କେବେ ବିବାହ କରିବେ ଚିରାଗ ପାସଓ୍ବାନ? କଙ୍ଗନାଙ୍କୁ ନେଇ ଗଣମାଧ୍ୟରେ ଏମିତି କହିଦେଲେ…
ନୂଆଦିଲ୍ଲୀ,୨୪।୭: ଏକ ଜାତୀୟ ଗଣମାଧ୍ୟମର ଶିଖର ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଯେତେବେଳେ ତାଙ୍କୁ ବିବାହ ବିଷୟରେ ପଚରାଯାଇଥିଲା, ସେ ନେଇ ଏମିତି କିଛି କହିଛନ୍ତିି ଯାହା ଚର୍ଚ୍ଚାର ଖୋରାକ ଯୋଗାଇଛି। ସେ କହିଛନ୍ତି, ବର୍ତ୍ତମାନ ଏହା ତାଙ୍କର ପ୍ରାଥମିକତା ନୁହେଁ। ବର୍ତ୍ତମାନ ସେ ଯୁବକଙ୍କୁ ରୋଜଗାର ଯୋଗାଇବା ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି। ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ କଙ୍ଗନା ରନାୱତଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ […] The post କେବେ ବିବାହ କରିବେ ଚିରାଗ ପାସଓ୍ବାନ? କଙ୍ଗନାଙ୍କୁ ନେଇ ଗଣମାଧ୍ୟରେ ଏମିତି କହିଦେଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୪।୭: ଏକ ଜାତୀୟ ଗଣମାଧ୍ୟମର ଶିଖର ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଯେତେବେଳେ ତାଙ୍କୁ ବିବାହ ବିଷୟରେ ପଚରାଯାଇଥିଲା, ସେ ନେଇ ଏମିତି କିଛି କହିଛନ୍ତିି ଯାହା ଚର୍ଚ୍ଚାର ଖୋରାକ ଯୋଗାଇଛି।
ସେ କହିଛନ୍ତି, ବର୍ତ୍ତମାନ ଏହା ତାଙ୍କର ପ୍ରାଥମିକତା ନୁହେଁ। ବର୍ତ୍ତମାନ ସେ ଯୁବକଙ୍କୁ ରୋଜଗାର ଯୋଗାଇବା ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି। ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ କଙ୍ଗନା ରନାୱତଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ମଧ୍ୟ ତାଙ୍କୁ ପଚରାଯାଇଥିଲା। ଯେଉଁଥିରେ ସେ କହିଛନ୍ତି, ମୁଁ କଙ୍ଗନା ରନାୱତଙ୍କ ସହ ଏକ ଫିଲ୍ମ କରିଛି। ରାଜନୀତିରେ ଆସିବା ପରେ ଅଧିକ ଆଲୋଚନା ହୋଇ ନ ଥିଲା। ଗତ କିଛି ବର୍ଷ ଧରି ଏନେଇ ଆଦୌ ଆଲୋଚନା ହୋଇନଥିଲା। ଆମେ ଦୁହେଁ ସଂସଦରେ ଭେଟିଥିଲୁ। କହିରଖୁଛୁ କି, ସଂସଦରେ କଙ୍ଗନା ଏବଂ ଚିରାଗଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।
ବିବାହକୁ ନେଇ ଚିରାଗ ଆହୁରି କହିଛନ୍ତି, ଆଜି ଆମେ ବଜେଟ ବିଷୟରେ ଆଲୋଚନା କରୁଛୁ। ଅନେକ ଯୁବକ ଅଛନ୍ତି ଯେଉଁମାନେ ଅବିବାହିତ ଅଛନ୍ତି, ଯାହାଙ୍କ ଭବିଷ୍ୟତ ବିଷୟରେ ସରକାର ଚିନ୍ତିତ ଅଛନ୍ତି। ବେରୋଜଗାରୀକ ନେଇ ବିରୋଧୀ ଘେରୁଛନ୍ତି। ମୁଁ ଖୁସି ଯେ ଆମ ସରକାର ରୋଜଗାର ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ମୋଟ ଉପରେ କହିବାକୁ ଗଲେ ଚିରାଗ ବିବାହ ଉପରେ କିଛି ବି ଉତ୍ତର ଦେଇ ନ ଥିଲେ ଆଉ ଏହି ପ୍ରଶ୍ନକୁ ଏଡାଇ ଦେଇଥିଲେ।
The post କେବେ ବିବାହ କରିବେ ଚିରାଗ ପାସଓ୍ବାନ? କଙ୍ଗନାଙ୍କୁ ନେଇ ଗଣମାଧ୍ୟରେ ଏମିତି କହିଦେଲେ… appeared first on Dharitri Odia News.