ଆମେରିକାରେ ରାହୁଲ ଗାନ୍ଧିଙ୍କ ‘ଦେଶ ବିରୋଧୀ’ ବୟାନକୁ ନେଇ ଗର୍ଜିଲେ ଅମିତ ଶାହ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୧୧।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଦେଶରେ ଦେଉଥିବା ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗାନ୍ଧି ସବୁବେଳେ ଦେଶର ସୁରକ୍ଷାକୁ ବିପଦରେ ପକାଉଛନ୍ତି ଓ ଲୋକଙ୍କ ଭାବନାକୁ ଆଘାତ ଦେଉଛନ୍ତି। ଏ ନେଇ ଅମିତ ଶାହ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଶାହ ଉଲ୍ଲେଖ କରିଛନ୍ତି ଯେ ‘ଦେଶକୁ ଖଣ୍ଡଖଣ୍ଡ କରିବାକୁ ଷଡ଼ଯନ୍ତ୍ର ରଚୁଥିବା ଶକ୍ତିଙ୍କ ସହିତ ଛିଡା ହେବା ଓ ଦେଶ ବିରୋଧୀ ବୟାନ ଦେବା କଂଗ୍ରେସ ଓ ଗାନ୍ଧିଙ୍କ ଅଭ୍ୟାସରେ ପରିଣତ ହୋଇଛି’।  Standing with forces that conspire to divide the country and making anti-national statements have become a habit for Rahul Gandhi and the Congress party. Whether it is supporting the JKNC's anti-national and anti-reservation agenda in J&K or making anti-India statements on…— Amit Shah (@AmitShah) September 11, 2024ଅମିତ ଶାହ କହିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଜେକେଏନସିର ଦେଶ ବିରୋଧୀ ଓ ସଂରକ୍ଷଣ ବିରୋଧୀ ଏଜେଣ୍ଡାକୁ ସମର୍ଥନ କରିବା ହେଉ ଅଥବା ବିଦେଶ ମଞ୍ଚରେ ଭାରତ ବିରୋଧୀ ବୟାନ ଦେବା ରାହୁଲ ଗାନ୍ଧି ସର୍ବଦା ଦେଶକୁ ଅସୁରକ୍ଷାରେ ପକାଉଛନ୍ତି ଓ ଲୋକଙ୍କ ଭାବନାକୁ ଆଘାତ ଦେଉଛନ୍ତି। ରାହୁଲ ଗାନ୍ଧିଙ୍କ ବୟାନ ଅଞ୍ଚଳିକବ

ଆମେରିକାରେ ରାହୁଲ ଗାନ୍ଧିଙ୍କ ‘ଦେଶ ବିରୋଧୀ’ ବୟାନକୁ ନେଇ ଗର୍ଜିଲେ ଅମିତ ଶାହ, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୧୧।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଦେଶରେ ଦେଉଥିବା ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗାନ୍ଧି ସବୁବେଳେ ଦେଶର ସୁରକ୍ଷାକୁ ବିପଦରେ ପକାଉଛନ୍ତି ଓ ଲୋକଙ୍କ ଭାବନାକୁ ଆଘାତ ଦେଉଛନ୍ତି। ଏ ନେଇ ଅମିତ ଶାହ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଶାହ ଉଲ୍ଲେଖ କରିଛନ୍ତି ଯେ ‘ଦେଶକୁ ଖଣ୍ଡଖଣ୍ଡ କରିବାକୁ ଷଡ଼ଯନ୍ତ୍ର ରଚୁଥିବା ଶକ୍ତିଙ୍କ ସହିତ ଛିଡା ହେବା ଓ ଦେଶ ବିରୋଧୀ ବୟାନ ଦେବା କଂଗ୍ରେସ ଓ ଗାନ୍ଧିଙ୍କ ଅଭ୍ୟାସରେ ପରିଣତ ହୋଇଛି’।  


ଅମିତ ଶାହ କହିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଜେକେଏନସିର ଦେଶ ବିରୋଧୀ ଓ ସଂରକ୍ଷଣ ବିରୋଧୀ ଏଜେଣ୍ଡାକୁ ସମର୍ଥନ କରିବା ହେଉ ଅଥବା ବିଦେଶ ମଞ୍ଚରେ ଭାରତ ବିରୋଧୀ ବୟାନ ଦେବା ରାହୁଲ ଗାନ୍ଧି ସର୍ବଦା ଦେଶକୁ ଅସୁରକ୍ଷାରେ ପକାଉଛନ୍ତି ଓ ଲୋକଙ୍କ ଭାବନାକୁ ଆଘାତ ଦେଉଛନ୍ତି। ରାହୁଲ ଗାନ୍ଧିଙ୍କ ବୟାନ ଅଞ୍ଚଳିକବାଦ, ଧର୍ମ ଓ ଭାଷା ମତପ୍ରାର୍ଥକ୍ୟ ଆଧାରରେ ଫାଟ ସୃଷ୍ଟି କରିବା ପାଇଁ କଂଗ୍ରେସର ରାଜନୀତିକୁ ଉଜାଗର କରୁଛି। 


କେନ୍ଦ୍ର ଗୃହମନ୍ତ୍ରୀ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ଗାନ୍ଧି ପରିବାରକୁ ଟାର୍ଗେଟ୍ କରିଛନ୍ତି। ଶାହ କହିଛନ୍ତି ଯେ ଦେଶରେ ସଂରକ୍ଷଣ ସମାପ୍ତ କରିବା କଥା କହି ରାହୁଲ ଗାନ୍ଧି ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରା ଉପରୁ ପର୍ଦ୍ଦା ହଟାଇଛନ୍ତି।  ଏ ନେଇ ରାହୁଲଙ୍କ ମନରେ ଯେଉଁ ବିଚାର ଥିଲା ତାହା ଅନ୍ତତଃ ରାହୁଲଙ୍କ କଥାରେ ଜଣାପଡିଛି। ତେବେ ମୁଁ ରାହୁଲ ଗାନ୍ଧିଙ୍କୁ କହିବାକୁ ଚାହୁଁଛି ଯେଉଁ ପର୍ଯ୍ୟନ୍ତ ବିଜେପି ଅଛି ସେ ପର୍ଯ୍ୟନ୍ତ ନା କେହି ସଂରକ୍ଷଣ ସମାପ୍ତ କରିପାରିବେ ନା ଦେଶର ସୁରକ୍ଷା ସହିତ କେହି ଖେଳ ଖେଳି ପାରିବେ ବୋଲି ଅମିତ ଶାହ ସଫାସଫା ଶୁଣାଇ ଦେଇଛନ୍ତି।