ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୧୧ଟା ସୁଦ୍ଧା ୪୦ ଟପିଲାଣି ତାପମାତ୍ରା

ଭୁବନେଶ୍ବର ୨୬।୪: ଆଜି ବି ଜଳୁଛି ସାରା ଓଡିଶା । କଲବଲ କରୁଛି ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ତାତି ଏମିତି ଯେ ଘରୁ ବାହାରିବା ବି ମୁସ୍କିଲ ହୋଇଯାଉଛି । ଶୁକ୍ରବାର ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି । ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରରେ ୪୦, କେନ୍ଦୁଝରରେ ୪୦, ଚାନ୍ଦବାଲିରେ ୩୯.୬, ଭୁବନେଶ୍ୱରରେ ୩୯.୨, ହୀରାକୁଦରେ ୩୯.୨, ବାଲେଶ୍ୱରରେ ୩୯, ରାଉରକେଲାରେ ୩୮.୮, ପୁରୀରେ ୩୪.୨, ପାରାଦୀପରେ ୩୩.୪, ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।ସେପଟେ ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭବାନୀପାଟଣା ।  କେନ୍ଦୁଝରରେ ୩୫.୬, ତାଳଚେରରେ ୩୫, ବାରିପଦାରେ ୩୫, ଅନୁଗୁଳରେ ୩୫, ଭୁବନେଶ୍ୱରରେ ୩୩.୬, ବାଲେଶ୍ୱରରେ ୩୩.୬, କଟକରେ ୩୩.୨, ସମ୍ବଲପୁରରେ ୩୩.୨, ହୀରାକୁଦରେ ୩୩, ଟିଟିଲାଗଡ଼ରେ ୩୩, ବୌଦ୍ଧରେ ୩୩, ଜଗତସିଂହପୁରରେ ୩୩, ଚାନ୍ଦବାଲିରେ ୩୨.୮, ରାଉରକେଲାରେ ୩୨.୮, ଝାରସୁଗୁଡାରେ ୩୨.୬ ରେକର୍ଡ ହୋଇଥିଲା ।ସକାଳୁ ଜଳିଲାଣି, ସାଢେ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭବାନୀପାଟଣାଉଲ୍ଲେଖଯୋଗ୍ୟ ଯେ, ଜଳିବ ସାରା ଓଡ଼ିଶା । ତତଲା କଡ଼େଇରେ କଲବଲ ହେବ ଜନଜୀବନ । ଆହୁରି ୧୪ଦିନ ପର୍ଯ୍ୟ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୧୧ଟା ସୁଦ୍ଧା ୪୦ ଟପିଲାଣି ତାପମାତ୍ରା

ଭୁବନେଶ୍ବର ୨୬।୪: ଆଜି ବି ଜଳୁଛି ସାରା ଓଡିଶା । କଲବଲ କରୁଛି ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ତାତି ଏମିତି ଯେ ଘରୁ ବାହାରିବା ବି ମୁସ୍କିଲ ହୋଇଯାଉଛି । ଶୁକ୍ରବାର ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି । ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରରେ ୪୦, କେନ୍ଦୁଝରରେ ୪୦, ଚାନ୍ଦବାଲିରେ ୩୯.୬, ଭୁବନେଶ୍ୱରରେ ୩୯.୨, ହୀରାକୁଦରେ ୩୯.୨, ବାଲେଶ୍ୱରରେ ୩୯, ରାଉରକେଲାରେ ୩୮.୮, ପୁରୀରେ ୩୪.୨, ପାରାଦୀପରେ ୩୩.୪, ଗୋପାଳପୁରରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭବାନୀପାଟଣା ।  କେନ୍ଦୁଝରରେ ୩୫.୬, ତାଳଚେରରେ ୩୫, ବାରିପଦାରେ ୩୫, ଅନୁଗୁଳରେ ୩୫, ଭୁବନେଶ୍ୱରରେ ୩୩.୬, ବାଲେଶ୍ୱରରେ ୩୩.୬, କଟକରେ ୩୩.୨, ସମ୍ବଲପୁରରେ ୩୩.୨, ହୀରାକୁଦରେ ୩୩, ଟିଟିଲାଗଡ଼ରେ ୩୩, ବୌଦ୍ଧରେ ୩୩, ଜଗତସିଂହପୁରରେ ୩୩, ଚାନ୍ଦବାଲିରେ ୩୨.୮, ରାଉରକେଲାରେ ୩୨.୮, ଝାରସୁଗୁଡାରେ ୩୨.୬ ରେକର୍ଡ ହୋଇଥିଲା ।

ସକାଳୁ ଜଳିଲାଣି, ସାଢେ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭବାନୀପାଟଣା

ଉଲ୍ଲେଖଯୋଗ୍ୟ ଯେ, ଜଳିବ ସାରା ଓଡ଼ିଶା । ତତଲା କଡ଼େଇରେ କଲବଲ ହେବ ଜନଜୀବନ । ଆହୁରି ୧୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ତ୍ରାହି ଆଶା କ୍ଷୀଣ । ଲଗାତାର ୧୧ଦିନ ହେବ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ଲହରୀ ଆହୁରି ଚରମ ରୂପ ନେବାକୁ ଯାଉଛି । ମେ’ ୯ ତାରିଖ ଯାଏଁ ହୁତହୁତ ହୋଇ ଜଳିବ ସାରା ରାଜ୍ୟ । ଗତ ୧୫ ତାରିଖରୁ ଜାରି ରହିଥିବା ଗ୍ରୀଷ୍ମ ଲହରୀ ସବୁ ରେକର୍ଡ ଭାଙ୍ଗି ୨୫ ଦିନରେ ପହଞ୍ଚିଯିବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମେ’ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଚରମ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ନିକଟ ଭବିଷ୍ୟତରେ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । ଦୂର ଦୂର ଯାଏଁ ବାଦଲ ଭାସିବା ସମ୍ଭାବନା ବି ଦେଖାଯାଉନି । ମେ’ ପ୍ରଥମ ସପ୍ତାହ ଆରମ୍ଭରେ କାଁ ଭାଁ କାଳବୈଶାଖୀ ବର୍ଷା ହୋଇପାରେ । କିନ୍ତୁ, ବିସ୍ତୃତ ଅଞ୍ଚଳ ଶୁଖିଲା, ତତଲା ରହିବ । ଆସନ୍ତା ୫ ଦିନ ଭୟାନକ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଭାଜି ହୋଇଯିବ ସାରା ଓଡ଼ିଶା ।

You Can Read :

କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ, ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଦମକଳବାହିନୀ