ଏବେ ମଧ୍ୟ ଶୀତ ଜାରୀ, ସକାଳ ସମୟରେ ଥରାଉଛି

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ବି ଶୀତ ଲହରୀ ଜାରୀ ରହିଛି। ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୋର ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଫଳରେ ସକାଳୁଆ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଶୀତ ବସ୍ତ୍ର ପରିଧାନ କରିବା ସହ ନିଆଁର ସାହାଯ୍ୟ ନେଉଥିବା ଜଣାପଡିଛି। ତେବେ ଗତ ୩ ଦିନ ହେଲା ଦିନରେ ଖରାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଚଳିତ […] The post ଏବେ ମଧ୍ୟ ଶୀତ ଜାରୀ, ସକାଳ ସମୟରେ ଥରାଉଛି appeared first on Dharitri Odia News.

ଏବେ ମଧ୍ୟ ଶୀତ ଜାରୀ, ସକାଳ ସମୟରେ ଥରାଉଛି

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ବି ଶୀତ ଲହରୀ ଜାରୀ ରହିଛି। ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୋର ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଫଳରେ ସକାଳୁଆ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଶୀତ ବସ୍ତ୍ର ପରିଧାନ କରିବା ସହ ନିଆଁର ସାହାଯ୍ୟ ନେଉଥିବା ଜଣାପଡିଛି। ତେବେ ଗତ ୩ ଦିନ ହେଲା ଦିନରେ ଖରାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଚଳିତ ବର୍ଷ ଯେଉଁ ଭଳି ଖରାର ପ୍ରଭାବ ରହିଛି ଆଗକୁ ଅଞ୍ଚଳରେ ଅଧିକା ଗ୍ରୀଷ୍ମ ପ୍ରବାହ ହେବା ଆଶଙ୍କା କରାଯାଉଛି।

ଫେବୃଆରୀ ଆରମ୍ଭରୁ ପାରଦ ଉପରମୁହଁା ହୋଇଛି। ହଠାତ୍‌ ଗ୍ରୀଷ୍ମର ଅନୁଭବ ଲୋକଙ୍କ ମନରେ ଆଗାମୀ ସ୍ଥିତିକୁ ନେଇ ଶଙ୍କା ପଶିଛି। ଦିନରେ ଟାଇଁଟାଇଁ ଖରା ହୋଇଥିବାବେଳେ ରାତି ତାପମାତ୍ରାରେ ଯଥେଷ୍ଟ ବୃଦ୍ଧି ଘଟିଛି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବାବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୩୬ ଡିଗ୍ରୀ ମୁହଁା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଦିନକରେ ତାପମାତ୍ରା ୩ ଡିଗ୍ରୀରୁ ଅଧିକ ବଢ଼ିଛି। ଶନିବାର ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡା ୩୫.୨ ଡିଗ୍ରୀ, ବଲାଙ୍ଗୀର ୩୫ ଡିଗ୍ରୀ, ସମ୍ବଲପୁର ୩୪.୭ ଡିଗ୍ରୀ, ହୀରାକୁଦ ୩୪.୭ ଡିଗ୍ରୀ, ଭବାନୀପାଟଣାରେ ୩୪ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ସେହିଭଳି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଶୁକ୍ରବାର ଏହା ୧୨ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ କୁହୁଡି ଜାରି ରହିଛି। କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ଅନୁଗୋଳରେ ଘନକୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି। ଆଗାମୀ ୨ଦିନ ମଧ୍ୟ କୁହୁଡ଼ି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

The post ଏବେ ମଧ୍ୟ ଶୀତ ଜାରୀ, ସକାଳ ସମୟରେ ଥରାଉଛି appeared first on Dharitri Odia News.