ସିଜେଆଇଙ୍କୁ ପତ୍ର ଲେଖିଲେ ୧୫୦ ଆଇନଜୀବୀ,କେଜ୍ରିଓ୍ବାଲଙ୍କ ଜାମିନ ରୋକାଯିବା ଚିନ୍ତାଜନକ…
ନୂଆଦିଲ୍ଲୀ,୭ା୭: ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ଚ୍ୟାଲେଞ୍ଜ କରିବାରୁ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ। ଜାମିନ ରୋକାଯିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ଜିଲା କୋର୍ଟଗୁଡ଼ିକର ୧୫୦ ଜଣ ଆଇନଜୀବୀ ଗମ୍ଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଅଦାଲତଗୁଡ଼ିକରେ ଏଭଳି ପରମ୍ପରା ଅଭୂତପୂର୍ବ ବୋଲି ସେମାନେ କହିବା ସହ ପ୍ରଧାନ ବିଚାରପତି […] The post ସିଜେଆଇଙ୍କୁ ପତ୍ର ଲେଖିଲେ ୧୫୦ ଆଇନଜୀବୀ,କେଜ୍ରିଓ୍ବାଲଙ୍କ ଜାମିନ ରୋକାଯିବା ଚିନ୍ତାଜନକ… appeared first on Dharitri Odia News.
ନୂଆଦିଲ୍ଲୀ,୭ା୭: ଅବକାରୀ ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ଚ୍ୟାଲେଞ୍ଜ କରିବାରୁ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ। ଜାମିନ ରୋକାଯିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ଜିଲା କୋର୍ଟଗୁଡ଼ିକର ୧୫୦ ଜଣ ଆଇନଜୀବୀ ଗମ୍ଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଅଦାଲତଗୁଡ଼ିକରେ ଏଭଳି ପରମ୍ପରା ଅଭୂତପୂର୍ବ ବୋଲି ସେମାନେ କହିବା ସହ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖି ସେମାନଙ୍କର ଉଦ୍ବେଗ ଜଣାଇଛନ୍ତି। କେଜ୍ରିଓ୍ବାଲଙ୍କୁ ଜାମିନ ସମ୍ପର୍କିତ ତଳକୋର୍ଟଙ୍କ ରାୟ ଓ୍ବେବ୍ସାଇଟରେ ଅପ୍ଲୋଡ୍ ହେବା ପୂର୍ବରୁ ହାଇକୋର୍ଟ ବିଚାରପତି ଇଡି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କିପରି ବୋଲି ଆଇନଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଭାରତୀୟ ନ୍ୟାୟପାଳିକା ଇତିହାସରେ ପୂର୍ବରୁ ଏଭଳି କେବେ ଘଟି ନ ଥିଲା ବୋଲି ସେମାନେ କହିଛନ୍ତି।
The post ସିଜେଆଇଙ୍କୁ ପତ୍ର ଲେଖିଲେ ୧୫୦ ଆଇନଜୀବୀ,କେଜ୍ରିଓ୍ବାଲଙ୍କ ଜାମିନ ରୋକାଯିବା ଚିନ୍ତାଜନକ… appeared first on Dharitri Odia News.