ମୋଦିଙ୍କ ନିମନ୍ତ୍ରଣକୁ ସ୍ୱୀକାର କଲେ ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ, ୯ଜୁନ ଶପଥଗ୍ରହଣ ଉତ୍ସବରେ ଯୋଗଦେବେ
ମାଲେ ୭।୬: ଭାରତ ସହିତ ସମ୍ପର୍କ ଖରାପ କରିଥିବା ସତ୍ତ୍ୱେ ମାଲଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ ଜୁନ ୯ ତାରିଖ ଦିନ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭାରତ ଆସିବେ। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ଭାରତ ପଡୋଶୀ ପ୍ରଥମ ନୀତି ଅନୁସାରେ ନେପାଲ, ଭୁଟ୍ଟାନ, ଶ୍ରୀଲଙ୍କା, ମରିସସ୍, ବାଂଲାଦେଶ ଓ ମାଲଦ୍ୱୀପ ଭଳି ଦେଶଙ୍କ ରାଷ୍ଟ୍ରମୁଖ୍ୟଙ୍କୁ ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ର କରାଯାଇଛି। ମୁଇଜ୍ଜୁ ସପ୍ତାହନ୍ତରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ମାଲଦ୍ୱୀପ ସମାଚାର ପୋର୍ଟାଲ ଏଡିସନ ଡଟ୍ ଏମଭି ତାଙ୍କ ସହଯୋଗୀ ପ୍ରକାଶନ ‘ମିହାରୁ ନ୍ୟୁଜ୍’ ସୂତ୍ରରୁ ଏହା ଜଣାପଡିଛି। ଖବର ଅନୁସାରେ ରାଷ୍ଟ୍ରପତି ମୁଇଜ୍ଜୁ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ଉତ୍ସବରେ ଯୋଗଦେବା ପାଇଁ ଶନିବାର ଦିଲ୍ଲୀ ଯାତ୍ରା କରିବେ। ମୁଇଜ୍ଜୁଙ୍କ ଏହା ପ୍ରଥମ ଅଧିକାରୀକ ଭାରତ ଯାତ୍ରା । ହେଲେ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀକ ପୁଷ୍ଟି କରାଯାଇ ନାହିଁ। ଏହା ପୂର୍ବରୁ ମୁଇଜ୍ଜୁ ଗତ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଦ୍ୱିପାକ୍ଷୀୟ ସମ୍ପର୍କକୁ ଆଗକୁ ବଢାଇବା
ମାଲେ ୭।୬: ଭାରତ ସହିତ ସମ୍ପର୍କ ଖରାପ କରିଥିବା ସତ୍ତ୍ୱେ ମାଲଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜ୍ଜୁ ଜୁନ ୯ ତାରିଖ ଦିନ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭାରତ ଆସିବେ। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ଭାରତ ପଡୋଶୀ ପ୍ରଥମ ନୀତି ଅନୁସାରେ ନେପାଲ, ଭୁଟ୍ଟାନ, ଶ୍ରୀଲଙ୍କା, ମରିସସ୍, ବାଂଲାଦେଶ ଓ ମାଲଦ୍ୱୀପ ଭଳି ଦେଶଙ୍କ ରାଷ୍ଟ୍ରମୁଖ୍ୟଙ୍କୁ ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ର କରାଯାଇଛି।
ମୁଇଜ୍ଜୁ ସପ୍ତାହନ୍ତରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ମାଲଦ୍ୱୀପ ସମାଚାର ପୋର୍ଟାଲ ଏଡିସନ ଡଟ୍ ଏମଭି ତାଙ୍କ ସହଯୋଗୀ ପ୍ରକାଶନ ‘ମିହାରୁ ନ୍ୟୁଜ୍’ ସୂତ୍ରରୁ ଏହା ଜଣାପଡିଛି। ଖବର ଅନୁସାରେ ରାଷ୍ଟ୍ରପତି ମୁଇଜ୍ଜୁ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ ଉତ୍ସବରେ ଯୋଗଦେବା ପାଇଁ ଶନିବାର ଦିଲ୍ଲୀ ଯାତ୍ରା କରିବେ।
ମୁଇଜ୍ଜୁଙ୍କ ଏହା ପ୍ରଥମ ଅଧିକାରୀକ ଭାରତ ଯାତ୍ରା । ହେଲେ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ମାଲଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀକ ପୁଷ୍ଟି କରାଯାଇ ନାହିଁ। ଏହା ପୂର୍ବରୁ ମୁଇଜ୍ଜୁ ଗତ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଦ୍ୱିପାକ୍ଷୀୟ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ମୋଦିଙ୍କ ସହ ମିଶି କାମ କରିବାକୁ ଇଛା ପ୍ରକାଶ କରିଥିଲେ। ମୁଇଜ୍ଜୁ ଚୀନ୍ ସମର୍ଥକ, ଏଣୁ ସେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପରମ୍ପରା ଭାଙ୍ଗି ସର୍ବ ପ୍ରଥମେ ଚୀନ୍ ଗସ୍ତ କରିଥିଲେ। ଏହା ଛଡା ସେ ମାଲଦ୍ୱୀପରୁ ଭାରତୀୟ ସୈନିକଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇ ଭାରତ ଅସନ୍ତୋଷର ମଞ୍ଜିପକାଇଥିଲେ।