ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଝରଣାରେ ପଡ଼ି ଗଲା ଜୀବନ
ନୂଆଦିଲ୍ଲୀ: ଆମେରିକାରେ ଭାରତୀୟଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ। ଏବେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ପରିଚୟ ଜି ସାଈ ସୂର୍ଯ୍ୟା ଅବିନାଶ ବୋଲି ଜଣାପଡ଼ିଛି। ସେ ଆନ୍ଧ୍ର ପ୍ରଦେଶର। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଆମେରିକାରେ ଏକ ଝରଣାକୁ ବୁଲିବାକୁ ଯାଇଥିବା ସମୟରେ ଭୁଲ ବସତଃ ତଳକୁ ଖସିପଡ଼ିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି।ନ୍ୟୁୟର୍କ ସ୍ଥିତ ଭାରତୀୟ ଦୂତାବାସ ସୋସିଆଲ ମିଡିଆରେ ଘଟଣା ସୂଚନା ଦେବା ସହ ମୃତ ଛାତ୍ରଙ୍କ ପରିବାର ଏବଂ ବନ୍ଧଙ୍କୁ ପ୍ରତି ସମବେଦନା ଜଣାଇଛି। ଦୂତାବାସର ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଚିତାଲ୍ୟାର ବାସିନ୍ଦା ଅବିନାଶଙ୍କ ଶନିବାର ଜୁଲାଇ ୭ରେ ନ୍ୟୁୟର୍କର ଅଲବାନୀରେ ବାର୍ବରଭିଲେ ଝରଣାରେ ବୁଡ଼ିବା କାରଣରୁ ମୃତ୍ୟୁ ହୋଇଛି। ଅବିନାଶ ଟ୍ରାଇନ ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ । ଏଠାରେ ସେ ଏମଏସ କୋର୍ସରେ ପାଠ ପାଢ଼ୁଥିଲେ। ଏହା ସହ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାର୍ଥିବ ଶରୀରକୁ ଭାରତ ଆଣିବା ପାଇଁ ପକ୍ରିୟା ଜାରି ରହିଛି।ସେପଟେ ଅବିନାଶଙ୍କ ପରିବାର ଲୋକେ ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି। ପରିବାର ଲୋକେ କହିଛନ୍ତି ସେ, ୧୮ ମାସ ତଳେ ଆମେରିକା ଯାଇଥିଲେ।ସେଠାରେ ଏମଏସ କୋର୍ସରେ ପାଠ ପଢ଼ୁଥିଲେ। ଆଉ କିଛି ଦିନରେ ତାଙ୍କର କୋର୍ସ ଶେଷ ହେବାର ମଧ୍ୟ ଥିଲା। ଆମେରିକା ସ୍ଥିତ ତେ
ନୂଆଦିଲ୍ଲୀ: ଆମେରିକାରେ ଭାରତୀୟଙ୍କ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ। ଏବେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ପରିଚୟ ଜି ସାଈ ସୂର୍ଯ୍ୟା ଅବିନାଶ ବୋଲି ଜଣାପଡ଼ିଛି। ସେ ଆନ୍ଧ୍ର ପ୍ରଦେଶର। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଆମେରିକାରେ ଏକ ଝରଣାକୁ ବୁଲିବାକୁ ଯାଇଥିବା ସମୟରେ ଭୁଲ ବସତଃ ତଳକୁ ଖସିପଡ଼ିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି।
ନ୍ୟୁୟର୍କ ସ୍ଥିତ ଭାରତୀୟ ଦୂତାବାସ ସୋସିଆଲ ମିଡିଆରେ ଘଟଣା ସୂଚନା ଦେବା ସହ ମୃତ ଛାତ୍ରଙ୍କ ପରିବାର ଏବଂ ବନ୍ଧଙ୍କୁ ପ୍ରତି ସମବେଦନା ଜଣାଇଛି। ଦୂତାବାସର ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଚିତାଲ୍ୟାର ବାସିନ୍ଦା ଅବିନାଶଙ୍କ ଶନିବାର ଜୁଲାଇ ୭ରେ ନ୍ୟୁୟର୍କର ଅଲବାନୀରେ ବାର୍ବରଭିଲେ ଝରଣାରେ ବୁଡ଼ିବା କାରଣରୁ ମୃତ୍ୟୁ ହୋଇଛି। ଅବିନାଶ ଟ୍ରାଇନ ବିଶ୍ବବିଦ୍ୟାଳୟର ଛାତ୍ର ଥିଲେ । ଏଠାରେ ସେ ଏମଏସ କୋର୍ସରେ ପାଠ ପାଢ଼ୁଥିଲେ। ଏହା ସହ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାର୍ଥିବ ଶରୀରକୁ ଭାରତ ଆଣିବା ପାଇଁ ପକ୍ରିୟା ଜାରି ରହିଛି।
ସେପଟେ ଅବିନାଶଙ୍କ ପରିବାର ଲୋକେ ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି। ପରିବାର ଲୋକେ କହିଛନ୍ତି ସେ, ୧୮ ମାସ ତଳେ ଆମେରିକା ଯାଇଥିଲେ।ସେଠାରେ ଏମଏସ କୋର୍ସରେ ପାଠ ପଢ଼ୁଥିଲେ। ଆଉ କିଛି ଦିନରେ ତାଙ୍କର କୋର୍ସ ଶେଷ ହେବାର ମଧ୍ୟ ଥିଲା। ଆମେରିକା ସ୍ଥିତ ତେଲୁଗୁ ଆସୋସିଏସନ ଅଫ୍ ନର୍ଥ ଆମେରିକା ଅବିନାଶଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଅବିନାଶଙ୍କ ପାର୍ଥିବ ଶରୀର ଶୁକ୍ରବାର ଭାରତ ପହଞ୍ଚିପାରେ।