ଭାରତୀୟ ଫୁଟ୍ବଲ୍ ଟିମ୍ର ନୂଆ ମୁଖ୍ୟ କୋଚ୍ ହେଲେ ସ୍ପେନ୍ର ମନୋଲୋ ମାର୍କେଜ, AIFFର ଘୋଷଣା
ନୂଆଦିଲ୍ଲୀ: ଏଫ୍ସି ଗୋଆ ଟିମ୍ର ବର୍ତ୍ତମାନ ପ୍ରଭାରୀ ସ୍ପେନ୍ର ମନୋଲୋ ମାର୍କେଜ ଭାରତୀୟ ପୁରୁଷ ଫୁଟବଲ୍ ଟିମ୍ର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ବରଖାସ୍ତ ଇଗୋରଙ୍କ ସ୍ଥାନରେ ସେ ଏହି ନୂଆ ଭୂମିକା ଗ୍ରହଣ କରିବେ । ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଶନିବାର ହୋଇଥିବା ବୈଠକରେ ୫୫ ବର୍ଷୀୟ ମାର୍କେଜଙ୍କୁ ଶୀର୍ଷ ପଦରେ ନିଯୁକ୍ତି ଦେଇଛି ।ମର୍କେଜ ବର୍ତ୍ତମାନ ସମୟରେ ଆଇଏସଏଲ୍ ଟିମ୍ ଏଫସି ଗୋଆର ମୁଖ୍ୟ କୋଚ୍ ଅଛନ୍ତି । ଏଆଇଏଫଏଫ ଏକ ବୟାନରେ କହିଛି, 'ସମିତି ଦିନର ପ୍ରଥମ ନିଷ୍ପତ୍ତିରେ ପୁରୁଷ ରାଷ୍ଟ୍ରୀୟ ଟିମ୍ ପାଇଁ ନୂଆ କୋଚ୍ ନିଯୁକ୍ତି ଉପରେ ବିଚାର-ବିମର୍ଶ କରିଥିଲା ଏବଂ ତତ୍କାଳ ପ୍ରଭାବରୁ ଏହି ପଦ ପାଇଁ ମନୋଲୋ ମାର୍କେଜଙ୍କୁ ଚୟନ କରାଯାଇଛି ।' ସଂସ୍ଥା କହିଛି, 'ମାର୍କେଜ୍ ୨୦୨୪-୨୫ ସିଜିନରେ ଏଫସି ଗୋଆର ମୁଖ୍ୟ କୋଚ୍ ରୂପେ ନିଜ ଭୂମିକା ଜାରି ରଖିବେ । ସେ ରାଷ୍ଟ୍ରୀୟ ଟିମ୍ର କୋଚ୍ ହେବା ସହ ଉଭୟ ଦାୟିତ୍ୱ ଏକାସାଙ୍ଗରେ ସମ୍ଭାଳିବେ । ତେବେ ଏଆଇଏଫଏଫ ମାର୍କେଜଙ୍କ କାର୍ଯ୍ୟକାଳର ଖୁଲାସା କରି ନାହିଁ । ଭାରତୀୟ ଟିମ୍ର ୨୦୨୬ ଫିଫା ବିଶ୍ୱକପ କ୍ୱାଲିଫାୟରରେ ଅପେକ୍ଷାକୃତ ଦୁର୍ବଳ ଡ୍ର’ ମିଳିବା ସତ୍ତ୍ୱେ ତୃତୀୟ ରାଉଣ୍ଡରେ ସ୍ଥାନ ପାଇବାରେ ବିଫଳ ହୋଇଥିଲା । ଏହାପରେ ମୁଖ୍ୟ କୋଚ୍ ଷ୍ଟିମାକଙ୍କୁ ଜୁନ୍ ୧୭ରେ ମୁଖ୍ୟ କୋଚ୍ ପଦରୁ ବରଖାସ୍ତ କରାଯାଇଥିଲା ।ମାର୍କେଜ ୨୦୨୦ରୁ ଭାରତରେ କୋଚିଂ ଦେଉଛନ୍ତି
ନୂଆଦିଲ୍ଲୀ: ଏଫ୍ସି ଗୋଆ ଟିମ୍ର ବର୍ତ୍ତମାନ ପ୍ରଭାରୀ ସ୍ପେନ୍ର ମନୋଲୋ ମାର୍କେଜ ଭାରତୀୟ ପୁରୁଷ ଫୁଟବଲ୍ ଟିମ୍ର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ବରଖାସ୍ତ ଇଗୋରଙ୍କ ସ୍ଥାନରେ ସେ ଏହି ନୂଆ ଭୂମିକା ଗ୍ରହଣ କରିବେ । ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ) ଶନିବାର ହୋଇଥିବା ବୈଠକରେ ୫୫ ବର୍ଷୀୟ ମାର୍କେଜଙ୍କୁ ଶୀର୍ଷ ପଦରେ ନିଯୁକ୍ତି ଦେଇଛି ।
ମର୍କେଜ ବର୍ତ୍ତମାନ ସମୟରେ ଆଇଏସଏଲ୍ ଟିମ୍ ଏଫସି ଗୋଆର ମୁଖ୍ୟ କୋଚ୍ ଅଛନ୍ତି । ଏଆଇଏଫଏଫ ଏକ ବୟାନରେ କହିଛି, 'ସମିତି ଦିନର ପ୍ରଥମ ନିଷ୍ପତ୍ତିରେ ପୁରୁଷ ରାଷ୍ଟ୍ରୀୟ ଟିମ୍ ପାଇଁ ନୂଆ କୋଚ୍ ନିଯୁକ୍ତି ଉପରେ ବିଚାର-ବିମର୍ଶ କରିଥିଲା ଏବଂ ତତ୍କାଳ ପ୍ରଭାବରୁ ଏହି ପଦ ପାଇଁ ମନୋଲୋ ମାର୍କେଜଙ୍କୁ ଚୟନ କରାଯାଇଛି ।'
