ଆମେରିକାରୁ ନିର୍ବାସିତ ପ୍ରବାସୀଙ୍କୁ ନେଇ ଗ୍ୱାନ୍ତାନାମୋ ବେ ପହଞ୍ଚିଲା ପ୍ରଥମ ସୈନ୍ୟ ବିମାନ

ୱାସିଂଟନ ୫।୨: ଆମେରିକାରୁ ପ୍ରବାସୀଙ୍କୁ ଗ୍ୱାନ୍ତାନାମୋ ବେ ରେ ନିର୍ବାସିତ କରିବା ପାଇଁ ପଠାଯାଇଥିବା ପ୍ରଥମ ସୈନ୍ୟ ବିମାନ ମଙ୍ଗଳବାର ଅପରାହ୍ନରେ କ୍ୟୁବାରେ ଅବତରଣ କରିଛି। ଜଣେ ଆମେରିକୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆମେରିକା ଅବୈଧ ପ୍ରବାସୀଙ୍କୁ ଗ୍ୱାନ୍ତାନାମୋ ବେ ଜେଲରେ ରଖିବ। ଏହାକୁ ବିଶ୍ୱର ସବୁଠୁ ବିପଦଜନକ ଜେଲ ମନେ କରାଯାଏ। ୯/୧୧ ଆକ୍ରମଣର ଆତଙ୍କବାଦୀଙ୍କୁ ଆମେରିକା ଏହି ଜେଲରେ ବନ୍ଦୀ ରଖିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସୀଙ୍କୁ ରଖିବା ଲାଗି ଗ୍ୱାନ୍ତାନାମୋ ବେକୁ ସବୁଠୁ ଉପଯୁକ୍ତ ସ୍ଥାନ ମନେ କରୁଛନ୍ତି ଓ ସେ କହିଛନ୍ତି ଯେ ଏହି ଜେଲରେ ୩୦ ହଜାର ଲୋକଙ୍କୁ ରଖିବାର କ୍ଷମତା ରହିଛି। ସେହିପରି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଏହାକୁ ପ୍ରବାସୀଙ୍କୁ ନିର୍ବାସିତ କରିବା ପାଇଁ ସବୁଠୁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି। ଏହି ଜେଲର ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଗତ ଦିନରେ ଆମେରିକାରୁ ଅତିରିକ୍ତ ସୈନ୍ୟ ବଳଙ୍କୁ ନୌସେନା ଘାଟିକୁ ପଠାଯାଇଛି। ଆମନେଷ୍ଟି ଇଣ୍ଟରନ୍ୟାସନାଲ ୟୁଏସ୍ ଙ୍କ ଶରଣାର୍ଥୀ ଓ ପ୍ରବାସୀ ଅଧିକାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଏମି ଫିଶର ଗ୍ୱାନ୍ତାନୋମୋ ବେର ଏପରି ଉପଯୋଗକୁ ନିନ୍ଦା କରିଛନ୍ତି। ଗ୍ୱାନ୍ତାନୋମ ବେରେ ଏବେ ୩୦୦ କର୍ମଚାରୀ ମୁତୟନ ଅଛନ୍ତି, ଯେଉଁମାନେ ନିର୍ବାସନ ଅଭିଯାନର ଦେଖରେଖ କରୁଛନ୍ତି। ତେବେ ଗୃହମନ୍ତ୍ରାଳୟଙ୍କ ଆବଶ୍ୟକତା ଅନୁସାରେ ଏଠା

ଆମେରିକାରୁ ନିର୍ବାସିତ ପ୍ରବାସୀଙ୍କୁ ନେଇ ଗ୍ୱାନ୍ତାନାମୋ ବେ ପହଞ୍ଚିଲା ପ୍ରଥମ ସୈନ୍ୟ ବିମାନ

ୱାସିଂଟନ ୫।୨: ଆମେରିକାରୁ ପ୍ରବାସୀଙ୍କୁ ଗ୍ୱାନ୍ତାନାମୋ ବେ ରେ ନିର୍ବାସିତ କରିବା ପାଇଁ ପଠାଯାଇଥିବା ପ୍ରଥମ ସୈନ୍ୟ ବିମାନ ମଙ୍ଗଳବାର ଅପରାହ୍ନରେ କ୍ୟୁବାରେ ଅବତରଣ କରିଛି। ଜଣେ ଆମେରିକୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆମେରିକା ଅବୈଧ ପ୍ରବାସୀଙ୍କୁ ଗ୍ୱାନ୍ତାନାମୋ ବେ ଜେଲରେ ରଖିବ। ଏହାକୁ ବିଶ୍ୱର ସବୁଠୁ ବିପଦଜନକ ଜେଲ ମନେ କରାଯାଏ। ୯/୧୧ ଆକ୍ରମଣର ଆତଙ୍କବାଦୀଙ୍କୁ ଆମେରିକା ଏହି ଜେଲରେ ବନ୍ଦୀ ରଖିଥିଲା। 

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସୀଙ୍କୁ ରଖିବା ଲାଗି ଗ୍ୱାନ୍ତାନାମୋ ବେକୁ ସବୁଠୁ ଉପଯୁକ୍ତ ସ୍ଥାନ ମନେ କରୁଛନ୍ତି ଓ ସେ କହିଛନ୍ତି ଯେ ଏହି ଜେଲରେ ୩୦ ହଜାର ଲୋକଙ୍କୁ ରଖିବାର କ୍ଷମତା ରହିଛି। ସେହିପରି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ଏହାକୁ ପ୍ରବାସୀଙ୍କୁ ନିର୍ବାସିତ କରିବା ପାଇଁ ସବୁଠୁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି। ଏହି ଜେଲର ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଗତ ଦିନରେ ଆମେରିକାରୁ ଅତିରିକ୍ତ ସୈନ୍ୟ ବଳଙ୍କୁ ନୌସେନା ଘାଟିକୁ ପଠାଯାଇଛି। 

ଆମନେଷ୍ଟି ଇଣ୍ଟରନ୍ୟାସନାଲ ୟୁଏସ୍ ଙ୍କ ଶରଣାର୍ଥୀ ଓ ପ୍ରବାସୀ ଅଧିକାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଏମି ଫିଶର ଗ୍ୱାନ୍ତାନୋମୋ ବେର ଏପରି ଉପଯୋଗକୁ ନିନ୍ଦା କରିଛନ୍ତି। ଗ୍ୱାନ୍ତାନୋମ ବେରେ ଏବେ ୩୦୦ କର୍ମଚାରୀ ମୁତୟନ ଅଛନ୍ତି, ଯେଉଁମାନେ ନିର୍ବାସନ ଅଭିଯାନର ଦେଖରେଖ କରୁଛନ୍ତି। ତେବେ ଗୃହମନ୍ତ୍ରାଳୟଙ୍କ ଆବଶ୍ୟକତା ଅନୁସାରେ ଏଠାରେ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ବା ହ୍ରାସ କରାଯାଇ ପାରେ। କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ୨୩୦ ଜଣ ଆମେରିକା ନୌସେନାର ଷଷ୍ଠ ମେରିନ ରେଜିମେଣ୍ଟର ସୈନିକ ବୋଲି କୁହାଯାଇଛି।