ୱାୟନାଡରେ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା । ପ୍ରଭାବିତ,ପ୍ରଶାସନ,ଉଦ୍ଧାରଟିମ ସହ ମୋଦୀଙ୍କ ଆଲୋଚନା
କନକ ବ୍ୟୁରୋ: ୱାୟନାଡ ପ୍ରାକୃତିକ ବିପର୍ଯ୍ୟୟକୁ ୧୦ ଦିନରେ ପହଞ୍ଚି ଥିବାବେଳେ ଶନିବାର ଏଠାକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାସ୍ଥଳ ବୁଲି ଦେଖିବା ସହ ଆକାଶମାର୍ଗରୁ ସ୍ଥିତି ନୀରିକ୍ଷଣ କରିଛନ୍ତି । ଭୁସ୍ଖଳନ କ୍ଷୟକ୍ଷତି ବାବଦରେ ଆଲୋଚନ କରି କିଭଳି ପ୍ରଭାବିତଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରାଯିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । ଆଶ୍ରୟସ୍ଥଳ, ହସପିଟାଲରେ ପହଞ୍ଚି ପ୍ରଭାବିତ ଓ ପୀଡିତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଥିଲେ ମୋଦୀ […] The post ୱାୟନାଡରେ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା । ପ୍ରଭାବିତ,ପ୍ରଶାସନ,ଉଦ୍ଧାରଟିମ ସହ ମୋଦୀଙ୍କ ଆଲୋଚନା first appeared on Kanak News.

କନକ ବ୍ୟୁରୋ: ୱାୟନାଡ ପ୍ରାକୃତିକ ବିପର୍ଯ୍ୟୟକୁ ୧୦ ଦିନରେ ପହଞ୍ଚି ଥିବାବେଳେ ଶନିବାର ଏଠାକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଘଟଣାସ୍ଥଳ ବୁଲି ଦେଖିବା ସହ ଆକାଶମାର୍ଗରୁ ସ୍ଥିତି ନୀରିକ୍ଷଣ କରିଛନ୍ତି । ଭୁସ୍ଖଳନ କ୍ଷୟକ୍ଷତି ବାବଦରେ ଆଲୋଚନ କରି କିଭଳି ପ୍ରଭାବିତଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରାଯିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି । ଆଶ୍ରୟସ୍ଥଳ, ହସପିଟାଲରେ ପହଞ୍ଚି ପ୍ରଭାବିତ ଓ ପୀଡିତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଥିଲେ ମୋଦୀ । କେମିତି ଚାଲିଛି ପୁନରୁଦ୍ଧାର କାମ? କ’ଣ ରହିଛି ବର୍ତମାନ ସ୍ଥିତି? ଏଭଳି ବିପତ୍ତିକୁ କିପରି ଭବିଷ୍ୟତରେ ଏଡାଇ ଦିଆଯାଇପାରିବ ନେଇ ସ୍ଥାନୀୟ ପ୍ରଶାସନ, ଉଦ୍ଧାରକାରୀ ଦଳ ଏବଂ ଜିଓଲୋଜିଷ୍ଟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
- ୱାୟନାଡରେ ପ୍ରଧାନମନ୍ତ୍ରୀ ମୋଦୀ
- ଆକାଶମାର୍ଗରୁ ସମୀକ୍ଷା, ଘଟଣାସ୍ଥଳ ବୁଲିଲେ
ୱାୟନାଡ ଭୂସ୍ଖଳନ ଘଟଣା ସାରା ଦେଶକୁ ଦୋହଲାଇଦେଇଛି। ଏହାକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି କରୁଛି କଂଗ୍ରେସ । ନିକଟରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ ଗସ୍ତ କରିଥିବା ସମୟରେ ସରକାରଙ୍କ ନିକଟରେ ଏହି ଦାବି ରଖିଥିଲେ । କିନ୍ତୁ ଏଭଳି ଦାବିକୁ ନେଇ ଦୀର୍ଘଦିନ ହେବ ମତଭେଦ ଓ ବିବାଦ ରହିଛି ।
୨୦୧୩ ୟୁପିଏ ସରକାର ସମୟରେ ବିଜେପି ନେତୃତ୍ୱାଧୀନ ବିରୋଧୀ ପ୍ରାକୃତିକ ବିପର୍ଯ୍ୟୟ ଘଟଣାକୁ ଜାତୀୟ ବିପତ୍ତି ଘୋଷଣା ଦାବି କରିଥିଲେ । ତତକାଳୀନ ଗୃହ ରାଜ୍ୟମନ୍ତ୍ରୀ ମୁଲ୍ଲାପଲୀ ରାମଚନ୍ଦ୍ରନ ଏଭଳି କିଛି ନିୟମ ନାହିଁ କହି ଦାବି ମାନିବାକୁ ମନା କରିଥିଲେ । ଏବେ ସରକାର ବଦଳିବା ପରେ କଂଗ୍ରେସ ନେତୃତାଧୀନ ବିରୋଧୀ ମେଣ୍ଟ ସମାନ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଜୁଲାଇ ୩୦ରେ କେରଳ ୱାୟନାଡକୁ ମାଡ଼ି ଆସିଥିଲା ଭୟଙ୍କର ଭୁସ୍ଖଳନ । ଆଖି ପିଛୁଳାକେ ଚାଲିଯାଇଛି ଶହଶହ ଜୀବନ । ଏବେ ବି ମାଟି ତଳେ ଚାଲିଛି ସନ୍ଧାନ ।
The post ୱାୟନାଡରେ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା । ପ୍ରଭାବିତ,ପ୍ରଶାସନ,ଉଦ୍ଧାରଟିମ ସହ ମୋଦୀଙ୍କ ଆଲୋଚନା first appeared on Kanak News.