ପୂଜା ଖେଡକରଙ୍କୁ ହାଇକୋର୍ଟ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ ।
କନକ ବ୍ୟୁରୋ: ଗିରଫ ହେବେ ପୂଜା ଖେଡକର । ଆଇଏଏସ ଚାକିରିରେ ଜାଲିଆତି ଅଭିଯୋଗରେ ଖୁବଶୀଘ୍ର ଗିରଫ ହୋଇପାରନ୍ତି ପୂଜା ଖେଡକର । ଜାଲିଆତି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଲାଗିଛି ପୂଜାଙ୍କୁ ଝଟକା । ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଧାରୀ ସିଂହ କହିଛନ୍ତି, ପୂଜାଙ୍କ ମାମଲାର ତଦନ୍ତ ଜରୁରୀ ଅଟେ । ଦେଶର ସାମ୍ବିଧାନିକ ବ୍ୟବସ୍ଥା ସହ ଚରମ ଜାଲିଆତି କରିଛନ୍ତି ପୂଜା । ତେବେ କୋର୍ଟଙ୍କ ଏହି ରାୟ ପରେ ପୂଜାଙ୍କ ଗିରଫଦାରୀ ଏବେ କେହି ଅଟକାଇପାରିବେନି ବୋଲି କୁହାଯାଉଛି । ତେବେ ଏହି ଘଟଣାରେ କେବଳ ପୂଜା ଏକା ଥିଲେ ନା ଆହୁରି ବି ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଆଇଏଏସ ଚାକିରି ପାଇବା ପାଇଁ ପୂଜା ଖେଡକର ନକଲି ଅକ୍ଷମତା ତଥା ଓବିସି ପ୍ରମାଣପତ୍ର ଜମା କରି ଧରାପଡିଥିଲେ । ଯାଂଚ ତେବେ ସେ ଅସଲି ପ୍ରମାଣପତ୍ର ଜମା କରିବାରେ ଅସମର୍ଥ ହୋଇଥିଲେ । ଯେଉଁଥି ପାଇଁ ତାଙ୍କ ପ୍ରାର୍ଥୀତ୍ବକୁ ରଦ୍ଦ ଘୋଷଣା କରିଥିଲା ୟୁପିଏସସି ଓ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା ।