ଆମେରିକାରୁ ୩୧ ପ୍ରିଡେଟର ଡ୍ରୋନ୍ କିଣିବ ଭାରତ
ନୂଆଦିଲ୍ଲୀ,୧୬ା୧୦: ଆମେରିକାରୁ ଭାରତ ୩୧ଟି ପ୍ରିଡେଟର ଏମ୍କ୍ୟୁ-୯ବି ଡ୍ରୋନ୍ କିଣିବାକୁ ଯାଉଛି। ଜେନେରାଲ ଆଟମିକ୍ସ ଦ୍ୱାରା ନିର୍ମିତ ଏହି ହାଇ-ଅଲ୍ଟିଚ୍ୟୁଡ୍ ୟୁଏଭି କ୍ରୟ ଲାଗି ଉଭୟ ଦେଶ ମଧ୍ୟରେ ୩୨,୦୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର ହୋଇଛି। ଡିଲ୍ ବାବଦ ମୋଟ ବ୍ୟୟ ୩୪,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ୧୫ଟି ଡ୍ରୋନ୍ ନୌସେନାରେ ନିୟୋଜିତ ହେବାକୁ ଥିବାବେଳେ ଅବଶିଷ୍ଟ ୧୬ଟିକୁ ସ୍ଥଳସେନା ଏବଂ ବାୟୁସେନା ବ୍ୟବହାର କରିବେ। ଗତ ମାସରେ ଡେଲାଓ୍ବରଠାରେ ଅନୁଷ୍ଠିତ […] The post ଆମେରିକାରୁ ୩୧ ପ୍ରିଡେଟର ଡ୍ରୋନ୍ କିଣିବ ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୧୬ା୧୦: ଆମେରିକାରୁ ଭାରତ ୩୧ଟି ପ୍ରିଡେଟର ଏମ୍କ୍ୟୁ-୯ବି ଡ୍ରୋନ୍ କିଣିବାକୁ ଯାଉଛି। ଜେନେରାଲ ଆଟମିକ୍ସ ଦ୍ୱାରା ନିର୍ମିତ ଏହି ହାଇ-ଅଲ୍ଟିଚ୍ୟୁଡ୍ ୟୁଏଭି କ୍ରୟ ଲାଗି ଉଭୟ ଦେଶ ମଧ୍ୟରେ ୩୨,୦୦୦ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର ହୋଇଛି। ଡିଲ୍ ବାବଦ ମୋଟ ବ୍ୟୟ ୩୪,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ୧୫ଟି ଡ୍ରୋନ୍ ନୌସେନାରେ ନିୟୋଜିତ ହେବାକୁ ଥିବାବେଳେ ଅବଶିଷ୍ଟ ୧୬ଟିକୁ ସ୍ଥଳସେନା ଏବଂ ବାୟୁସେନା ବ୍ୟବହାର କରିବେ। ଗତ ମାସରେ ଡେଲାଓ୍ବରଠାରେ ଅନୁଷ୍ଠିତ କ୍ୱାଡ୍ ନେତାମାନଙ୍କ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରିଡେଟର ଡ୍ରୋନ୍ କ୍ରୟ ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ କଥା ହୋଇଥିଲେ। ଆମେରିକୀୟ କମ୍ପାନୀ ଡ୍ରୋନ୍ ଯୋଗାଇବା ସହ ଭାରତରେ ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କରିବ। ଭାରତୀୟ ସେନାରେ ଏହି ଡ୍ରୋନ୍ ସାମିଲ ହେଲେ ଏହାର ସର୍ଭିଲାନ୍ସ କ୍ଷମତା ବୃଦ୍ଧି ପାଇବ।
The post ଆମେରିକାରୁ ୩୧ ପ୍ରିଡେଟର ଡ୍ରୋନ୍ କିଣିବ ଭାରତ appeared first on Dharitri Odia News.