ଆମେରିକାରେ ପୁଣି ଆଖିବୁଜା ଗୁଳିମାଡ ; ଚାଲିଗଲା ୩ ଜୀବନ, ୧୦ ଆହତ

ନୂଆଦିଲ୍ଲୀ ୦୮।୦୭; ଆମେରିକାରେ ପୁଣି ଥରେ ଆଖିବୁଜା ଗୁଳିମାଡ । ଏହି ହୃଦୟ ବିଦାରକ ଘଟଣା ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଘଟିଛି । ଗୁଳିମାଡ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଛନ୍ତି । ପୋଲିସ କମିଶନର କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ୩ଜଣ ବୟସ୍କ ଓ ୨ ଆହତ କିଶୋର ଅଛନ୍ତି । ଗୁଳିମାଡରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ।ପୋଲିସ କହିଛି ଯେ ରାତି ୧ଟା ପୂର୍ବରୁ ଗ୍ରେସ୍ ଫେରିର ଏକ ଆବାସିକ ଅଞ୍ଚଳରେ ଗୁଳିମାଡ ହୋଇଥିଲା, ‘‘ଆମ ପାଖରେ ଅନେକ ରାଉଣ୍ଡ ଗୁଳିର ସେଲ୍ ଅଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କ ଠାରୁ ଏକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଏନେଇ ପୋଲିସ ସମାନ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଳିକାଣ୍ଡ ପଛରେ କାରଣ କ’ଣ ଥିଲା, ତାହାର ତଦନ୍ତ ଚଳାଇଛି। ଆପଣଙ୍କୁ କହି ରଖୁଛୁ ଯେ, ଜୁଲାଇ ୩ ତାରିଖରେ ଆମେରିକାର ଚିକାଗୋର ଏକ ରେଷ୍ଟୁରାଣ୍ଟ ବାହାରେ ଗୁଳିମାଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୪ ଜଣ ଆହତ ମଧ୍ୟ ହୋଇଥିଲେ । ଏହି ଘଟଣାଟି ଚିକାଗୋର ରିଭର ନର୍ଥ ଅଞ୍ଚଳରେ ଘଟିଥିଲା । ପୋଲିସ କହିଛି ଯେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।  

ଆମେରିକାରେ ପୁଣି ଆଖିବୁଜା ଗୁଳିମାଡ ; ଚାଲିଗଲା ୩ ଜୀବନ, ୧୦ ଆହତ

ନୂଆଦିଲ୍ଲୀ ୦୮।୦୭; ଆମେରିକାରେ ପୁଣି ଥରେ ଆଖିବୁଜା ଗୁଳିମାଡ । ଏହି ହୃଦୟ ବିଦାରକ ଘଟଣା ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଘଟିଛି । ଗୁଳିମାଡ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଛନ୍ତି । ପୋଲିସ କମିଶନର କହିଛନ୍ତି ଯେ ମୃତକଙ୍କ ମଧ୍ୟରୁ ୩ଜଣ ବୟସ୍କ ଓ ୨ ଆହତ କିଶୋର ଅଛନ୍ତି । ଗୁଳିମାଡରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି ।

ପୋଲିସ କହିଛି ଯେ ରାତି ୧ଟା ପୂର୍ବରୁ ଗ୍ରେସ୍ ଫେରିର ଏକ ଆବାସିକ ଅଞ୍ଚଳରେ ଗୁଳିମାଡ ହୋଇଥିଲା, ‘‘ଆମ ପାଖରେ ଅନେକ ରାଉଣ୍ଡ ଗୁଳିର ସେଲ୍ ଅଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କ ଠାରୁ ଏକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଏନେଇ ପୋଲିସ ସମାନ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଳିକାଣ୍ଡ ପଛରେ କାରଣ କ’ଣ ଥିଲା, ତାହାର ତଦନ୍ତ ଚଳାଇଛି। 

ଆପଣଙ୍କୁ କହି ରଖୁଛୁ ଯେ, ଜୁଲାଇ ୩ ତାରିଖରେ ଆମେରିକାର ଚିକାଗୋର ଏକ ରେଷ୍ଟୁରାଣ୍ଟ ବାହାରେ ଗୁଳିମାଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୪ ଜଣ ଆହତ ମଧ୍ୟ ହୋଇଥିଲେ । ଏହି ଘଟଣାଟି ଚିକାଗୋର ରିଭର ନର୍ଥ ଅଞ୍ଚଳରେ ଘଟିଥିଲା । ପୋଲିସ କହିଛି ଯେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ।