ଆମେରିକାରେ ଉଚ୍ଛେଦ ହେବ ଆୟକର ବ୍ୟବସ୍ଥା

ୱାସିଂଟନ: ଆମେରିକାରେ ଉଚ୍ଛେଦ ହେବ ଆୟକର ବ୍ୟବସ୍ଥା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକୀୟ ନାଗରିକଙ୍କୁ ଆଉ ଆୟକର ଦେବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆମେରିକୀୟ ନାଗରିକ ପୂର୍ବ ଅପେକ୍ଷା ଅଧିକ ଧନୀ ଓ ଶକ୍ତିଶାଳୀ ହୋଇପାରିବେ। ଆମେରିକୀୟଙ୍କ ବଦଳରେ କାରବାର କରୁଥିବା ବିଦେଶୀ ରାଷ୍ଟ୍ର ଓ ବିଦେଶୀ ନାଗରିକଙ୍କଠାରୁ ଅଧିକ ଶୁଳ୍କ ଏବଂ ଟିକସ ଆଦାୟ କରାଯିବ। ତାଙ୍କର ଯୁକ୍ତି ହେଲା େଯ ଆେମରିକା ଲୋକ ଟିକସ ଦେଲେ ବିଦେଶୀ ରାଷ୍ଟ୍ର […]

ଆମେରିକାରେ ଉଚ୍ଛେଦ ହେବ ଆୟକର ବ୍ୟବସ୍ଥା
Income tax system to be abolished in America

ୱାସିଂଟନ: ଆମେରିକାରେ ଉଚ୍ଛେଦ ହେବ ଆୟକର ବ୍ୟବସ୍ଥା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକୀୟ ନାଗରିକଙ୍କୁ ଆଉ ଆୟକର ଦେବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆମେରିକୀୟ ନାଗରିକ ପୂର୍ବ ଅପେକ୍ଷା ଅଧିକ ଧନୀ ଓ ଶକ୍ତିଶାଳୀ ହୋଇପାରିବେ। ଆମେରିକୀୟଙ୍କ ବଦଳରେ କାରବାର କରୁଥିବା ବିଦେଶୀ ରାଷ୍ଟ୍ର ଓ ବିଦେଶୀ ନାଗରିକଙ୍କଠାରୁ ଅଧିକ ଶୁଳ୍କ ଏବଂ ଟିକସ ଆଦାୟ କରାଯିବ। ତାଙ୍କର ଯୁକ୍ତି ହେଲା େଯ ଆେମରିକା ଲୋକ ଟିକସ ଦେଲେ ବିଦେଶୀ ରାଷ୍ଟ୍ର ଉପକୃତ ହେଉଛନ୍ତି। ଏଥର ବିଦେଶୀ ରାଷ୍ଟ୍ରଙ୍କୁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ଏହାଦ୍ବାରା ଆମେରିକାର ନାଗରିକ ବୋଝମୁକ୍ତ ହୋଇପାରିବେ ଓ ଶୀଘ୍ର ଏହି ବ୍ୟବସ୍ଥା ଲାଗୁହେବ ବୋଲି ଟ୍ରମ୍ପ କହିଛନ୍ତି। ୧୯୧୩ ପୂର୍ବରୁ ଆମେରିକାରେ ଆୟକର ନଥିଲା। ଶୁଳ୍କ ବ୍ୟବସ୍ଥା ଯୋଗୁଁ ଆମେରିକା ଧନୀ ଓ ଶକ୍ତିଶାଳୀ ଥିଲା। ଏହି ସମୟ ଅାମେରିକାର ଅର୍ଥନୀତିରେ ସ୍ବର୍ଣ୍ଣିମ ଯୁଗ ଥିଲା। ଅାମେ ପୁଣି ସେହି ଯୁଗକୁ ଫେରିଯିବାର ସମୟ ଆସିଛି ବୋଲି ସେ କହିଛନ୍ତି।