ସଂସ୍ଥା କହିଛି, 'ମାର୍କେଜ୍ ୨୦୨୪-୨୫ ସିଜିନରେ ଏଫସି ଗୋଆର ମୁଖ୍ୟ କୋଚ୍ ରୂପେ ନିଜ ଭୂମିକା ଜାରି ରଖିବେ । ସେ ରାଷ୍ଟ୍ରୀୟ ଟିମ୍ର କୋଚ୍ ହେବା ସହ ଉଭୟ ଦାୟିତ୍ୱ ଏକାସାଙ୍ଗରେ ସମ୍ଭାଳିବେ । ତେବେ ଏଆଇଏଫଏଫ ମାର୍କେଜଙ୍କ କାର୍ଯ୍ୟକାଳର ଖୁଲାସା କରି ନାହିଁ । ଭାରତୀୟ ଟିମ୍ର ୨୦୨୬ ଫିଫା ବିଶ୍ୱକପ କ୍ୱାଲିଫାୟରରେ ଅପେକ୍ଷାକୃତ ଦୁର୍ବଳ ଡ୍ର’ ମିଳିବା ସତ୍ତ୍ୱେ ତୃତୀୟ ରାଉଣ୍ଡରେ ସ୍ଥାନ ପାଇବାରେ ବିଫଳ ହୋଇଥିଲା । ଏହାପରେ ମୁଖ୍ୟ କୋଚ୍ ଷ୍ଟିମାକଙ୍କୁ ଜୁନ୍ ୧୭ରେ ମୁଖ୍ୟ କୋଚ୍ ପଦରୁ ବରଖାସ୍ତ କରାଯାଇଥିଲା ।
ମାର୍କେଜ ୨୦୨୦ରୁ ଭାରତରେ କୋଚିଂ ଦେଉଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଦୁଇଟି ଆଇଏସ୍ଏଲ୍ କ୍ଲବ୍ରେ କୋଚ୍ ରହିସାରିଛନ୍ତି । ତାଙ୍କର ପ୍ରଥମ କାର୍ଯ୍ୟକାଳ ହାଇଦ୍ରାବଦ ଏଫସି (୨୦୨୦-୨୩) ସହ ଥିଲେ । ପରେ ସେ ୨୦୨୩ ସିଜିନରେ ଗୋଆ ଟିମ୍ ସହ ଯୋଡ଼ି ହୋଇଥିଲେ । ତାଙ୍କ କୋଚିଂରେ ହାଇଦ୍ରାବାଦ ଏଫସି ୨୦୨୧-୨୨ରେ ଆଇଏସ୍ଏଲ୍ ଟାଇଟଲ୍ ଜିତିଥିଲା । ଏହା ପୂର୍ବରୁ ମାର୍କେଜ ସ୍ପେନରେ କୋଚିଂ ଦେଉଥିଲେ । ସେ ୨୦୧୭ରେ ଲା ଲିଗାର ଟିମ୍ ଲସ୍ ପାମ୍ଲାସର ମୁଖ୍ୟ କୋଚ୍ ଥିଲେ ।
ମାର୍କେଜ କହିଛନ୍ତି, 'ଭାରତର ରାଷ୍ଟ୍ରୀୟ ଫୁଟବଲ୍ ଟିମ୍ର ମୁଖ୍ୟ କୋଚ୍ ହେବା ମୋ ପାଇଁ ସମ୍ମାନର କଥା । ଏକ ଏପରି ଦେଶ ଯାହାକୁ ମୁଁ ମୋର ଦ୍ୱିତୀୟ ଘର ମାନୁଛି । ଭାରତ ଏବଂ ଏଠାକାର ଲୋକଙ୍କ ସହ ମୁଁ ଯୋଡ଼ି ହୋଇଥିବା ଅନୁଭୁବ କରେ । ଯେତେବେଳେ ମୁଁ ଏହି ସୁନ୍ଦର ଦେଶକୁ ଆସେ, ସେତେବେଳେ ମୁଁ ଏହାକୁ ନିଜର ଅଂଶ ବୋଲି ଅନୁଭବ କରେ । ଆମେ ଆମର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ସଫଳତା ଦେବା ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରୟାସ କରିବାକୁ ଚାହୁଁଛୁ ।'
ସେପଟେ ଏଆଇଏଫଏଫ ଅଧ୍ୟକ୍ଷ କଲ୍ୟାଣ ଚୌବେ କହିଛନ୍ତି, 'ମହାସଂଘ, ଏଫସି ଗୋଆ ଏବଂ ମାର୍କେଜ ଏହା ସୁନିଶ୍ଚିତ କରିବା ପାଇଁ ମିଳିତ ସହଯୋଗରେ କାମ କରିବେ, ଯେଉଁଥିରେ ଉଭୟ ଦାୟିତ୍ୱ ତୁଲାଇବାରେ କୌଣସି ଅସୁବିଧା ହେବ ନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ମାର୍କେଜଙ୍କୁ ସ୍ୱାଗତ କରି ଖୁସି ଅନୁଭବ କରୁଛୁ । ଆମେ ଏଫସି ଗୋଆକୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେ ସେମାନେ ରାଷ୍ଟ୍ରୀୟ ଟିମର ଦାୟିତ୍ୱ ପାଇଁ ମୁକ୍ତ କରିଛନ୍ତି ।'