଇଥିଲା ଜାତୀୟ ସମ୍ବିଧାନ ଦିବସ । ପ୍ରଥମେ ଏ.ଜି ଛକ ସ୍ଥିତ ସମ୍ବିଧାନ ପ୍ରଣେତା ଡ. ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ । ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାର ପ୍ରସାର ଏବଂ ଏହି ବିଷୟରେ ଜନତାଙ୍କୁ ସଚେତନ କରାଇବା ପାଇଁ ଏଜି ଛକ ଠାରୁ କ୍ୟାପିଟାଲ୍ ହସ୍ପିଟାଲ ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।