ଆମେରିକାରେ ଭୟଙ୍କର ସଡ଼କ ଦୁର୍ଘଟଣା; SUV ସହ ଜଳିଗଲେ 4 ଭାରତୀୟ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକଙ୍କ ପରିଚୟ ମିଳିପାରୁ ନହିଁ।

ଆମେରିକାରେ ଭୟଙ୍କର ସଡ଼କ ଦୁର୍ଘଟଣା; SUV ସହ ଜଳିଗଲେ 4 ଭାରତୀୟ

ଆମେରିକା ଟେକ୍ସାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକଙ୍କ ପରିଚୟ ମିଳିପାରୁ ନହିଁ। ଡିଏନଏ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ, ଆମେରିକାରେ ରହୁଥିବା ଏହି 4 ଜଣ ଭାରତୀୟ କାର୍ପୁଲିଂ ଆପ୍ ଜରିଆରେ ଭେଟ ହୋଇଥିଲେ। ଗତ ଶୁକ୍ରବାର ସେମାନେ ଆର୍କାନସାସର ବେଣ୍ଟୋନଭିଲ୍ଲେ ଯିବା ସମୟରେ ଟେକ୍ସାସ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। 

ପାଞ୍ଚଟି କାର୍ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ସେମାନଙ୍କ ଏସୟୁଭି କାର୍ ଜଳି

Dharshini Vasudevan & Aryan Raghunath Orampatiଦର୍ଶିନୀ ବାସୁଦେବନ ଓ ଆର୍ଯ୍ୟାନ ରଘୁନାଥ ଓରମପତି

ଯାଇଥିଲା। ଫଳରେ 4 ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ପରିଚୟ ମିଳିପାରୁ ନ ଥିବାରୁ DNA ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ମୃତକମାନେ ହେଉଛନ୍ତି- ଆର୍ଯ୍ୟାନ ରଘୁନାଥ ଓରମପତି, ଫାରୁକ ଶୈକ, ଲୋକେଶ ପାଲଚାର୍ଲ ଏବଂ ଦର୍ଶିନୀ ବାସୁଦେବନ। ଓରମପତି ଏବଂ ତାଙ୍କ ସାଙ୍ଗ ଶୈକ ଡାଲାସର ଜଣେ ବନ୍ଧୁଙ୍କୁ ଭେଟି ଫେରୁଥିଲେ। ସେହିପରି ଲୋକେଶ ପାଲଚାର୍ଲ ତାଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ବେଣ୍ଟୋନଭିଲ୍ଲେ ଯାଉଥିଲେ।

ଟେକ୍ସାସ୍ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ଶେଷ କରି ଆମେରିକାରେ କାର୍ଯ୍ୟ କରୁଥିବା ଦର୍ଶିନୀ ବାସୁଦେବନ୍ ବେଣ୍ଟୋନଭିଲ୍ଲେର ତାଙ୍କ ମାମୁଁଙ୍କୁ ଦେଖା କରିବାକୁ ଯାଉଥିଲେ। ସେମାନେ ଏକ କାର୍ପୁଲିଂ ଆପ୍ ମାଧ୍ୟମରେ ଭେଟ ହୋଇଥିବାରୁ ପରିଚୟ ଜାଣିବା ସହଜ ହୋଇପାରିଛି। 

ସେପଟେ ମୃତଦେହ ସ୍ୱଦେଶ ଫେରାଇ ଆଣିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି। ଦର୍ଶିନିଙ୍କ ବାପା ତିନି ଦିନ ପୂର୍ବେ ଏକ୍ସ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟ୍ୟାଗ୍ କରି ଝିଅକୁ ଖୋଜିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।