ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ଦେଶ ବିଦେଶର ବଡ ବଡ ଶିଳ୍ପପତି ସାମିଲ

ଭୁବନେଶ୍ବର୨୮/୧: ଜନତା ମଇଦାନରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଉଦ୍‌ଘାଟିତ । ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ଉତ୍କଳ ଓଡ଼ିଶା ଗ୍ୟାଲେରୀ ବୁଲି ଦେଖିଛନ୍ତି ମୋଦି । ସେ ୨ ଘଣ୍ଟା ୨୦ ମିନିଟ୍‌ ମାନେ ଦିନ ୧୧ଟାରୁ ୧୨ଟା ୩୦ ଯାଏ ସମ୍ମିଳନୀରେ ରହିବେ । ପ୍ରାୟ ଅଧାଘଣ୍ଟା ସମ୍ମିଳନୀରେ ଅଭିଭାଷଣ ରଖିବେ ମୋଦି । ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି । ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓ ମୋଦିଙ୍କ  ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ଫୋର୍ସ  ମୁତୟନ ହୋଇଛନ୍ତି । ୪୦୦ ରୁ ଅଧିକ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି।କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି  ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ। ସୋମବାର ଓ ମଙ୍ଗଳବାର ୨ ଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । ନିବେଶ ପାଇଁ ଓଡ଼ିଶାରେ ଡେରା ପକାଇଛନ୍ତି ଶିଳ୍ପହସ୍ତୀ ।ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ।  

ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ଦେଶ ବିଦେଶର ବଡ ବଡ ଶିଳ୍ପପତି ସାମିଲ

ଭୁବନେଶ୍ବର୨୮/୧: ଜନତା ମଇଦାନରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଉଦ୍‌ଘାଟିତ । ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ଉତ୍କଳ ଓଡ଼ିଶା ଗ୍ୟାଲେରୀ ବୁଲି ଦେଖିଛନ୍ତି ମୋଦି । ସେ ୨ ଘଣ୍ଟା ୨୦ ମିନିଟ୍‌ ମାନେ ଦିନ ୧୧ଟାରୁ ୧୨ଟା ୩୦ ଯାଏ ସମ୍ମିଳନୀରେ ରହିବେ । ପ୍ରାୟ ଅଧାଘଣ୍ଟା ସମ୍ମିଳନୀରେ ଅଭିଭାଷଣ ରଖିବେ ମୋଦି । ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି । 

ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓ ମୋଦିଙ୍କ  ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ଫୋର୍ସ  ମୁତୟନ ହୋଇଛନ୍ତି । ୪୦୦ ରୁ ଅଧିକ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି।କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି  ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ। 


ସୋମବାର ଓ ମଙ୍ଗଳବାର ୨ ଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । ନିବେଶ ପାଇଁ ଓଡ଼ିଶାରେ ଡେରା ପକାଇଛନ୍ତି ଶିଳ୍ପହସ୍ତୀ ।ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ।