ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା, ଆଜି ଆଉ ଜଣେ ମୃତ

କଟକ : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା । କଟକ ଏସିବିରେ ଭର୍ତ୍ତି ହୋଇଥିବା ଦୁଇ ଗୁରୁତରଙ୍କ ଭିତରୁ ଆଜି 2.15 ରେ ଜଣଙ୍କର ମୃତ ଘଟିଛି l ମୃତକ ହେଉଛନ୍ତି ଜିତା ମାଝୀ l ଜିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିଲା  l ତାଙ୍କୁ ମେଡ଼ିସିନ icu ରେ ଭର୍ତ୍ତି କରାଯାଇଥିଲା l ଜିତାଙ୍କର ମଲ୍ଟି ଅର୍ଗlନ ଫେଲୁଆର ଥିଲା […] The post ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା, ଆଜି ଆଉ ଜଣେ ମୃତ appeared first on KNews Odisha.

ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା, ଆଜି ଆଉ ଜଣେ ମୃତ
scb

କଟକ : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା । କଟକ ଏସିବିରେ ଭର୍ତ୍ତି ହୋଇଥିବା ଦୁଇ ଗୁରୁତରଙ୍କ ଭିତରୁ ଆଜି 2.15 ରେ ଜଣଙ୍କର ମୃତ ଘଟିଛି l ମୃତକ ହେଉଛନ୍ତି ଜିତା ମାଝୀ l ଜିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ଥିଲା  l ତାଙ୍କୁ ମେଡ଼ିସିନ icu ରେ ଭର୍ତ୍ତି କରାଯାଇଥିଲା l ଜିତାଙ୍କର ମଲ୍ଟି ଅର୍ଗlନ ଫେଲୁଆର ଥିଲା l

Scb ପକ୍ଷରୁ ସମସ୍ତ ଚିକିତ୍ସା ଯୋଗାଇଦିଆଯାଉଥିଲା l ଜିତାଙ୍କ ଶରୀରରେ ଚିକିତ୍ସା ପରେ ଉନ୍ନତି ଦେଖାଯାଉଥିଲା l ହେଲେ କୀଡୀନ ଫଙ୍କସନ ଠିକ ଭାବେ ହେଇପାରୁ ନଥିଲା l ପ୍ରାୟ 10ଥରରୁ ଉର୍ଦ୍ଧ୍ଵ ଡାଇଲିସିସ କରାଯାଇଥିଲା l ଆଜି ତାଙ୍କର ମୃତ୍ୟୁ ଘଟିଛି l ସୂଚନା ମୁତାବକ ବ୍ରହ୍ମପୁର MKCG ରୁ SCB କୁ ସ୍ଥାନାନ୍ତର କରାଯାଇଥିଲା ଜିତାଙ୍କୁ l

ନଭେମ୍ବର 2 ତାରିଖ ଶନିବାର ଦିନ scb ବଡ଼ ମେଡିକାଲରେ ସେ ଭର୍ତ୍ତି ହୋଇଥିଲେ l ମେଡ଼ିସିନ ବିଭାଗ ଡାକ୍ତର ଜୟନ୍ତ ପଣ୍ଡା ଓ ହେପଟୋଲୋଜି ବିଭାଗ ଡାକ୍ତର ସୁଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଚାଲିଥିଲା ଚିକିତ୍ସା l ସମସ୍ତ ଚେଷ୍ଟା ସତ୍ୱେ ସେ ଆଜି ଆଖି ବୁଜିଲେ ବୋଲି ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡା l

The post ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା, ଆଜି ଆଉ ଜଣେ ମୃତ appeared first on KNews Odisha.